କଞ୍ଚନାରେ କିନ୍ନର ଚରିତ୍ରରେ ନଜର ଆସିଥିବା ଏହି ଅଭିନେତା ଏକଦା ବାଣ୍ଟୁଥିଲେ ଖବରକାଗଜ

ମୁମ୍ବାଇ: ବଲିଉଡ୍‌ ଖିଲାଡି ବୟ ଅକ୍ଷୟ କୁମାରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଲକ୍ଷ୍ମୀ ନଭେମ୍ବର ୯ରେ ଡିଜନି ହଟ୍‌ଷ୍ଟାରରେ ରିଲିଜ୍‌ ହେବ। ଏହି ଫିଲ୍ମରେ ପ୍ରଥମଥର ଅକ୍ଷୟ କିନ୍ନର ଚରିତ୍ରରେ ନଜର ଆସିବେ। ରିଲିଜ୍‌ ହେବା ପୂର୍ବରୁ ଅକ୍ଷୟଙ୍କ ଚରିତ୍ରକୁ ବେଶ୍‌ ପ୍ରଶଂସା କରାଯାଉଛି। କିନ୍ତୁ ଜାଣିଛନ୍ତି କି ଲକ୍ଷ୍ମୀ ହେଉଛି ତାମିଲ ଫିଲ୍ମ କଞ୍ଚନାର ରିମେକ। ଏହି ଅରିଜିନାଲ ଫିଲ୍ମରେ କିନ୍ନର ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଜଣକ କିଏ ଜାଣିଛନ୍ତି କି? କଞ୍ଚନାରେ କିନ୍ନର ଭୂମିକାରେ ନଜର ଆସିଥିବା ଅଭିନେତା ଜଣକ ହେଉଛନ୍ତି ଶରତ କୁମାର। ତାଙ୍କର ପୁରା ନାମ ହେଉଛି ରାମାନାଥନ ଶରତ କୁମାର। ସେ ଅଭିନେତା ହେବା ସହ ଜଣେ ରାଜନେତା। ବର୍ତ୍ତମାନ ସେ ରାଜ୍ୟ ସଭା ଏମ୍‌ପି ଅଛନ୍ତି। କଞ୍ଚନାରେ ତାଙ୍କର ଅଭିନୀତ କିନ୍ନର ଚରିତ୍ର ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିବା ସହ ବେଶ୍‌ ପ୍ରଶଂସା ସାଉଁଟିଥିଲା।

କୁହାଯାଏ ସେ ୧୩୦ରୁ ଊର୍ଦ୍ଧ୍ୱ ତାମିଲ, ମଲୟାଲମ, ତେଲଗୁ ଓ କନ୍ନଡ ଫିଲ୍ମରେ କାମ କରିସାରିଛନ୍ତି। ୧୯୮୬ରେ ସେ ନିଜର ଅଭିନୟ କ୍ୟାରିୟର ତେଲଗୁ ଫିଲ୍ମ Samajamlo Sthreeରୁ ଆରମ୍ଭ କରିଥିଲେ। ପ୍ରାରମ୍ଭରୁ ସେ ନେଗେଟିଭ ଚରିତ୍ରରେ ଅଭିନୟ କରୁଥିବା ବେଳେ ପରେ ସପୋର୍ଟିଂ ଚରିତ୍ରରେ ନଜର ଆସିଥିଲେ। ତାଙ୍କୁ ତାମିଲ ସିନେମାରେ ସୁପ୍ରିମ ଷ୍ଟାର ମଧ୍ୟ କୁହାଯାଏ। କେବଳ ସେତିକି ନୁହେଁ ଶରତ ଜଣେ ସ୍ପୋଟ୍ସପର୍ସନ ମଧ୍ୟ। ଫୁଟବଲ, କ୍ରିକେଟ ଓ ହକିରେ ସେ ବେଶ୍‌ ରୁଚି ରଖନ୍ତି। କୁହାଯାଏ ପାଠପଢ଼ା ସରିବା ପରେ ସେ ତାମିଲ ଖବରକାଗଜ ଦୀନାକରଣରେ କାମ କରୁଥିଲେ। ଏଥିସହ ସାଇକେଲରେ ବୁଲି ବୁଲି ଦୋକାନଗୁଡ଼ିକରେ ଖବରକାଗଜ ବାଣ୍ଟୁଥିଲେ। ପରେ ସେହି କମ୍ପାନୀ ପାଇଁ ସେ ରିପୋର୍ଟର ଭାବେ କାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ନୂଆ ‘କକ୍ରୋଚ ପାର୍ଟି’ର ଏଣ୍ଟ୍ରି: ମୁନିର-ଶେହବାଜଙ୍କ ଚିନ୍ତା ବଢ଼ାଇବା ଲୋକ କିଏ? ଜାଣନ୍ତୁ…

