ତକିଆ ଧରି ବୋଲ୍ଡ ହେଲେ ଜନ୍‌

ବଲିଉଡ୍‌ର ଆକ୍ସନ ହିରୋ ଜନ୍‌ ଆବ୍ରାହମ୍‌ ନିଜର ଫିଟ୍‌ ବଡ଼ିକୁ ଫିଲ୍ମ ହେଉ ଅବା ଫଟୋ ମାଧ୍ୟମରେ ପ୍ରଶଂସକଙ୍କ ସହ ଅଧିକାଂସ ସମୟରେ ଶେୟାର କରିଥାନ୍ତି। ଅନେକ ଫିଲ୍ମରେ ତାଙ୍କର ବୋଲ୍ଡ ରୂପ ଦେଖିବାକୁ ମିଳିଛି। ପ୍ରଶଂସକମାନେ ତାଙ୍କର ଶୈଳୀକୁ ବହୁତ ପସନ୍ଦ ମଧ୍ୟ କରନ୍ତି। ମାତ୍ର ସୋସିଆଲ ମିଡିଆରେ ସେ କମ୍‌ ସକ୍ରିୟ ରହିବା ସହ ବହୁତ କମ୍‌ ଫଟୋ ଶେୟାର କରିଥାନ୍ତି। ନିକଟରେ ସେ ଏମିତି ଏକ ଫଟୋ ଶେୟାର କରିଛନ୍ତି ଯାହାକୁ ଦେଖିବା ପରେ ପ୍ରଶଂସକ ପୁଣିଥରେ ତାଙ୍କର ବୋଲ୍ଡ ରୂପ ଦେଖି ପାଗଳ ହୋଇଯାଇଛନ୍ତି।
ଜନ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ନିଜର ଏକ ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଏକ ସୋଫା ଉପରେ ବସିଥିବା ବେଳେ କିଛି ପିନ୍ଧି ନାହାନ୍ତି। କେବଳ ଏକ ତକିଆକୁ କେଳରେ ଧରିଥିବା ବେଳେ ମୁହଁରେ ତାଙ୍କର ଦୁଷ୍ଟ ହସ ସ୍ପଷ୍ଟ ବାରିହୋଇ ପଡ଼ୁଛି। ