୪୫ ବର୍ଷ ବୟସରେ ମା’ ହେଲେ ଅଭିନେତ୍ରୀ: ଖୁସିରେ ଗଦ୍‌ଗଦ୍‌ ହୋଇ କହିଲେ…

ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌ ୪୫ ବର୍ଷ ବୟସରେ ମା’ ହୋଇଛନ୍ତି। ସେ ଯମଜ ସନ୍ତାନ ଜନ୍ମ ଦେଇଛନ୍ତି। ଏଥିରେ ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛନ୍ତି। ସମ୍ଭାବନା ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଏହି ଖୁସି ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ଚଳିତବର୍ଷ ମହାଦୀପାବଳି ଶୀଘ୍ର ଆସିଗଲା। ଲକ୍ଷ୍ମୀ ଏବଂ ଗଣେଶ ଉଭୟ ଘରକୁ ଆସିଛନ୍ତି। ଆମର ହୃଦୟ କୃତଜ୍ଞତାରେ ପୂର୍ଣ୍ଣ। ହର ହର ମହାଦେବ…ବୋଲି ପୋଷ୍ଟ ମାଧ୍ୟମରେ ସମ୍ଭାବନା କହିଛନ୍ତି।

ଚଳିତ ବର୍ଷ ଏପ୍ରିଲରେ ସମ୍ଭାବନା ଏବଂ ତାଙ୍କ ସ୍ବାମୀ ଅଭିନାଶ ଦ୍ୱିବେଦୀ ସରୋଗେସି ମାଧ୍ୟମରେ ମାତାପିତା ହେବାକୁ ଯାଉଥିବା କଥା ଘୋଷଣା କରିଥିଲେ।

ସମ୍ଭାବନା ଏବଂ ଅଭିନାଶ ୨୦୧୬ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ବିବାହର ଦଶ ବର୍ଷ ପରେ ଦମ୍ପତି ମାତାପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ୨୦୨୪ରେ, ସମ୍ଭାବନା IVF ମାଧ୍ୟମରେ ଗର୍ଭଧାରଣ କରିଥିଲେ କିନ୍ତୁ ପରବର୍ତ୍ତୀ ସମୟରେ ବାରମ୍ବାର ଗର୍ଭପାତ ହୋଇଥିଲା। ଏହା ପରେ ଦମ୍ପତି ସରୋଗେସି ବାଛିଥିଲେ।

ସମ୍ଭାବନା ମା’ ହେବା ପରେ ଖୁସିରେ ଆତ୍ମହରା ହୋଇପଡ଼ିଛନ୍ତି। ହସ୍ପିଟାଲର କିଛି ଫଟୋ ମଧ୍ୟ ଶେୟାର କରିଛନ୍ତି, ଯେଉଁରେ ସେ ଭାବପ୍ରବଣ ନଜର ଆସିଛନ୍ତି।

Dharitri – Odisha’s No.1 Odia Daily

 

Share