ପରଲୋକରେ ଭେଟେରାନ ସାଉଥ ଅଭିନେତା

ମୁମ୍ବାଇ: ଭେଟେରାନ ସାଉଥ ଅଭିନେତା ଶରଥ ବାବୁଙ୍କ ପରଲୋକ ଘଟିଛି। ସୋମବାର ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ୭୧ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ମୃତ୍ୟୁ ଖବରରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ବୟସ ସମ୍ବନ୍ଧୀୟ ଅସୁସ୍ଥତା ହେତୁ ହାଇଦ୍ରାବାଦର ଏଆଇଜି ହସ୍ପିଟାଲରେ ଏକ ମାସରୁ ଅଧିକ ସମୟ ଧରି ଚିକିତ୍ସିତ ହେଉଥିଲେ। ସୋମବାର ସକାଳେ ଅଭିନେତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କ ଅଙ୍ଗପ୍ରତ୍ୟଙ୍ଗ କାମ କରିବା ବନ୍ଦ ଦେଇଥିଲା। ଶେଷରେ ତାଙ୍କର ଦେହାନ୍ତ ହୋଇଛି।

ସାରଥ ବାବୁ ୧୯୭୩ରେ ଏକ ତେଲୁଗୁ ଚଳଚ୍ଚିତ୍ରରୁ ଅଭିନୟ ଜୀବନ ଆରମ୍ଭ କରିଥିଲେ। ସେ ତାଙ୍କ ଅଭିନୟ କ୍ୟାରିୟରରେ ୨୦୦ରୁ ଅଧିକ ଚଳଚ୍ଚିତ୍ର କରି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ସାରାଥ ବାବୁଙ୍କ ଅଭିନୟ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଭଲ ପାଇବା ମିଳିଥିଲା।

Share