ସଡ଼କ ଦୁର୍ଘଟଣାରେ ଅଭିନେତ୍ରୀଙ୍କ ପରଲୋକ

ମରାଠୀ ଟିଭି ଅଭିନେତ୍ରୀ କଲ୍ୟାଣୀ କୁରାଲେଙ୍କର ଏକ ସଡକ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ତାଙ୍କୁ ମାତ୍ର ୩୨ ବର୍ଷ ହୋଇଥିଲା। କଲ୍ୟାଣୀ ମୋଟରସାଇକେଲରେ ଯାଉଥିବାବେଳେ ତାଙ୍କୁ ଏକ ଟ୍ରାକ୍ଟର ଧକ୍କା ଦେଇଥିଲା। ଏଥିରେ ସେ ପ୍ରାଣ ହରାଇଥିଲେ। କଲ୍ୟାଣୀ କୁରେଲେ ଅନେକ ଟିଭି ଶୋ’ର ଅଂଶ ଥିଲେ। ତାଙ୍କୁ ଶେଷଥର ପାଇଁ ‘ଦଖଞ୍ଚା ରାଜା ଜ୍ୟୋତିବା’ ଏବଂ ‘ତୁଜ ଜୀଭ ରଙ୍ଗଲା’ରେ ଦେଖିବାକୁ ମିଳିଥିଲା।
କଲ୍ୟାଣୀ ଘରକୁ ଫେରୁଥିବା ସମୟରେ ସାଙ୍ଗଲି-କୋଲହାପୁର ରାଜପଥରେ ହାଲୋଣ୍ଡି କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଶୀଘ୍ର ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା। କିନ୍ତୁ ସେଠାରେ ମୃତ ଘୋଷଣା କରାଯାଇଥିଲା। କୋଲହାପୁର ପୋଲିସର ସୂଚନାନୁସାରେ, ଆଇପିସି ଏବଂ ମୋଟର ଯାନ ଅଧିନିୟମ ଅନୁଯାୟୀ ଟ୍ରାକ୍ଟର ଡ୍ରାଇଭରଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

Share