ତେଜିଲା ଅଭିନେତା ମନୋଜ ମିଶ୍ର ବ୍ୟାନ୍‌ ବିବାଦ: ନଭେମ୍ବର ୧୫ରେ କୋଶଲ ମହାବନ୍ଦ ଡାକରା

ବଲାଙ୍ଗୀର, ୩୧ା୧୦(ବୀରେନ୍ଦ୍ର କୁମାର ଝାଙ୍କର): ଅଭିନେତା ମନୋଜ ମିଶ୍ରଙ୍କୁ ଚଳଚ୍ଚିତ୍ର ପ୍ରୟୋଜକ ସଂଘର ଦୁଇବର୍ଷିଆ ବ୍ୟାନ୍‌ ଘୋଷଣାକୁ ନେଇ ଦେଖାଦେଇଥିବା ବିବାଦ ତେଜିବାରେ ଲାଗିଛି। ପଶ୍ଚିମ ଓଡ଼ିଶାର କେତେକ ଶୀର୍ଷ ରାଜନେତାଙ୍କ ବୟାନବାଜି ପରେ କୋଶଲ ରାଏଜ୍‌ ମିଲିତ୍‌ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ନଭେମ୍ବର ୧୫ ତାରିଖ କୋଶଲ ମହାବନ୍ଦ ଡାକରା ଦିଆଯାଇଛି। ସ୍ବତନ୍ତ୍ର କୋଶଲ ରାଜ୍ୟ ଗଠନ ଏବଂ କୋଶଲାଞ୍ଚଳର ଭାବାବେଗ ପ୍ରସଙ୍ଗକୁ ନେଇ ଏହି ମହାବନ୍ଦ ଡାକରା ଦିଆଯାଇଥିବା କମିଟି ପକ୍ଷରୁ କୁହାଯାଇଛି। ପଶ୍ଚିମ ଓଡ଼ିଶାର ୧୦ଟି ଜିଲା ସମେତ ଅନୁଗୋଳ ଜିଲା ଆଠମଲ୍ଲିକ ସବ୍‌ଡିଭିଜନ୍‌ରେ ଆସନ୍ତା ୧୫ ନଭେମ୍ବରରେ ସମସ୍ତ ସରକାରୀ, ବେସରକାରୀ ଅଫିସ, ଗାଡ଼ି ଚଳାଚଳ, ଦୋକାନ ବଜାର ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

ସ୍ଥାନୀୟ ସାମ୍ବାଦିକ ଭବନରେ କୋଶଲ ରାଏଜ୍‌ ମିଲିତ୍‌ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଖବରଦାତା ସମ୍ମିଳନୀ ଡକାଯାଇଥିଲା। ଏଥିରେ ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇବର୍ଷିଆ ବ୍ୟାନ୍‌ ଘୋଷଣାକୁ ନିନ୍ଦା କରାଯାଇଥିଲା। ଏଭଳି ନିଷ୍ପତ୍ତି ଉପକୂଳ ଅଞ୍ଚଳର ପଶ୍ଚିମ ଓଡ଼ିଶା ବିରୋଧୀ ମନୋଭାବକୁ ପ୍ରଦର୍ଶିତ କରୁଛି ବୋଲି କୁହାଯାଇଥିଲା। ମନୋଜଙ୍କ ବ୍ୟାନ ପ୍ରସଙ୍ଗରେ ମୁହଁ ଖୋଲିଥିବା ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ ଓ ରେଙ୍ଗାଲି ବିଧାୟକ ନାଉରୀ ନାୟକଙ୍କୁ ଖବରଦାତା ସମ୍ମିଳନୀରେ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଖବରଦାତା ସମ୍ମିଳନୀରେ କୋଶଲ ରାଏଜ୍‌ ମୁକ୍ତିମୋର୍ଚ୍ଚା ଆବାହକ ସୁବାସ ଚନ୍ଦ୍ର ଆଚାର୍ଯ୍ୟ, ସୁଶୀଲ କୁମାର ଗୁରୁ, କୋଶଲ ସେନା ସଭାପତି କୌସ୍ତୁଭ ସାହୁ, ସମ୍ପାଦକ ବୀରବଳ ମହାକୁର, ଭିଲେଜର୍ସ ଇଣ୍ଡିଆ ପାର୍ଟି ସଭାପତି ଡ ବିପିନ କୁଶଲିଆ, କୋଶଲ୍‌ ରାଏଜ୍‌ ମୁକ୍ତି ମୋର୍ଚ୍ଚା ରାଜ୍ୟ ସମ୍ପାଦକ ସିପୁନ୍‌ ଖମାରୀ, ଟ୍ରେଡ୍‌ ୟୁନିଅନ୍‌ ନେତା ବିଭୁଦତ୍ତ ମିଶ୍ର ମଞ୍ଚାସୀନ ଥିଲେ। ଖବରଦାତା ସମ୍ମିଳନୀରେ କୋଶଲାଞ୍ଚଳ ପ୍ରତି ହେଉଥିବା ଅନ୍ୟାୟ, ପାତରଅନ୍ତର ଏବଂ ଆଞ୍ଚଳିକ ବୈଷମ୍ୟ ବିରୋଧରେ ସରକାରଙ୍କୁ ଦୋଷାରୋପ କରାଯାଇଥିଲା। ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀବେଞ୍ଚ, ଦ୍ୱିତୀୟ କୃଷି ବିଶ୍ୱବିଦ୍ୟାଲୟ, ଏମ୍‌ସ ହସ୍ପିଟାଲ, କଟନ୍‌ କରିଡର ପ୍ରତିଷ୍ଠା ଦାବିକୁ କିଭଳି ଅଣଦେଖା କରାଯାଇଛି କୁହାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

