ବିବାହ ପାଇଁ ନିଜ ଧର୍ମ ଛାଡ଼ିଛନ୍ତି ଏସବୁ ଅଭିନେତ୍ରୀ

ମୁମ୍ବାଇ: କୁହାଯାଏ, ପ୍ରେମରେ ଜାତି, ଧର୍ମ, ବର୍ଣ୍ଣ ଦେଖାଯାଏ ନାହିଁ। ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଅନେକ ଜଣାଶୁଣା ସେଲିବ୍ରିଟି ଅଛନ୍ତି, ଯେଉଁମାନେ ବାସ୍ତବ ଜୀବନରେ ଜାତି, ଧର୍ମ ନିର୍ବିଶେଷରେ ନିଜ ଜୀବନ ସାଥୀ ବାଛିଛନ୍ତି। ଏପରି କିଛି ବଲିଉଡ୍‌ ଅଭିନେତ୍ରୀଙ୍କ ବିଷୟରେ କହିବୁ, ଯେଉଁମାନେ କେବଳ ପ୍ରେମ ପାଇଁ ଅନ୍ୟ ଧର୍ମରେ ବିବାହ କରିଛନ୍ତି।

ଶର୍ମିଳା ଟାଗୋର:
ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଶର୍ମିଳା ଟାଗୋର। ସେ ଏକ ହିନ୍ଦୁ ପରିବାରରେ ଜନ୍ମଗ୍ରହଣ କରିଥିଲେ। କିନ୍ତୁ ସେ କ୍ରିକେଟର ମନସୁର ଅଲି ଖାନ୍‌ଙ୍କୁ ବିବାହ କରିଛନ୍ତି। ୧୯୬୫ରେ ଉଭୟ ପରସ୍ପରକୁ ଭେଟିଥିଲେ।ଶର୍ମିଳାଙ୍କୁ ମନାଇବା ପାଇଁ ମନସୁର ପ୍ରାୟ ୪ ବର୍ଷ ସମୟ ନେଇଥିଲେ। ଉଭୟ ପରସ୍ପରକୁ ବୁଝିବା ପରେ ୧୯୬୯ରେ ବିବାହ କରିଥିଲେ। ବିବାହ ପରେ ଶର୍ମିଳା ପଟୌଦୀ ପରିବାରର ବେଗମ ଭାବରେ ଜଣାଶୁଣା।

କରୀନା କପୁର:
ବଲିଉଡ୍‌ର ପ୍ରସିଦ୍ଧ ଅଭିନେତ୍ରୀ କରୀନା କପୁର ତାଙ୍କର ବଳିଷ୍ଠ ଅଭିନୟ ପାଇଁ ବେଶ୍‌ ଜଣାଶୁଣା। ବିବାହ ପୂର୍ବରୁ କରୀନା ଏବଂ ସୈଫ୍‌ ପରସ୍ପରକୁ ୫ ବର୍ଷ ପାଇଁ ଡେଟ୍‌ କରୁଥିଲେ। ପରେ ୨୦୧୨ରେ ସୈଫ୍‌ଙ୍କୁ ବିବାହ କରିଥିଲେ। କରୀନା ସୈଫ୍‌ଙ୍କ ଦ୍ୱିତୀୟ ସ୍ତ୍ରୀ ଅଟନ୍ତି। ଯଦିଓ ଅଭିନେତ୍ରୀ ବିବାହ ପରେ ନିଜର ଧର୍ମ ପରିବର୍ତ୍ତନ କରିନାହାନ୍ତି। ସୈଫ୍‌ଙ୍କ ପ୍ରଥମ ସ୍ତ୍ରୀ ହେଉଛନ୍ତି ଅମୃତା ସିଂ। ଉଭୟଙ୍କ ବିବାହ ପ୍ରାୟ ୧୨ ବର୍ଷ ଧରି ଚାଲିଥିଲା। ଅମୃତାଙ୍କ ସାରା ଅଲି ଖାନ ଏବଂ ଇବ୍ରାହିମ ଅଲି ଖାନ୍‌ଙ୍କର ଦୁଇଟି ସନ୍ତାନ ଅଛନ୍ତି। ସେହିପରି ସୈଫ୍‌ ଏବଂ କରୀନାଙ୍କର ତୈମୁର ଏବଂ ଜେହ୍‌ ନାମକ ଦୁଇ ପୁଅ ଅଛନ୍ତି।

ସେହିପରି ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର, ଆୟଶା ଟାକିଆ, ମଲାଇକା ଆରୋରା ମଧ୍ୟ ନିଜ ଧର୍ମ ଛାଡ଼ି ଅନ୍ୟ ଧର୍ମରେ ବିବାହ କରିଛନ୍ତି।

Share