ବାପାଙ୍କୁ ହରାଇଲେ ଅଭିନେତା

ବମ୍ବେ: ବାପାଙ୍କୁ ହରାଇଛନ୍ତି ଟେଲି ଅଭିନେତା ଶାହିର ଶେଖ। କରୋନାରେ ସଂକ୍ରମିତ ହୋଇଥିବା ଯୋଗୁ ତାଙ୍କ ଅବସ୍ଥା ଗୁରୁତର ରହିଥିଲା। କିଛି ଦିନ ଧରି ସେ ଭେଣ୍ଟିଲେଟରରେ ଥିଲେ। ଶେଷରେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି ଶାହାନବାଜ୍‌ ଶେଖ୍‌। ଏନେଇ ଅଭିନେତା ଅଲି ଗୋନି ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ନିକଟରେ ଶାହିର ବାପାଙ୍କ ଏକ ଫଟୋକୁ ସୋସିଆଲ ମିଡିଆରେ ଶେୟାର କରି ତାଙ୍କ ପାଇଁ ପ୍ରାର୍ଥନା କରିବାକୁ ପ୍ରଶଂସକଙ୍କୁ କହିଥିଲେ। ଏବେ ତାଙ୍କ ପରଲୋକ ଖବର ଶୁଣିବା ପରେ ସମସ୍ତେ ଶୋକବ୍ୟକ୍ତ କରୁଛନ୍ତି। ଶାହିରଙ୍କୁ ଏହି ଦୁଃଖକୁ ସହ୍ୟ କରିବାକୁ ଶକ୍ତି ଦିଅନ୍ତୁ ବୋଲି ଅନେକ କହୁଥିବା ଦେଖାଯାଇଛି।

Share