ନିଜର ଅନ୍‌ସ୍କ୍ରିନ୍‌ ମାତାପିତାଙ୍କୁ ହୃଦୟ ଦେଇ ବସିଥିଲେ ଏସବୁ କଳାକାର: କେହି ମା’ଙ୍କୁ କରିଛନ୍ତି ବିବାହ ତ କେହି ଶାଶୁଙ୍କୁ କରିଛନ୍ତି ଡେଟ୍‌

ବମ୍ବେ: ପରଦା ଉପର ଜୀବନ ଆଉ ବ୍ୟକ୍ତିଗତ ଜୀବନ ମଧ୍ୟରେ ବେଶ୍‌ ତଫାତ। ସେଥିପାଇଁ ତ ପରଦା ଉପରେ ମା’ପୁଅ ସମ୍ପର୍କ ଦେଖାଇ ଆସିଥିବା କିଛି କଳାକାର ବ୍ୟକ୍ତିଗତ ଜୀବନରେ ସେମାନଙ୍କୁ ଜୀବନସାଥୀ କରିନେଇଛି। ଆଉ କିଛି ଅନ୍‌ସ୍କ୍ରିନ୍‌ ପିତାମାତା, ଶାଶୁଙ୍କୁ ଡେଟ୍‌ କରିବାକୁ ପଛାଇନାହାନ୍ତି। କଥାଟି ଟିକିଏ ଅଟ୍‌ପଟା ଲାଗୁଥିଲେ ହେଁ ସତ। ଆସନ୍ତୁ ଜାଣିବା ସେଭଳି କିଛି କଳାକାରଙ୍କ ବିଷୟରେ..

ଏକତା କପୁରଙ୍କ ଶୋ’ ବଡେ ଅଚ୍ଛେ ଲଗତେ ହୈ’ରେ ବାପ ଝିଅ ଭୂମିକାରେ ନଜର ଆସିଥିଲେ ରାମ କପୁର ଏବଂ ଈଶା ଗ୍ରୋଭର। ହେଲେ ବ୍ୟକ୍ତିଗତ ଜୀବନରେ ଉଭୟ ଡେଟ୍‌ କରୁଥିବା ଚର୍ଚ୍ଚା ହୋଇଥିଲା। ପରେ ସେମାନେ ଏହାକୁ ଅସ୍ବିକାର କରିଥିଲେ।

ବିଗ୍‌ବସ୍‌-୧୩ରେ ନଜର ଆସିଥିବା ଅଭିନେତା ସିଦ୍ଧାର୍ଥ ଶୁକ୍ଳା ନିଜର ଅନ୍‌ସ୍କ୍ରିନ୍‌ ଶାଶୁ ସ୍ମିତା ବଂସଲଙ୍କୁ ଡେଟ୍‌ କରିଛନ୍ତି। ଉଭୟ ‘ବାଳିକା ବଧ’ୁ ଧାରାବାହିକରେ ଶାଶୁ-ଜ୍ୱାଇଁ ଚରିତ୍ରରେ ନଜର ଆସିଥିଲେ।

ସୁପରହିଟ୍‌ ଫିଲ୍ମ ମଦର ଇଣ୍ଡିଆରେ ସୁନିଲ ଦତ୍ତ ଏବଂ ନର୍ଗିସ ମା-ପୁଅ ଭୂମିକାରେ ନଜର ଆସିଥିଲେ। ହେଲେ ରିୟଲ୍‌ ଲାଇଫ୍‌ରେ ସେମାନେ ବିବାହ କରିଥିଲେ।

ଅଙ୍କିତ ଗେରା ନିଜର ଅନ୍‌ସ୍କ୍ରିନ୍‌ ମା’ ମୋନିକା ସିଂହଙ୍କୁ ଡେଟ୍‌ କରିଛନ୍ତି। ‘ମନ କି ଆବାଜ୍‌ ପ୍ରତିଜ୍ଞା’ରେ ଉଭୟ ମା’ପୁଅ ଭୂମିକାରେ ନଜର ଆସିଥିଲେ।

ଧାରାବାହିକ ମାୟାବୀ ମଲଙ୍ଗରେ ଅପର୍ଣ୍ଣା କୁମାର ଅଭିନେତା ହର୍ଷଦ ଅରୋରାଙ୍କ ମା’ ହୋଇଥିଲେ। ହେଲେ ବ୍ୟକ୍ତିଗତ ଜୀବନରେ ଉଭୟ ଡେଟ୍‌ କରୁଥିବା ନେଇ ଖବର ଚର୍ଚ୍ଚାରେ ରହିଥିଲା।

ଟେଲି ଧାରାବାହିକ ‘ବୁନିୟାଦ’ରେ ନୀନା ଗୁପ୍ତା ଅଲୋର ନାଥଙ୍କ ବୋହୁ ଭୂମିକାରେ ନଜର ଆସିଥିଲେ। ପରଦାରେ ଶ୍ୱଶୁରବୋହୁ ହୋଇଥିଲେ ହେଁ ଉଭୟଙ୍କ ସମ୍ପର୍କ ନେଇ ଖବର ପ୍ରଚାରିତ ହୋଇଥିଲା। ବୟସର ତଫାତ ସତ୍ତ୍ୱେ ଉଭୟ ଡେଟ୍‌ କରୁଥିବା କୁହାଯାଇଥିଲା।

Share