ଆଇଟମ୍‌କୁ ନା

ନବାଗତା ଅନନ୍ୟା ପାଣ୍ଡେ। ଚଙ୍କି ପାଣ୍ଡେଙ୍କ ଏହି କନ୍ୟା ‘ଷ୍ଟୁଡେଣ୍ଟ ଅଫ ଦ ଇୟର-୨’ରୁ ନିଜର ଅଭିନୟ କ୍ୟାରିୟର ଆରମ୍ଭ କରିଥିଲେ। କେବଳ ସେତିକି ନୁହେଁ, ଏହି ଫିଲ୍ମ ପାଇଁ ସେ ଶ୍ରେଷ୍ଠ ନବାଗତା ନାୟିକା ଭାବରେ ଫିଲ୍ମ ଫେୟାର ପୁରସ୍କାର ହାସଲ କରିଥିଲେ। ହେଲେ ନିକଟରେ ସେ ଏକ ଦୃଢ଼ ନିଷ୍ପତ୍ତି ନେଇଛନ୍ତି। ସେ କୁଆଡେ ଆଇଟମ୍‌ ନମ୍ବରରେ ନାଚିବେ ନାହିଁ। ଏ ସମ୍ପର୍କରେ ଅନନ୍ୟା କହନ୍ତି, ‘ମୋ କ୍ୟାରିୟରରେ ମୁଁ କଦାପି ଆଇଟମ ନମ୍ବରରେ ନାଚିବି ନାହିଁ। ନିକଟରେ ଏଥିପାଇଁ ମୁଁ କେତୋଟି ଅଫର ହାତଛଡା କରିଛି। ଏ ନେଇୁ ମୋର ଟିକେ ହେଲେ ଅନୁଶୋଚନା ନାହିଁ। ଆଲୋଚନା ହେଉଛି ଯେ ମୁଁ କୁଆଡେ ନିଜର ରେମ୍ୟୁନିନେଶନ ବଢ଼ାଇ ଦେଇଛି। ହେଲେ ଏପରି ଆଲୋଚନା ପଛରେ ଆଦୌ ସତ୍ୟତା ନାହିଁ।’ ଦେଖାଯାଉ, ନିଜ କଥାରେ ଅନନ୍ୟା କେତେ ଦୃଢ଼ ରହୁଛନ୍ତି।

Share