ଅଢେଇ ବର୍ଷ ହେବ ରୁଟି ଖାଇନାହାନ୍ତି ରଣବୀର

ଫିଟନେସ କଥା ଆସିଲେ, ସମସ୍ତଙ୍କ ନଜର ପ୍ରାୟତଃ ବଲିଉଡ ସେଲିବ୍ରିଟିଙ୍କ ଆଡକୁ ଯାଏ। ବଲିଉଡ୍‌ ଅଭିନେତା/ଅଭିନେତ୍ରୀଙ୍କ ଫିଟନେସ ଟିପ୍ସ ଅନେକ ଲୋକଙ୍କୁ ପ୍ରେରଣା ଦେଇଥାଏ। ଅଭିନେତା ରଣବୀର କପୁର ମଧ୍ୟ ଏହି ସେଲିବ୍ରିଟିଙ୍କ ତାଲିକାରେ ଆସନ୍ତି। ସେ କେବଳ ନିଜ ଅଭିନୟ ପାଇଁ ନୁହେଁ ବରଂ ଫିଟନେସ ପାଇଁ ମଧ୍ୟ ଜଣାଶୁଣା। ନିଜକୁ ଫିଟ୍‌ ରଖିବା ପାଇଁ ରଣବୀର ଗତ ୨.୫ ବର୍ଷ ଧରି ଗହମ ରୁଟି ଖାଇ ନାହାଁନ୍ତି।
ରଣବୀରଙ୍କ ଫିଟନେସ ପ୍ରଶିକ୍ଷକ ଶିବୋହମ ପ୍ରକାଶ କରିଛନ୍ତି, ରଣବୀର ସାଧାରଣତଃ ମିଠା କିମ୍ବା ଭଜା ଖାଦ୍ୟ ପସନ୍ଦ କରନ୍ତି ନାହିଁ। ସେ ଆଦୌ ବାହାରେ ଖାଦ୍ୟ ଖାଆନ୍ତି ନାହିଁ। ସରଳ ଘରେ ରନ୍ଧା ଖାଦ୍ୟକୁ ପସନ୍ଦ କରନ୍ତି। ରଣବୀର ବେଳେବେଳେ ବର୍ଗର ଖାଇବାକୁ ଭଲ ପାଆନ୍ତି।
ଏବେ ରଣବୀର ଏକ ଲୋ-କାର୍ବ-ଡାଏଟ ଅନୁସରଣ କରୁଛନ୍ତି। ସେ ଅଣ୍ଡା, ପ୍ରୋଟିନ ଶେକ ଏବଂ ବ୍ରାଉନ ବ୍ରେଡ୍‌ ଖାଉଛନ୍ତି। ରଣବୀର ସାଧାରଣତଃ ମଧ୍ୟାହ୍ନ ଭୋଜନରେ ବାଦାମୀ ଚାଉଳ, ଚିକେନ, ମସୁର ଡାଲି କିମ୍ବା ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି। ରଣବୀର ଡ୍ରାଏ ଫ୍ରୁଟ୍ସ ଫଳ ଏବଂ ପ୍ରୋଟିନ ଶେକ୍‌କୁ ପସନ୍ଦ କରନ୍ତି। ରାତ୍ରୀ ଭୋଜନ ରଣବୀର ହାଲୁକା ଖାଦ୍ୟ ନେବାକୁ ପସନ୍ଦ କରନ୍ତି।
ଶିବହୋମ ରଣବୀରଙ୍କୁ ତାଲିମ ଦେବା ଦିନଠାରୁ ରଣବୀର ରୁଟି ଖାଉ ନାହାଁନ୍ତି। ରଣବୀର ରୁଟି ଖାଇବା ପରିବର୍ତ୍ତେ ବାଦାମୀ ଚାଉଳ, ଟୋଷ୍ଟ ଏବଂ ବିରିୟାନି ଇତ୍ୟାଦି ଖାଇବାକୁ ପସନ୍ଦ କରୁଛନ୍ତି। ରଣବୀରଙ୍କ ଫିଟନେସ ମନ୍ତ୍ର କିମ୍ବା ଫିଟନେସ ରହସ୍ୟ ହେଉଛି ସେ ଫିଟ ରହିବା ପାଇଁ ସମ୍ପୂର୍ଣ୍ଣ ନିଦ୍ରା ନିଅନ୍ତି। ସାଧା ଏବଂ ଅତ୍ୟଧିକ ତେଲ ଖାଦ୍ୟଠାରୁ ଖାଇବାଠାରୁ ଦୂରେଇ ରୁହନ୍ତି ନିୟମିତ ବ୍ୟାୟାମ କରନ୍ତି।

Share