ଇସଲାମାବାଦ,୩୧।୭: ଭାରତରେ ଯେପରି ‘କକ୍ରୋଚ ଜନତା ପାର୍ଟି’ (CJP) ରହିଛି, ସେହି ଢାଞ୍ଚାରେ ବର୍ତ୍ତମାନ ପାକିସ୍ତାନରେ ଏକ ନୂତନ ଅନଲାଇନ ରାଜନୈତିକ ଗୋଷ୍ଠୀ ଦ୍ରୁତ ଗତିରେ ଚର୍ଚ୍ଚାରେ…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

ବନ୍ୟା ସଙ୍କଟକୁ ନେଇ ଚିନ୍ତା ପ୍ରକଟ କଲେ ଧମେନ୍ଦ୍ର ପ୍ରଧାନ, ସମ୍ବଲପୁରବାସୀଙ୍କୁ…

ଭୁବନେଶ୍ୱର,୩୧।୭: ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ଓଡ଼ିଶାର ୬ ଜିଲାରେ ବନ୍ୟା ସଙ୍କଟ ସୃଷ୍ଟି କରିଥିବାବେଳେ ୯ ଜିଲାରେ ବିଶେଷ ପ୍ରଭାବ ପକାଇଛି।…

ମୋଦି-ଶାହାଙ୍କୁ ରାହୁଲଙ୍କ କଡ଼ା ବାର୍ତ୍ତା, Gen Zଙ୍କୁ ନେଇ କହିଦେଲେ ଏମିତି

ନୂଆଦିଲ୍ଲୀ,୩୧।୭: ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଶୁକ୍ରବାର ସେ…

ବର୍ଷାରେ ଭାଙ୍ଗିଲା ଝାଟିମାଟି ଘର: ସାହାରା ଖୋଜୁଛନ୍ତି ସମସ୍ତ ସରକାରୀ ଯୋଜନାରୁ ବଞ୍ଚିତ ସନ୍ତୋଷ

ନୂଆପଡା,୩୧ା୭ (ମକାରୁ ବେମାଲ): କୋମନା ବ୍ଲକ ଅନ୍ତର୍ଗତ ଜଡାମୁଣ୍ଡା ଗଁାର ସନ୍ତୋଷ ପ୍ରଧାନୀ (୬୮) ବର୍ଷ ବର୍ଷ ଧରି ଏକ ଝାଟିମାଟି ବାଉଁଶ ଓ ପଲିଥିନରେ ତିଆରି…

ଶ୍ରୀଲଙ୍କା ଗସ୍ତରେ ଏହି ୩ ଷ୍ଟାର ଖେଳାଳିଙ୍କ ପାଇଁ କର ବା ମର ପରିସ୍ଥିତି, ବିଫଳ ହେଲେ ଟିମ ଇଣ୍ଡିଆରୁ ବିଦାୟ!

ନୂଆଦିଲ୍ଲୀ, ୩୧।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଅଗଷ୍ଟ ୧୫ରୁ ଦୁଇଟି ଟେଷ୍ଟ ମ୍ୟାଚର ସିରିଜ ଆରମ୍ଭ ହେଉଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଦୃଷ୍ଟିରୁ ଏହି ସିରିଜ…

ରାହାଣେଙ୍କ ଅବସର ପରେ କୋହଲିଙ୍କ ଭାବବିହ୍ବଳ ବାର୍ତ୍ତା, ପଢ଼ନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ, ୩୧।୭: କ୍ରିକେଟର ଅନୁଭବୀ ବ୍ୟାଟ୍ସମ୍ୟାନ ଅଜିଙ୍କ୍ୟ ରାହାଣେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ତାଙ୍କୁ କ୍ରମାଗତ ଭାବେ ଦିଗ୍ଗଜ ଖେଳାଳିମାନଙ୍କର ଶୁଭେଚ୍ଛା ମିଳୁଛି। ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri