Categories: ଜାତୀୟ

କଙ୍ଗନାଙ୍କୁ ମିଳିଲା ଜାମିନ

ମୁମ୍ବାଇ,୨୫।୩ : ଜଣାଶୁଣା ଲେଖକ ତଥା ଲିରିସିଷ୍ଟ ଜାଭେଦ ଆଖତରଙ୍କ ପକ୍ଷରୁ ଦାୟର କରାଯାଇଥିବା ମାନହାନୀ ମକଦ୍ଦମାରେ ଅଭିନେତ୍ରୀ କଙ୍ଗନା ରାନାଓ୍ବତଙ୍କୁ ଗୁରୁବାର ଜାମିନ ମିଳିଛି। କୋର୍ଟରେ ହାଜର ହୋଇ ତାଙ୍କ ବିରୋଧରେ ଆସିଥିବା ଜାମିନଯୋଗ୍ୟ ଓ୍ବାରେଣ୍ଟକୁ ଖାରଜ କରିବାକୁ ଅନୁରୋଧ କରିଥିଲେ ଏହି ଅଭିନେତ୍ରୀ। ସେ ଜାମିନ ପାଇଁ ମଧ୍ୟ ଆବେଦନ କରିଥିଲେ, ଯାହାକୁ କୋର୍ଟ ମଞ୍ଜୁର କରିଛନ୍ତି।

ଉଲ୍ଲେଖଥାଉ କି, ଗତବର୍ଷ ଏକ ନ୍ୟୁଜ ଚ୍ୟାନେଲକୁ ସାକ୍ଷାତ୍‌କାର ଦେଇ କଙ୍ଗନା ଲେଖକ ଜାଭେଦଙ୍କ ବିରୋଧରେ କିଛି ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। ଏଥି ଯୋଗୁ ୨୦୧୯ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ପାଇଥିବା କଙ୍ଗନାଙ୍କ ବିରୋଧରେ ମାନହାନି ମକଦ୍ଦମା ଦାୟର କରିଥିଲେ ବଲିଉଡର ଜଣାଶୁଣା ଲେଖକ।

Share