Categories: ଜାତୀୟ

ପଦ୍ମ ଧରିଲେ ଅଭିନେତା ସନ୍ନି

ନୂଆଦିଲ୍ଲୀ,୨୩।୪: ଚଳିତ ଲୋକ ସଭା ନିର୍ବାଚନ ଅବସରରେ କେତେଜଣ ବଲିଉଡ୍‌ ତାରକା ରାଜନୀତିରେ ପାଦ ରଖିଛନ୍ତି। ଏହି କ୍ରମରେ ମଙ୍ଗଳବାର ପଦ୍ମ ଧରିଛନ୍ତି ବଲିଉଡ୍‌ ଅଭିନେତା ସନ୍ନି ଦେଓଲ। କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଓ ନିର୍ମଳା ସିଥାରମଣଙ୍କ ଉପସ୍ଥିତିରେ ସେ ଭାଜପାରେ ମିଶିଛନ୍ତି। ସେ ପଞ୍ଜାବର ଗୁରୁଦାସପୁର ଆସନରୁ ନିର୍ବାଚନ ଲଢିବେ ବୋଲି ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ଗତ ସପ୍ତାହରେ ସନ୍ନି ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କ ସହ ସାକ୍ଷାତ କରିଥିବାର ଏକ ଫଟୋ ସାମ୍ନାକୁ ଆସିଥିଲା। ସେତେବେଳେ କିନ୍ତୁ ସେ କହିଥିଲେ ମୁଁ କେବଳ ଶାହଙ୍କୁ ସାକ୍ଷାତ୍‌ କରିଥିଲି ରାଜନୀତିରେ ଯୋଗ ଦେବାର ସେମିତି କିଛି ଯୋଜନା ନାହିଁ। ହେଲେ ୨ ଦିନ ପରେ ସେ ଭାଜପା ହାତ ଧରିଛନ୍ତି। ଭାଜପାରେ ଯୋଗଦେବା ପରେ ସନ୍ନି କହିଛନ୍ତି, ମୋ ବାପା ଯେମିତି ଅଟଳ ବିହାରୀ ବାଜପେୟୀଙ୍କ ସହଯୋଗରେ କାମ କରୁଥିଲେ ମୁଁ ମଧ୍ୟ ମୋଦିଙ୍କ ସହଯୋଗରେ ସେମିତି କାମ କରିବି।

Share