ରାଞ୍ଚି କୋର୍ଟରେ ଆତ୍ମସମର୍ପଣ କଲେ ଅଭିନେତ୍ରୀ ଅମିଷା

ମୁମ୍ବାଇ,୧୭।୬: ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅମିଷା ପଟେଲଙ୍କ ଅସୁବିଧା ବଢିବାରେ ଲାଗିଛି। ଠକେଇ ମାମଲାରେ ଶନିବାର ଅଭିନେତ୍ରୀ ଅମିଷା ମୁହଁ ଘୋଡାଇ ରାଞ୍ଚି ସିଭିଲ କୋର୍ଟରେ ପହଞ୍ଚିଥିଲେ। ଏହା ପରେ ଅଭିନେତ୍ରୀ ଆତ୍ମସମର୍ପଣ କରିଥିଲେ।
ଅମିଷା ପଟେଲ ଏବଂ ତାଙ୍କ ବିଜନେସ ପାର୍ଟନର କୁନାଲ ଗୁମରଙ୍କ ବିରୋଧରେ ଠକେଇ ମାମଲା ରୁଜୁ ହୋଇଥିଲା। ଟଙ୍କା ନେଇ ଏକ ମ୍ୟୁଜିକ ଆଲବମ ତିଆରି କରିନଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ତାଙ୍କ ଉପରେ ପ୍ରତାରଣା ଓ ଧମକ ଦେଇଥିବା ଅଭିଯୋଗ ହୋଇଛି। ଅମିଷା ପଟେଲଙ୍କୁ କୋର୍ଟରେ ହାଜର ହେବା ପରେ ଜୁନ ୨୧ ପର୍ଯ୍ୟନ୍ତ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ ୨୧ରେ ଅନୁଷ୍ଠିତ ହେବ। ଅମିଷାଙ୍କୁ ମଧ୍ୟ ଉପସ୍ଥିତ ରହିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share