ରାଜନୀତିକୁ ଓହ୍ଲାଇବେ କି ଅଭିନେତା ନାନା ପାଟେକର! ଦେଲେ ବଡ ବୟାନ

ନୂଆଦିଲ୍ଲୀ,୫।୩: କୃଷକ ଆନ୍ଦୋଳନରେ ଏଣ୍ଟ୍ରି ମାରିଛନ୍ତି ନାନା ପାଟେକର। ଆନ୍ଦେଳନରେ ଯୋଗଦେଇ ସେ ଦେଶର ସବୁ ଭୋଟରଙ୍କୁ ନିର୍ବାଚନ ନେଇ ବଡ ଆହ୍ବନ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ୮୦ରୁ ୯୦% ଚାଷୀ ଥିଲେ । ଏବେ ଏହା ହ୍ରାସ ପାଇ ୫୦%ରେ ପହଞ୍ଚିଛି । ସରକାରଙ୍କ ଠାରୁ କିଛି ମାଗିବା ଦରକାର ନାହିଁ ବରଂ ଚାଷୀ ଭାଇ ସ୍ଥିର କରନ୍ତୁ କାହାକୁ ସରକାରକୁ ଆଣିବେ । ଏଥିସହ ରାଜନୀତିରେ ସାମିଲ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ପାଟେକର।

ସେ କହିଛନ୍ତି, ମୁଁ ରାଜନୀତିରେ ଆସିପାରିବି ନାହିଁ । କାରଣ ମୋ ପେଟରେ ଯାହା ମୁହଁରେ ତାହା । ଆଉ ଯଦି ମୁଁ କହିବି ତେବେ ରାଜନୈତିକ ଦଳଗୁଡିକ ମୋତେ ଦିନ କେଇଟାରେ ବାହାର କରିଦେବେ । ମାସେ ମଧ୍ୟରେ ସବୁ ପାର୍ଟିରୁ ବହିଷ୍କାର ହୋଇଯିବି । କିନ୍ତୁ ଚାଷୀ ଭାଇଙ୍କ ସାମ୍ନାରେ ହୃଦୟର କଥା କହିପାରିବି । ଯିଏ ଏବେ ଆମକୁ ଖାଦ୍ୟ ଦେଉଛି ତାଙ୍କ କଥା ବୁଝିବାକୁ କେହି ନାହାନ୍ତି । ତେଣୁ ଆମେ କାହିଁକି ସରକାରଙ୍କ କଥା ଚିନ୍ତା କରିବୁ । ସେ ଆହୁରି କହିଛନ୍ତି, ଯଦି ମୋର ପୁର୍ନଜନ୍ମ ହୁଏ ତେବେ ନିଶ୍ଚୟ ଭାବେ କୃଷକ ହୋଇ ଜନ୍ମନେବି ।

Share