ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଅଭିନେତ୍ରୀ ଦିବ୍ୟା

ବମ୍ବେ: କରୋନାରେ ପୀଡ଼ିତ ହୋଇ ଜୀବନମରଣ ସହ ସଂଘର୍ଷ କରୁଛନ୍ତି ଟେଲି ଅଭିନେତ୍ରୀ ଦିବ୍ୟା ଭଟ୍ଟନାଗର। ଦୀର୍ଘ ଛଅ ଦିନ ଧରି ଜ୍ୱରରେ ପଡ଼ିଥିଲେ। ପରେ ସେ କୋଭିଡରେ ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା। ସ୍ବାସ୍ଥାବସ୍ଥା ବିଗିଡ଼ିବା ଯୋଗୁ ତାଙ୍କ ମା’ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ଏବେ ଭେଣ୍ଟିଲେଟରରେ ରଖାଯାଇଛି। ସେ ଶୀଘ୍ର ସୁସ୍ଥ ହୋଇଯାଆନ୍ତୁ ବୋଲି ପ୍ରାର୍ଥନା କରିବାକୁ ପ୍ରଶଂସକମାନଙ୍କୁ ପରିବାରପକ୍ଷରୁ ନିବେଦନ କରାଯାଇଛି।ତେବେ ଦିବ୍ୟା ଷ୍ଟାର ପ୍ଲସରେ ପ୍ରସାରିତ ଲୋକପ୍ରିୟ ଶୋ’ ‘ୟେ ରିସ୍ତା କ୍ୟା କହଲାତା ହୈ’ରେ ନଜର ଆସୁଥିଲେ।

Share