ଶୁଟିଂ ସମୟରେ ମାଡିଗଲା ଟ୍ରକ୍‌, ଅଳ୍ପକେ ରକ୍ଷା ପାଇଲେ ସାଉଥ ଅଭିନେତା

ମୁମ୍ବାଇ: ସାଉଥ ସିନେମାର ପ୍ରଖ୍ୟାତ ଅଭିନେତା ତଥା ନିର୍ମାତା ବିଶାଲ କୃଷ୍ଣ ରେଡ୍ଡୀ ଏକ ବଡ ଦୁର୍ଘଟଣାରୁ ରକ୍ଷା ପାଇଯାଇଛନ୍ତି। ଯାହାର ଭିଡିଓ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଛନ୍ତି।
ନିକଟରେ ଫିଲ୍ମ ‘ମାର୍କ ଆଣ୍ଟୋନି’ର ଶୁଟିଂ କରୁଥିଲେ ଅଭିନେତା। ଶୁଟିଂରେ ଏକ ଟ୍ରକ ମଧ୍ୟ ବ୍ୟବହୃତ ହେଇଥିଲା। ହେଲେ ଟ୍ରକ୍‌ଟି ହଠାତ୍‌ ଭାରସାମ୍ୟ ହରାଇ ଛିଡା ହୋଇଥିବା ଲୋକଙ୍କ ପାଖକୁ ମାଡିଆସିଥିଲା। ଏହାପରେ ଟ୍ରକ୍‌ଟି ଏକ କାନ୍ଥରେ ଯାଇ ଧକ୍କା ହୋଇଥିଲା। ତେବେ ଏଥିରେ ଭୟଭୀତ ହୋଇ ଲୋକେ ଦୌଡାଦୌଡି କରିବାକୁ ଲାଗିଲେ। ତେବେ ଏହି ଘଟଣାରେ କାହାରି କ୍ଷତି ହୋଇ ନ ଥିବା ବେଳେ ସାଉଥ ଅଭିନେତା ବିଶାଲ ଅଳ୍ପକେ ବଞ୍ଚିଯାଇଛନ୍ତି।

Share