ସାଦ ଖାଇଲେ କାଜଲ

ଅଭିନେତ୍ରୀ କାଜଲ ଅଗ୍ରୱାଲ ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି। ଆଜିକାଲି ସେ ତାଙ୍କ ଗର୍ଭଧାରଣ ପର୍ଯ୍ୟାୟକୁ ଉପଭୋଗ କରୁଛନ୍ତି। ନିକଟରେ କାଜଲଙ୍କ ସାଦଖିଆ ଉତ୍ସବ ପାଳନ କରାଯାଇଛି। ଏହି ଉତ୍ସବରେ ସେ ଖୁସି ଥିବା ଜଣାପଡୁଛନ୍ତି। ଏହାର ଫଟୋଗୁଡିକ ସେ ନିଜ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।
ଉଭୟ କାଜଲ ସ୍ବାମୀ ଗୌତମ କିଚ୍‌ଲୁ ସାଦଖିଆ ସମାରୋହ ପାଇଁ ପାରମ୍ପରିକ ପୋଷାକ ବାଛିଥିଲେ। ଏକ ଲାଲ ରଙ୍ଗର ଶାଢିରେ କାଜଲ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହି ପୋଷ୍ଟ ଶେୟାର କରି ସେ କ୍ୟାପସନରେ ‘ବେବି ସାୱର’ ଲେଖିଛନ୍ତି। ଚଳିତବର୍ଷ ଆରମ୍ଭରେ କାଜଲ ଗର୍ଭବତୀ ଥିବା ଗୌତମ ସୋସିଆଲ ମିଡିଆରେ ଜରିଆରେ ପ୍ରଶଂସଙ୍କୁ ସୂଚନା ଦେଇଥିଲେ।

Share