ଟ୍ୟାକ୍ସ ଚୋରି ଅଭିଯୋଗକୁ ନେଇ ମୁହଁ ଖୋଲିଲେ ସୋନୁ ସୁଦ, କହିଲେ..

ରିଲ୍‌ରୁ ରିଅଲ ହିରୋ ସାଜିଥିବା ସୋନୁ ସୁଦ ନିକଟରେ ଆୟକର ରାଡାର୍‌ରେ ଆସିଥିଲେ। ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ହୋଇଛି ଖୁଲାସା। ପାଖାପାଖି ୨୦ କୋଟିରୁ ଅଧିକ ଟଙ୍କାର ସେ ଟ୍ୟାକ୍ସ ଫାଙ୍କିଥିବା ନେଇ ଆୟକର ବିଭାଗ ପକ୍ଷରୁ କୁହାଯାଇଛି। ଏଭଳି ଅଭିଯୋଗ ପରେ ସୋନୁ ସୁଦ ଆଜି ପ୍ରଥମ ପୋଷ୍ଟ କରିଛନ୍ତି। ସୋନୁ ସୁଦ କହିଛନ୍ତି, ତୁମେ ସବୁବେଳେ ନିଜ ପକ୍ଷରୁ ସତ୍ୟ କହିବା ଆବଶ୍ୟକ ପଡେ ନାହିଁ। ସମୟ ସବୁକିଛି କହିଥାଏ। ମୁଁ ଦେଶର ଲୋକମାନଙ୍କୁ ସମସ୍ତ ଆନ୍ତରିକତାର ସହ ସାହାଯ୍ୟ କରୁଛି। ମୋର ଫାଉଣ୍ଡେଶନ୍‌ ସର୍ବଦା ଜୀବନ ବଞ୍ଚାଇବାକୁ ଏବଂ ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ ପ୍ରସ୍ତୁତ ଅଟେ। ମୁଁ ଗତ ଚାରି ଦିନ ଧରି ଟିକେ ବ୍ୟସ୍ତ ଥିଲି ତେଣୁ ଆପଣଙ୍କୁ ଲୋକଙ୍କୁ ସାହାଯ୍ୟ କରି ପାରି ନାହିଁ। ବର୍ତ୍ତମାନ ମୁଁ ତୁମକୁ ସାହାଯ୍ୟ କରିବାକୁ ଆସିଛି। ତେବେ ସେ ଆହୁରି ମଧ୍ୟ ଲେଖିଛନ୍ତି, ଭଲ କଲେ, ଭଲ ହେବ, ଶେଷ ଫଳାଫଳ ବି ଭଲ ହେବ। ମୋ ଯାତ୍ରା ଯାତ୍ରା ସର୍ବଦା ଜାରି ରହିବ ବୋଲି ସେ କହିଛନ୍ତି।
ଲଗାତର ତିନି ଦିନ ହେବ ସୋନୁ ସୁଦଙ୍କ ମୁମ୍ବାଇ ସ୍ଥିତ ଘରେ ଆଇଟି ପକ୍ଷରୁ ସର୍ଭେ ଚାଲିଛି। କେନ୍ଦ୍ରୀୟ ଟିକସ ବୋର୍ଡ(ସିବିଡିଟି) କହିଛି ଯେ, ଅଭିନେତା ସୋନୁ ସୁଦ ଏବଂ ତାଙ୍କ ସହଯୋଗୀଙ୍କ ଘରେ ସର୍ଚ୍ଚ ପରେ ଟିକସ ଫାଙ୍କିବା ସହ ଜଡିତ କିଛି ପ୍ରମାଣ ପତ୍ର ମିଳିଛି। ଅଭିନେତା ଅନେକ ଫେକ ସଂସ୍ଥାଗୁଡିକ ଠାରୁ ନକଲି ଏବଂ ଅସୁରକ୍ଷିତ ଋଣ ରୂପେ ଅନେକ ଟଙ୍କା ଜମା କରିଥିଲେ । ଏନେଇ ଯାଞ୍ଚ ଚାଲିଛି ବୋଲି ସିବିଡିଟି କହିଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ, ବିଦେଶୀ ଅନୁଦାନ ଆଇନ ଫରେନ କଣ୍ଟ୍ରିବ୍ୟୁସନ ରେଗୁଲେସନ ଆକ୍ଟ ଉଲ୍ଲଂଘନ କରିଛନ୍ତି ସୋନୁ ସୁଦ। ଲାଭରହିତ ସଂସ୍ଥାନ ‘ସୁଦ ଚାରିଟି ଫାଉଣ୍ଡେସନ’ ମଧ୍ୟ ଗୋଟାଏ ‘କ୍ରାଉଡ୍ଫଣ୍ଡିଙ୍ଗ ପ୍ଲାଟଫର୍ମ’ ଜରିଆରେ ବିଦେଶୀ ଋଣଦାତାଙ୍କ ଠାରୁ ୨.୧ କୋଟି ଟଙ୍କା ଯୋଗା କରିଛି। ଏହାସହ ସୋନୁଙ୍କ ଠାରୁ ନଗଦ ୧.୮ କୋଟି ଟଙ୍କା ଜବତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ଏହାବାଦ ସୋନୁ ସୁଦ ଚାରିଟି ଫାଉଣ୍ଡେସନ ୧୮.୯୪ କୋଟି ଟଙ୍କା ଡୋନେସନ ପାଇଛି । ଯେଉଁଥିରୁ ବିଭିନ୍ନ କାର୍ଯ୍ୟ ପାଇଁ ୧.୯ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ବଳକା ୧୭ କୋଟି ଟଙ୍କା ଏଯାଏଁ ଆକାଉଣ୍ଟରେ ରହିଛି। ସେହିଭଳି ଲକ୍ଷ୍ନୌର ଏକ ଇନଫ୍ରାଷ୍ଟ୍ରକଚର ଗ୍ରୁପ ଯିଏ ସୋନୁ ସୁଦଙ୍କ ସହ ଯୋଡି ହୋଇ ରହିଛି ସେଠାରେ ତଲାସୀ ପରେ ୬୫ କୋଟି ଟଙ୍କାର ନେଣଦେଣରେ ଆୟକର ହେରଫେର ହୋଇଥିବା କୁହାଯାଉଛି । ଜୟପୁର ସ୍ଥିତ ଏକ ଇନ୍ଫ୍ରା ଫାର୍ମ ସହ ୧୭୫ କୋଟି ଟଙ୍କାର ସର୍କୁଲାର ନେଣଦେଣ କରାଯାଇଥିବା ଆୟକର ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

