ଶେଷରେ ମିଳିଲା ଜାମିନ; ଟ୍ରେଣ୍ଡ ହେଉଛି ‘ଉଇ ସପୋର୍ଟ ପର୍ଲ’

ବମ୍ବେ: ଟେଲି ପରଦାର ଅନ୍ୟତମ ଲୋକପ୍ରିୟ ଅଭିନେତା ପର୍ଲ ବି ପୁରୀ ନାବାଳିକା ବଳାତ୍କାର ମାମଲାରେ ଛନ୍ଦି ହୋଇଯାଇଛନ୍ତି। ଏହା ପରିବାର ସହ ପ୍ରଶଂସକଙ୍କୁ ଶକ୍ତ ଆଘାତ ଦେଇଥିଲା। ଏବେ ପର୍ଲ ଜାମିନରେ ମୁକୁଳିଛନ୍ତି।

ଜୁନ୍‌ ୪ରେ ପର୍ଲଙ୍କୁ ଗିରଫ କରିଥିଲା ବମ୍ବେ ପୋଲିସ। ପରେ ତାଙ୍କର ଜାମିନ ନେଇ ଆବେଦନ କରାଯାଇଥିଲା। ହେଲେ କୋର୍ଟ ତାହା ଗ୍ରହଣ କରି ନ ଥିଲେ। ପରେ ଜୁନ୍‌ ୧୧ରେ ପୁଣିଥରେ ଅଭିନେତାଙ୍କ ଜାମିନ ପାଇଁ ଆବେଦନ କରାଯାଇଥିଲା। ହେଲେ କୋର୍ଟ ତାହା ଅଗ୍ରାହ୍ୟ କରିବାରୁ ଜେଲ ଯାଇଥିଲେ ଅଭିନେତା। ଶେଷରେ ମଙ୍ଗଳବାର ତାଙ୍କୁ ଜାମିନ ମିଳିଛି। ଏହା ଜଣାପଡ଼ିବା ପରେ ପର୍ଲଙ୍କ ପ୍ରଶଂସକ ‘ଉଇ ସପୋର୍ଟ ପର୍ଲ’ ଟ୍ରେଣ୍ଡ କରାଉଛନ୍ତି।

Share