ଭଞ୍ଜନଗର ଥାନା ଏସଆଇଙ୍କୁ ଡିଜିପି ଡିସ୍କ ଆୱାର୍ଡ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୧୩।୮(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଏସଆଇ ସମୀର କୁମାର ସେଠୀଙ୍କୁ ବୁଧବାର ଡିଜିପି ଡିସ୍କ ଆୱାର୍ଡ଼ ମିଳିଛି। କଟକ ଠାରେ ଆୟୋଜିତ ଆରକ୍ଷୀ ମହାନିର୍ଦ୍ଦେଶକଙ୍କ ପଦକ…

ରାସ୍ତାର ସ୍ଥିତି ଶୋଚନୀୟ: ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ

ନନ୍ଦପୁର, ୧୩/୮(ତୁଷାରକାନ୍ତ ମହାନ୍ତି): କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଜା ବଡପଡ଼ା ପଞ୍ଚାୟତର ଶ୍ରିଗାମପୁଟ ଗାଁକୁ ସଂଯୋଗ ରାସ୍ତାର ଶୋଚନୀୟ ସ୍ଥିତି ଗୁରୁବାର ସକାଳୁ ଜନନୀଯନ୍ତ୍ରଣାର କାରଣ…

କଟକରେ ଲଜ୍ଜା: କଥା ହେବା ବାହାନାରେ ନାବାଳିକାଙ୍କୁ ହୋଟେଲକୁ ଡାକି ନେଇ ଗଣବଳାତ୍କାର କଲେ ସହପାଠୀ

କଟକ, ୧୩।୮(ପ୍ରଭୁ କଲ୍ୟାଣ ପାଲ୍‌): କଟକରେ ଲଜ୍ଜା। ନାବାଳିକାଙ୍କୁ ହୋଟେଲକୁ ନେଇ ଗଣବଳାତ୍କାର ଅଭିଯୋଗ। ବାଦାମବାଡ଼ି ଥାନା ଅଂଚଳରେ ଘଟିଛି ଏହି ସଙ୍ଗୀନ ଘଟଣା। ଜଣେ ନାବାଳିକାଙ୍କୁ…

ରାଶନ ନେଉଥିବା ଲୋକଙ୍କ ପାଇଁ ଜରୁରୀ ଖବର: ଏଣିକି ଖାତାକୁ ଆସିବ ଟଙ୍କା, ଜାଣନ୍ତୁ ନୂଆ ନିୟମ

ନୂଆଦିଲ୍ଲୀ,୧୩।୮: ଚଣ୍ଡୀଗଡ଼ ଏବଂ ଦାଦ୍ରା ଓ ନଗର ହାବେଳି ଏବେ ଏପରି ଦୁଇଟି କେନ୍ଦ୍ରଶାସିତ ପ୍ରଦେଶ ହୋଇଛି, ଯେଉଁଠାରେ ୧୪ ଅଗଷ୍ଟ ୨୦୨୬ରୁ ସରକାର ଡିଜିଟାଲ ରୁପି…

ନାଁରେ ଆସିଲା ସାଂଘାତିକ ଅଭିଯୋଗ, ଡାକ୍ତରଙ୍କୁ ଚାକିରିରୁ ବହିଷ୍କାର କଲେ ମୁଖ୍ୟମନ୍ତ୍ରୀ

ପାରଳାଖେମୁଣ୍ଡି,୧୩।୮(ଗିରିଧାରୀ ପରିଛା): ଦୁର୍ନୀତି ବିରୋଧରେ କଠୋର ଆଭିମୁଖ୍ୟ ଗ୍ରହଣ କରି ଗଜପତି ଜିଲାର ଗୁରାଣ୍ଡି ସିଏଚ୍‌ସିର ପୂର୍ବତନ ଭାରପ୍ରାପ୍ତ ମେଡିକାଲ ଅଧିକାରୀ ଡାକ୍ତର ପତିତପାବନ ବାରିକଙ୍କୁ ସରକାରୀ…

ଏଗ୍ରିଷ୍ଟାକ୍‌ ଆଇଡିି ଉଚ୍ଛେଦ ଦାବି ତେଜିଲା: ଏକାଠି ହେଲେ ପାକ୍ସ ସଭାପତି ସଂଘ

ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ଧାନବିକ୍ରି ପଞ୍ଜୀକରଣ ପ୍ରକିୟାକୁ ଦିନକୁ ଦିନ ଅଧିକ ଜଟିଳ କରି ଦିଆଯାଉଥିବା ଅଭିଯୋଗ ହୋଇଛି। ଚଳିତବର୍ଷ ଧାନବିକ୍ରି ପଞ୍ଜୀକରଣରେ ଏଗ୍ରିଷ୍ଟାକ୍‌ ଆଇଡ଼ି, ଭାଗଚାଷୀ କ୍ଷେତ୍ର୍ରରେ ଇ-କେୱାଇସି…

ସ୍ତ୍ରୀଙ୍କ ମୋବାଇଲରେ ଏମିତି ଚାଟ୍‌ ଦେଖି ସ୍ବାମୀଙ୍କ ପାଦ ତଳୁ ଖସିଗଲା ମାଟି, ସିଧା ପହଞ୍ଚିଲେ ଥାନାରେ…

ନୂଆଦିଲ୍ଲୀ,୧୩।୮: ତେଲଙ୍ଗାନାର ମହବୁବାବାଦ ଜିଲାରୁ ସାମ୍ନାକୁ ଆସିଥିବା ଏକ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ପତ୍ନୀ ଓ ତାଙ୍କର କଥିତ ପ୍ରେମିକଙ୍କ ବିରୋଧରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri