କୋହଲିଙ୍କ ଫଟୋରେ ‘ଲାଇକ୍‌’ ମାରିବା ପରେ ମୁହଁ ଖୋଲିଲେ ଅଭିନେତ୍ରୀ: ମୁଁ ଏବେ ଦୁଃଖିତ…

ନୂଆଦିଲ୍ଲୀ,୧୮।୪: ଆଜିର ସମୟରେ ସୋସିଆଲ ମିଡିଆ ଏକ ଏପରି ପ୍ଲାଟଫର୍ମରେ ପରିଣତ ହୋଇଛି, ଯେଉଁଠାରେ ସାମାନ୍ୟ କାର୍ଯ୍ୟକଳାପ ମଧ୍ୟ ଏକ ବଡ଼ ସମସ୍ୟାର ରୂପ ନେଇପାରେ। ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଜର୍ମାନ ଅଭିନେତ୍ରୀ ତଥା ଇନ୍‌ଫ୍ଲୁଏନ୍ସର ଲିଜଲାଜେଙ୍କ ମଧ୍ୟରେ ଏହା ହିଁ ଘଟିଥିଲା। ବିରାଟ ଲିଜଲାଜେଙ୍କ ଦ୍ୱାରା ପୋଷ୍ଟ କରାଯାଇଥିବା ଏକ ଫଟୋକୁ ‘ଲାଇକ’ କରିଥିଲେ। ଏହା ପରେ ଆଲୋଚନାର ଝଡ଼ ସୃଷ୍ଟି କରିଛି। ବର୍ତ୍ତମାନ ଲିଜଲାଜେ ନିଜେ ଏହି ବିଷୟରେ ମତ ରଖିଛନ୍ତି। ଏବେ ମୋତେ କେବଳ ବିରାଟ କୋହଲିଙ୍କ କଥା ଭାବି ଖରାପ ଲାଗୁଛି।

ଲିଜଲାଜେ କୋହଲିଙ୍କ ପ୍ରତି ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏପରି ଏକ ସାମାନ୍ୟ କଥା ପାଇଁ ତାଙ୍କୁ ଅଯଥାରେ ଟ୍ରୋଲ କରାଯାଉଛି। ଏହା ବହୁତ ଆଶ୍ଚର୍ଯ୍ୟଜନକ। ମୁଁ ସକାଳେ ଉଠି ଦେଖିଲି ଯେ ମୁଁ ସବୁଠି ଟ୍ରେଣ୍ଡ କରୁଛି। ମୁଁ ଜାଣି ନ ଥିଲି ଯେ, କେବେ ସେ ଫଟୋଟିକୁ ଲାଇକ୍‌ କରିଥିଲେ। ମୁଁ କେବଳ ଖବର ରିପୋର୍ଟ ମାଧ୍ୟମରେ ଏହା ବିଷୟରେ ଜାଣିଲି। ଆଜି ମୋତେ ଅନେକ ମେସେଜ ମିଳିଛି; ଲୋକମାନେ ଏହା ବିଷୟରେ ଅତ୍ୟନ୍ତ ଉତ୍ସାହିତ ଦେଖାଯାଉଛି। ମୁଁ ପ୍ରଥମେ ବହୁତ ଖୁସି ଥିଲି ଯେ, ସେ ମୋ ଫଟୋକୁ ଲାଇକ୍‌ କରିଥିଲେ, କିନ୍ତୁ ପରେ ସେ ଏହାକୁ ଡିସ୍‌ଲାଇକ୍‌ କରିଥିଲେ। ମୁଁ ଏପର୍ଯ୍ୟନ୍ତ ବୁଝିପାରୁନାହିଁ ଯେ, ଏହା କିପରି ଏତେ ବଡ଼ ପ୍ରସଙ୍ଗ ହୋଇଗଲା।

ଏହା ପ୍ରଥମ ଥର ନୁହେଁ,ବିରାଟ କୋହଲି କାହାର ଫଟୋକୁ ଲାଇକ କରି ଟ୍ରୋଲ ଦ୍ୱାରା ସମାଲୋଚନାର ଶିକାର ହୋଇଛନ୍ତି। ପୂର୍ବରୁ ସେ ଅଭିନେତ୍ରୀ ଅବନୀତ କୌରଙ୍କ ଏକ ଫଟୋକୁ ଲାଇକ କରି ମଧ୍ୟ ଚର୍ଚ୍ଚାରେ ଥିଲେ।

 

Dharitri – Odisha’s No.1 Odia Daily