ଏହି ଅଭିନେତ୍ରୀଙ୍କ ଉପରେ ହୋଇଛି ଏସିଡ୍‌ ଆକ୍ରମଣ ଉଦ୍ୟମ…

ନୂଆଦିଲ୍ଲୀ: ଅଭିନେତ୍ରୀ ପାୟଲ ଘୋଷଙ୍କ ଉପରେ ଏସିଡ୍‌ ଆକ୍ରମଣ ଉଦ୍ୟମ କରାଯାଇଛି। ସେ ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତି ଯାଇଥିବା ଏକ ଭିଡିଓ ମାଧ୍ୟମରେ ସୂଚନା ଦେଇଛନ୍ତି। କିଛି ଲୋକ ତାଙ୍କୁ ରଡ୍‌ରେ ମାରିବାକୁ ଉଦ୍ୟମ କରିଥିଲେ। ଫଳରେ ତାଙ୍କ ବାମ ହାତରେ ସାମାନ୍ୟ ଆଘାତ ଲାଗିଥିବା ଇନଷ୍ଟାାଗ୍ରାମରେ ଏକ ଭିଡିଓ ଶେୟାର କରି ସେ କହିଛନ୍ତି।
ପାୟଲ ଔଷଧ କିଣି କାର୍‌କୁ ଯିବା ସମୟରେ ଆକ୍ରମଣର ଶିକାର ହୋଇଥିଲେ। ଆକ୍ରମଣକାରୀ ନିଜ ମୁହଁକୁ ମାସ୍କ ମାଧ୍ୟମରେ ଆବୃତ କରିଥିଲେ। ସ୍ଥାନଟି ଜନଗହଳି ଥିବାରୁ ସେ ଚିତ୍କାର କରିବାରୁ ଆକ୍ରମଣକାରୀ ଭୟରେ ସେଠାରୁ ପଳେଇ ଯାଇଥିଲେ। ପାୟଲ ପୂର୍ବରୁ ନିର୍ଦ୍ଦେଶକ ଅନୁରାଗ କଶ୍ୟପଙ୍କ ନାଁରେ ଯୌନ ନିର୍ଯାତନା ଅଭିଯୋଗ ଆଣି ଚର୍ଚ୍ଚାକୁ ଆସିଥିଲେ।

Share