ନାସିରୁଦ୍ଦିନ ଶାହା ଗୁରୁତର; ଡାକ୍ତରଖାନାରେ ହେଲେ ଭର୍ତ୍ତି

ବମ୍ବେ: ବୁଧବାର ବଲିଉଡ୍‌ ପାଇଁ ଏକ କଳାଦିନ କହିଲେ ଭୁଲ ହେବ ନାହିଁ। କାରଣ ଗୋଟିଏ ପରେ ଗୋଟିଏ ଖରାପ ଖବର ଶୁଣିବାକୁ ମିଳୁଛି। ପ୍ରଥମେ ମନ୍ଦିରା ବେଦୀଙ୍କ ସ୍ବାମୀଙ୍କ ନିଧନ ହୋଇଥିବା ଜଣାପଡ଼ିଥିଲା। ଏହାପରେ ଅଭିନେତା ଦୀଲିପ କୁମାରଙ୍କ ଅବସ୍ଥା ଗୁରୁତର ଥିବା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା କୁହାଯାଇଥିଲା। ଏବେ ଆଉ ଜଣେ ଅଭିନେତା ନାସିରୁଦ୍ଦିନ ଶାହାଙ୍କୁ ମଧ୍ୟ ସ୍ବାସ୍ଥାବସ୍ଥାକୁ ନେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି। ନାସିରୁଦ୍ଦିନଙ୍କୁ ନିମୋନିଆ ହୋଇଛି। ଏଣୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ୨୦୨୦ରେ ଅଭିନେତା ଋଷି କପୁରଙ୍କ ନିଧନ ପରେ ନାସିରୁଦ୍ଦିନଙ୍କ ସ୍ବାସ୍ଥାବସ୍ଥା ଠିକ୍‌ ନ ଥିବା ନେଇ ଖବର ଶୁଣିବାକୁ ମିଳିଥିଲା। ହେଲେ ତାଙ୍କ ପୁଅ ବିଭାନ ସୋସିଆଲ ମିଡିଆରେ ପୋଷ୍ଟ ଲେଖି ସେ ଠିକ୍‌ ଥିବା କହିଥିଲେ। କାମ ବିଷୟରେ କଥା ହେଲେ ୨୦୨୦ରେ ଅଭିନେତା ଆମାଜନ ପ୍ରାଇମର ଓ୍ବେବ୍‌ସିରିଜରେ ନଜର ଆସିଥିଲେ। ଏହାଛଡ଼ା ସେ ଜି୫ର ଫିଲ୍ମରେ କାମ କରିଥିଲେ।

Share