ମା’ଙ୍କୁ ହରାଇଲେ ଅଭିନେତା ମନୋଜ ବାଜପେୟୀ

ବମ୍ବେ: ମା’ଙ୍କୁ ହରାଇଛନ୍ତି ବଲିଉଡ୍‌ ଅଭିନେତା ମନୋଜ ବାଜପେୟୀ। ଦୀର୍ଘଦିନ ଧରି ମା’ ଗୀତା ଦେବୀ ଅସୁସ୍ଥ ଥିବା ବେଳେ ଗୁରୁବାର ସକାଳେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୦ ବର୍ଷ ବୟସ ହୋଇଥିଲା।

ତେବେ ବର୍ଷକ ପୂର୍ବେ ମନୋଜ ବାପାଙ୍କୁ ହରାଇଥିଲେ। ଏହାର ବର୍ଷେ ନପୁରୁଣୁ ମନୋଜ ମା’ଙ୍କୁ ହରାଇଛନ୍ତି। ଅଭିନେତା ନିଜ ମା’ବାପାଙ୍କ ନିକଟତର ଥିଲେ। ଏମିତିରେ ମନୋଜ ଭାଙ୍ଗି ପଡ଼ିଥିବା ବେଳେ ପରିବାର ଶୋକ ସାଗରେ ବୁଡ଼ିଛି।

Share