Categories: ଜାତୀୟ

ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢିବେ ସୋନୁ ସୁଦଙ୍କ ଭଉଣୀ ମାଳବିକା

ଚଣ୍ଡିଗଡ଼,୧୪ ।୧୧: ପଞ୍ଜାବରେ ଆସନ୍ତା ବର୍ଷ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏଥିପାଇଁ ଏବେଠାରୁ ସବୁ ରାଜନୈତିକ ପାର୍ଟି ଅଣ୍ଟା ଭିଡିଥିବା ବେଳେ କିଛି ଦଳଙ୍କର ସେଲିବ୍ରିଟିଙ୍କ ଉପରେ ନଜର ରହିଛି । ସେ ଯାହା ବି ହେଉ ବଲିଉଡ ଅଭିନେତା ତଥା କରୋନା ସମୟରେ ଗରିବଙ୍କ ଦେବଦୂତ ପାଲଟି ଥିବା ସୋନୁ ସୁଦଙ୍କୁ ନିର୍ବାଚନ ଲଢିବାକୁ ଅଫର ମିଳିଥିଲେ ବି ସେ ଏହାକୁ ମନା କରିଦେଇଥିଲେ । ଏବେ କିନ୍ତୁ ଶୁଣିବାକୁ ମିଳିଛି କି ତାଙ୍କ ଭଉଣୀ ମାଳବିକା ସୁଦ ସଚ୍ଚର ପଞ୍ଜାବ ବିଧାନସଭା ନିର୍ବାଚନରେ ଲଢିବେ । ତେବେ ସେ କେଉଁ ଦଳ ପକ୍ଷରୁ ଲଢିବେ ତାହା ସ୍ପଷ୍ଟ ହୋଇ ନ ଥିବା ବେଳେ ଏହାକୁ ନେଇ ଏବେଠାରୁ ଅନୁମାନ ଲଗାଯାଉଛି । କିଛିଦିନ ତଳେ କଂଗ୍ରେସ ଛାଡି ନିଜର ସ୍ୱତନ୍ତ୍ର ଦଳ ‘ପଞ୍ଜାବ ଲୋକ କଂଗ୍ରେସ’ ଗଠନ କରିଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କ ସହ ମାଳବିକାଙ୍କର ଫଟୋ କିଛିଦିନ ତଳେ ଭାଇରାଲ ହୋଇଥିବା ବେଳେ ସେ କ୍ୟାପଟେନଙ୍କ ଦଳରୁ ଲଢି ପାରନ୍ତି ବୋଲି ଆଲୋଚନା ହେଉଛି । ହେଲେ ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନାଯୋଗ୍ୟ, କରୋନା ସମୟରେ ଭାଇ ସୋନୁଙ୍କ ସହ ମିଶି କାମ କରିଥିବା ବେଳେ ଚର୍ଚ୍ଚାକୁ ଆସିଥିଲେ ମାଳବିକା ।

Share