୪୭ ବର୍ଷରେ ମା’ ହେବାକୁ ଇଚ୍ଛା କଲେ ଅଭିନେତ୍ରୀ ମଲାଇକା: ଏଥର ପୁଅ ନା ଝିଅ ଚାହୁଁଛନ୍ତି ଜାଣନ୍ତୁ

ଆଜିକାଲି ରିଅଲିଟି ଡ୍ୟାନ୍ସ ଶୋ ‘ସୁପର ଡାନ୍ସର୍‌ ୪’ରେ ଅଭିନେତ୍ରୀ ମଲାଇକା ଆରୋରା ଜଣେ ଜଜ୍‌ ଭାବରେ ନଜର ଆସିଛନ୍ତି। ଏହି ଶୋ’ର ଅନ୍ୟତମ ପ୍ରତିଯୋଗୀଙ୍କ ନୃତ୍ୟ ଦ୍ୱାରା ମଲାଇକା ଏତେ ପ୍ରଭାବିତ ହୋଇଥିଲେ ଯେ ସେ ଏବେ ମଧ୍ୟ ଏକ ଝିଅ ଜନ୍ମଦେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ମଲାଇକା ଚାହୁଁଛନ୍ତି ଯେ, ଯଦି ସେ ଏଥର ମା ହୁଅନ୍ତି, ତେବେ ସେ ତାଙ୍କ ଝିଅ ହେବା ଉଚିତ୍‌। ମଲାଇକାଙ୍କର ଏହି ଇଚ୍ଛା ଶୁଣି ତାଙ୍କ ସହ-ଜଜ୍‌ ଗୀତା ମଧ୍ୟ ତାଙ୍କ ପାଇଁ ପ୍ରାର୍ଥନା କହିଛନ୍ତି।
ସୁପର ଡାନ୍ସର୍‌ ଶୋ’ର ଏକ ଏପିସୋଡରେ ପ୍ରତିଯୋଗୀ ଅଂଶିକା ରାଜପୁତଙ୍କ ନୃତ୍ୟ ଦେଖି ମଲାଇକା ବହୁତ ଖୁସି ହୋଇଥିଲେ। ଏହି ଏପିସୋଡରେ ଅଂଶିକା ବଲିଉଡ ଡିଭା ମାଧୁରୀ ଦୀକ୍ଷିତଙ୍କ ଗୀତରେ ନାଚିଥିଲେ। ଏହାଦେଖି ମଲାଇକା ଏତେ ଖୁସି ହୋଇଯାଇଥିଲେ ଯେ, ସେ ଆଗକୁ ଝିଅ ଜନ୍ମ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ।
ଅରବାଜ ଖାନ ଏବଂ ମଲାଇକା ଆରୋରାଙ୍କର ଏକ ୧୬ ପୁଅ ଅରହାନ ଅଛନ୍ତି। ଅରବାଜଙ୍କଠାରୁ ଛାଡପତ୍ର ନେବା ପରେ ମଲାଇକା ତାଙ୍କ ପୁଅଙ୍କ ସହ ରୁହନ୍ତି। ଆଜିକାଲି ମଲାଇକା ଅଭିନେତା ଅର୍ଜୁନ କପୁରଙ୍କୁ ଡେଟ କରୁଛନ୍ତି। ଉଭୟ ଖୁବ୍‌ଶୀଘ୍ର ବିବାହ ବନ୍ଦନରେ ଆବଦ୍ଧ ହେବେ ବୋଲି ଜଣାପଡିଛି।

Share