ଅଭିନେତା ସୈଫ ଅଲି ଖାନଙ୍କ ମୋଟ ସମ୍ପତ୍ତିର ମୂଲ୍ୟ କେତେ ଜାଣନ୍ତି

ଅଭିନେତା ସୈଫ ଅଲି ଖାନ ବଲିଉଡରେ ଛୋଟେ ନବାବ ଭାବରେ ଜଣାଶୁଣା। ଫିଲ୍ମ ବ୍ୟତୀତ ସୈଫ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଥାନ୍ତି। ତାଙ୍କୁ ବଲିଉଡର ସବୁଠାରୁ ଧନୀ ସେଲିବ୍ରିଟିମାନଙ୍କ ମଧ୍ୟରେ ଗଣାଯାଏ।
ସୈଫଙ୍କ ରୋଜଗାରର ମୁଖ୍ୟ ଉତ୍ସ ହେଉଛି ଫିଲ୍ମ ଏବଂ ବିଜ୍ଞାପନ। ସୈଫ୍‌ ଏସବୁରୁ ପ୍ରତି ମାସରେ ୩ କୋଟିରୁ ଅଧିକ ରୋଜଗାର କରନ୍ତି। ବାର୍ଷିକ ପ୍ରାୟ ୩୦ କୋଟିରୁ ଅଧିକ ଟଙ୍କା ତାଙ୍କର ରୋଜଗାର ହୋଇଥାଏ।
ସୈଫ ହେଉଛନ୍ତି ପଟୌଦି ପରିବାରର ଦଶମ ନବାବ। ତାଙ୍କ ପଟୌଦି ପ୍ରାସାଦର ମୂଲ୍ୟ ୮୦୦ କୋଟିରୁ ଅଧିକ ବୋଲି କୁହାଯାଉଛି। ଏହା ସହିତ ଦେଶର ଦଶଟି ସ୍ଥାନରେ ସୈଫଙ୍କର ସମ୍ପତ୍ତି ଅଛି। ବାନ୍ଦ୍ରାସ୍ଥିତ ତାଙ୍କର ବଙ୍ଗଳା ମୂଲ୍ୟ କୋଟି କୋଟି ଟଙ୍କା। ଏହା ବ୍ୟତୀତ ସୈଫଙ୍କର ମୁମ୍ବାଇର ଗ୍ରାଣ୍ଡ ରେସିଡେନ୍ସି ହୋଟେଲ ନିକଟ ଟର୍ନର ରୋଡରେ ଏକ ରାଜକୀୟ ଆପାର୍ଟମେଣ୍ଟ ମଧ୍ୟ ଅଛି। ସେ ତାଙ୍କ ସ୍ତ୍ରୀ କରୀନା କପୁର ଖାନଙ୍କ ସହ ଏହି ଆପାର୍ଟମେଣ୍ଟରେ ରୁହନ୍ତି।
ସୈଫଙ୍କ ମୋଟ ସମ୍ପତ୍ତି ୧୧ ଶହ କୋଟିରୁ ଅଧିକ। ସେ ଦାମୀ ଗାଡି କିଣିବାକୁ ମଧ୍ୟ ରୁଚି ରଖନ୍ତି। ତାଙ୍କର ବିଏମଡବ୍ଲୁ ୭ ସିରିଜ, ଲେକ୍ସସ ୪୭୦, ମଷ୍ଟାଙ୍ଗ, ରେଞ୍ଜ ରୋଭର ଏବଂ ଲ୍ୟାଣ୍ଡ କ୍ରୁଜର ଭଳି ବିଳାସପୂର୍ଣ୍ଣ ଗାଡି ରହିଛି।

Share