‘ଡକ୍ଟର ଷ୍ଟ୍ରେଞ୍ଜ’ ଅଭିନେତ୍ରୀଙ୍କୁ ୮ ବର୍ଷ ଜେଲଦଣ୍ଡ

ନୂଆଦିଲ୍ଲୀ: ସୁପରହିଟ ହଲିଉଡ ଫିଲ୍ମ ‘ଡକ୍ଟର ଷ୍ଟ୍ରେଞ୍ଜ’ରେ ଅଭିନୟ କରି ବାହାବା ସାଉଁଟିଥିବା ଅଭିନେତ୍ରୀ ଜାରା ଫିଥିଆନ୍‌ ଭିନ୍ନ କାରଣକୁ ନେଇ ଚର୍ଚ୍ଚାରେ। ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ମାମଲାରେ ତାଙ୍କୁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ତାଙ୍କ ସହ ସ୍ବାମୀ ଭିକ୍ଟର ମାର୍କେଙ୍କୁ ମଧ୍ୟ ଦଣ୍ଡ ମିଳିଛି।

୨୦୦୫ରୁ ୨୦୦୮ ମସିହା ମଧ୍ୟରେ ୧୩ ବର୍ଷର ଜଣେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିବା ଜାରାଙ୍କ ନାଁରେ ଅଭିଯୋଗ ହୋଇଥିଲା। ଏହି ମାମଲାର ତଦନ୍ତ ପରେ ସେ ଏବେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସୋମବାର ନର୍ଟିଙ୍ଘମ କ୍ରାଉନ କୋର୍ଟ ତାଙ୍କୁ ୮ ବର୍ଷର କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେହିଭଳି ୫୯ ବର୍ଷୀୟ ଭିକ୍ଟରଙ୍କୁ ଉକ୍ତ ପୀଡିତା ନାବାଳିକାଙ୍କୁ ପ୍ରତାଡିତ କରିବା ଅଭିଯୋଗରେ ୧୪ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ଉଭୟ ଭବିଷ୍ୟତରେ ଆଉ କୌଣସି ବି ଶିଶୁଙ୍କ ସହ କାମ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Share