‘କ୍ରିସ୍‌-୪’ର ରିଲିଜ୍‌ କୁ ନେଇ ଜାଣନ୍ତୁ କ’ଣ କହିଲେ ଅଭିନେତା

ମୁମ୍ବାଇ: ବଲିଉଡର ହ୍ୟାଣ୍ଡସମ ହଙ୍କ୍‌ ହ୍ରିତିକ୍‌ ରୋଶନ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି। ତେବେ ହ୍ରିତିକ୍‌ ତାଙ୍କର ଅପକମିଙ୍ଗ୍‌ ଫିଲ୍ମ ‘ଫାଇଟର’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ହ୍ରିତିକ ରୋଶନଙ୍କ ସହ ବଲିଉଡର ସୁପରଷ୍ଟାର ଅନିଲ କପୁର ଏବଂ ଦୀପିକା ପାଦୁକୋନଙ୍କୁ ମଧ୍ୟ ଦେଖିବାକୁ ମିଳିବ। ଇତିମଧ୍ୟରେ ବହୁ ପ୍ରତୀକ୍ଷିତ ଫିଲ୍ମ ‘କ୍ରିସ୍‌-୪’କୁ ନେଇ ହ୍ରିତିକ୍‌ ବଡ ଖୁଲାସା କରିଛନ୍ତି। ହ୍ରିତିକ୍‌ କହିଛନ୍ତି ଯେ ‘କ୍ରିସ୍‌-୪’ ବର୍ତ୍ତମାନ ପାଇଁ ପ୍ରସ୍ତୁତି ଚାଲିଛି। ତେବେ ଚଳିତ ବର୍ଷ ଡିସେମ୍ବର ୩୧ରେ ‘କ୍ରିସ୍‌-୪’ ରିଲିଜ୍‌ ହୋଇପାରେ। ରାକେଶ ରୋହନ ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି।

Share