ଡେମିଙ୍ଗିଆ ଗ୍ରାମରେ ମହୁମାଛି ଆତଙ୍କ; ୧୦୦ରୁ ଉର୍ଦ୍ଧ୍ବ ଆହତ, ପ୍ରଶାସନ ନିରବ

ଦାରିଙ୍ଗବାଡି, ୧।୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ ତିଲୋରୀ ପଞ୍ଚାୟତ ଡେମିଙ୍ଗିଆ ଗ୍ରାମରେ ମହୁମାଛିଙ୍କ ଉପଦ୍ରଵ ବଢିବାରେ ଲାଗିଛି । ଗ୍ରାମବାସୀ ଏନେଇ ବାରମ୍ବାର…

କୋଟିଆ ସୀମାନ୍ତବାସୀଙ୍କୁ ନେଇ ୯୦ ତମ ଓଡ଼ିଶା ଦିବସ ପାଳନ କଲା ଜିଲା ପ୍ରଶାସନ

ପଟ୍ଟାଙ୍ଗି,୧।୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା ଦୁଇ ରାଜ୍ୟର ବିବାଦୀୟ କୋଟିଆ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜିଲା ପ୍ରଶାସନ ପକ୍ଷରୁ ୯୦…

ଚଣ୍ଡିପଦର ରୁଟରେ ଚାଲୁଥିବା ବସକୁ ନେଇ ଚିନ୍ତାରେ ସଂଘ, ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

ପୁରଷୋତ୍ତମପୁର,୧।୪(ସବିତା ମିଶ୍ର): ଗଞ୍ଜମ ଜିଲା ପୁରୁଷୋତ୍ତମପୁର ମା କନକେଶ୍ବରୀ ଘରୋଇ ବସମାଲିକ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ସଭାପତି ସନ୍ତୋଷକୁମାର ପତିଙ୍କ ପୌରହିତ୍ଯରେ…

ଛେଚିଲା କୁଆପଥର ବର୍ଷା, ପବନରେ ଗଛ ଭାଙ୍ଗି ନଷ୍ଟ ହେଲା ଏକାଧିକ ଗାଡ଼ି

ନନ୍ଦପୁର,୧ା୪(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ ବୁଧବାର ପବନ ସହ କୁଆପଥର ବର୍ଷା ହୋଇଛି। ଯାହାର ପ୍ରଭାବରେ ନନ୍ଦପୁର ବ୍ଲକ ସଦର ମହକୁମା ସ୍ଥିତ…

ନଦୀରେ ଗାଧୋଉଥିବାବେଳେ ଆକ୍ରମଣ କଲା କୁମ୍ଭୀର, ଆଉ ତା’ ପରେ…

କଳିଙ୍ଗନଗର,୧ା୪(ଶୁଭାଶିଷ ରାଉତ): ଯୋକଡିଆ ପାଟିଆ ନଈରେ କୁମ୍ଭୀର ଆକ୍ରମଣରେ ଜଣେ ଶ୍ରମଜୀବୀ ଗୁରୁତର ଆହତ ହୋଇଛନ୍ତି। ସୌଭାଗ୍ୟ କ୍ରମେ ଅଳ୍ପକେ ବର୍ତ୍ତିଯାଇଛି ତାଙ୍କ ଜୀବନ। ଯାଜପୁର ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri