ପରପାରିରେ ଲୋକପ୍ରିୟ ଅଭିନେତା ଖାଲିଦ

ମାଲାୟାଲମ ସିନେମାଜଗତର ଲୋକପ୍ରିୟ ଅଭିନେତା ବିପି ଖାଲିଦଙ୍କର ପରଲୋକ ଘଟିଛି। ସେ ଏକ ଫିଲ୍ମର ଶୁଟିଂ କରୁଥିବା ବେଳେ ଅସୁସ୍ଥ ହୋଇପଡ଼ିଥିଲେ। ପରେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ତେବେ ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା। ଖାଲିଦଙ୍କ ମୃତ୍ୟୁକୁ ନେଇ ସିନେମାଜଗତରେ ଶୋକର ଛାୟା ଖେଳିଯାଇଛି।

କହିରଖୁଛୁ, ଖାଲିଦ ଜଣେ ଲୋକପ୍ରିୟ ମଞ୍ଚ ଅଭିନେତା ଥିଲେ। ଦୀର୍ଘ ଦିନ ଧରି ସେ ଏଲେପି ଥିଏଟର ସହ ଜଡ଼ିତ ଥିଲେ। ପରେ ସେ ଫିଲ୍ମରେ ଛୋଟ ଭୂମିକା କରିଥିଲେ। ଧିରେ ଧିରେ ସେ ଟେଲିଭିଜନ ଧାରାବାହିକରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ।

Share