ଭଉଣୀଙ୍କ ବିବାହରେ ଜଣେ ଝିଅଙ୍କୁ ଦେଖି ପ୍ରେମରେ ପଡ଼ିଥିଲେ ଏହି ଅଭିନେତା; ଦଶମ ପଢ଼ିବା ବେଳେ…

ବମ୍ବେ: ବଲିଉଡ୍‌ରେ ଏପରି ଅନେକ ଅଭିନେତା ଅଛନ୍ତି ଯେଉଁମାନେ ନିଜ ଅଭିନୟ ଚାତୁରୀରେ ପ୍ରଶଂସକଙ୍କ ହୃଦୟରେ ରାଜ୍‌ କରନ୍ତି। ସେମାନଙ୍କ ମଧ୍ୟରୁ ପଙ୍କଜ ତ୍ରିପାଠୀ ଜଣେ। ଆର୍ଥିକ ଅସୁବିଧା ଦେଇ ଗତି କରିଥିବା ପଙ୍କଜ ୨୦୦୪ରେ ମୃଦୁଳା ତ୍ରିପାଠୀଙ୍କୁ ବିବାହ କରିଥିଲେ। ମୃଦୁଳା ପେସାରେ ଜଣେ ଅଧ୍ୟାପିକା।
ବହୁତ କମ୍‌ ଲୋକ ପଙ୍କଜ-ମୃଦୁଳାଙ୍କ ଲଭ୍‌ଷ୍ଟୋରୀ ବିଷୟରେ ଜାଣନ୍ତି। ଏକ ସାକ୍ଷାତକାରରେ ପଙ୍କଜ ନିଜ ପ୍ରେମ କାହାଣୀ ବିଷୟରେ କହିଥିଲେ। ଏକ ବିବାହ ଉତ୍ସବରେ ମୃଦୁଳାଙ୍କୁ ପ୍ରଥମ ଥର ପାଇଁ ଦେଖିଥିଲେ ସେ। ପ୍ରଥମ ଦେଖାରୁ ସେ ପ୍ରେମରେ ପଡ଼ିଥିଲେ। ଦଶମ ପଢ଼ୁଥିବା ବେଳେ ପ୍ରେମ ବିବାହ କରିବେ ବୋଲି ମଧ୍ୟ ସେ ନିଶ୍ଚିତ କରିଥିଲେ।
ପ୍ରେମକାହାଣୀଟି ଏପରି। ୧୯୯୩ରେ ଭଉଣୀଙ୍କ ବିବାହ ହେଉଥିଲା। ପଙ୍କଜ ଏଥିରେ ବ୍ୟସ୍ତ ଥିଲେ। ଉତ୍ସବ ସମୟରେ ଛାତ ଉପରେ ଛିଡ଼ା ହୋଇଥିବା ଜଣେ ଯୁବତୀଙ୍କ ଉପରେ ତାଙ୍କ ନଜର ପଡ଼ିଥିଲା। ସେ ତଳକୁ ଆସି ବିବାହ ଉତ୍ସବରେ ନାଚିଥିଲେ। ତାଙ୍କୁ ଦେଖିବା ପରେ ଜୀବନସାଥୀ କରିବାକୁ ମନସ୍ଥ କରିନେଇଥିଲେ ପଙ୍କଜ। ଗାଁରେ ରହୁଥିବାରୁ ଡେଟ୍‌ କ’ଣ ବୋଲି ଜାଣି ନ ଥିଲେ ପଙ୍କଜ। ମୋବାଇଲ ଫୋନ୍‌ ସୁବିଧା ବି ନ ଥିଲା। ହେଲେ ସବୁବେଳେ କଲିକତା ଯାଇ ତାଙ୍କୁ ଭେଟୁଥିଲେ। ଶେଷରେ ୨୦୦୪ରେ ଉଭୟ ବିବାହ କରିନେଇଥିଲେ।

Share