ବିବାହର ୧୦ ବର୍ଷ ପରେ ବାପା ହେବାକୁ ଯାଉଛନ୍ତି ଏହି ଲୋକପ୍ରିୟ ଅଭିନେତା

ବମ୍ବେ: ବର୍ଷ ୨୦୨୦ରେ ଅନେକ ଅଭିନେତାଙ୍କ ଘରକୁ ଆସିଛନ୍ତି ନୂଆ ଅତିଥି। କିଛି ମା’ବାପା ହେବାକୁ ଯାଉଥିବା ଖୁସିଖବର ମଧ୍ୟ ଦେଇଛନ୍ତି। ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ଟେଲିଭିଜନଜଗତର ଅନ୍ୟତମ ହିଟ୍‌ ଯୋଡି ମୋହିତ ମଲିକ ଏବଂ ତାଙ୍କ ପତ୍ନୀ ଅଦିତି। ଆସନ୍ତା ବର୍ଷ ମେ’ ମାସରେ ମୋହିତ ବାପା ହେବେ। ଏକ ସାକ୍ଷାତକାରରେ ଅଭିନେତାଜଣଙ୍କ ପ୍ରଶଂସକଙ୍କ ସହ ନିଜ ଖୁସି ବାଣ୍ଟିଛନ୍ତି।

ଅଦିତିଙ୍କ ମୁହଁରୁ ପ୍ରଥମେ ଏହି ଖୁସିଖବର ଶୁଣିବା ପରେ ବିଶ୍ୱାସ କରିପାରି ନ ଥିଲେ ମୋହିତ। ଶୁଟିଂସେଟ୍‌ରେ ଥିବା ବେଳେ ହଠାତ ତାଙ୍କୁ ଫୋନ୍‌ କରି ଏହା ଜଣାଇଥିଲେ ଅଦିତି। ପ୍ରଥମେ ସେ କୋଭିଡ ଟେଷ୍ଟ ପଜିଟିଭ୍‌ ଆସିବା ଭାବିଥିଲେ। ହେଲେ ଅଦିତି ହସି ସେ ବାପା ହେବାକୁ ଯାଉଥିବା କହିଥିଲେ। ଦୁଇ ଦିନ ପର୍ଯ୍ୟନ୍ତ ସେ ଖୁସିରେ ବିଭୋର ହୋଇଯାଇଥିଲେ। ବାରମ୍ବାର ଏହା ସତ କି ନା ତାହା ଜାଣିବାକୁ ଚେଷ୍ଟା କରୁଥିଲେ।

ବିବାହର ଦଶ ବର୍ଷ ପୁରିଥିବା ବେଳେ ନିଜ ପ୍ରଥମ ସନ୍ତାନକୁ ନେଇ ବେଶ୍‌ ଖୁସି ଅଛନ୍ତି ମୋହିତ-ଅଦିତି। ସୋସିଆଲ ମିଡିଆରେ ଉଭୟଙ୍କ ସ୍ବତନ୍ତ୍ର ପୋଷ୍ଟରୁ ତାହା ଜାଣି ହେଉଛି। ମୋହିତ ଅଦିତିଙ୍କ ପେଟରେ ହାତ ରଖିଥିବା ଏକ ଫଟୋ ଶେୟାର କରି ମନକଥା କହିଛନ୍ତି। ତୁମ ଉପରେ ଯେତେଥର ହାତ ରଖୁଛି, ମୁଁ ଧନ୍ୟବାଦ କହୁଛି। ଆମକୁ ପିତାମାତା ରୂପେ ବାଛିଥିବାରୁ ଧନ୍ୟବାଦ। ଏହି ଅନୁଭବ ବହୁତ ଖାସ୍‌। ଏଥିପାଇଁ ଧନ୍ୟବାଦ ଭଗବାନ ବୋଲି ମୋହିତ ଲେଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ବିଧାନସଭାରେ କାର୍‌ ପୂରାଇଥିବା ବ୍ୟକ୍ତି ଗିରଫ

ନୂଆଦିଲ୍ଲୀ,୭ା୪: ଦିଲ୍ଲୀ ବିଧାନସଭା ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହୋଇଛି। ସୋମବାର ଅପରାହ୍ନରେ ମାସ୍କ ପିନ୍ଧିଥିବା ଜଣେ ବ୍ୟକ୍ତି ବ୍ୟାରିକେଡ୍‌ ଏବଂ ମୁଖ୍ୟ ଫାଟକ ଅତିକ୍ରମ କରି ବିଧାନସଭା…

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri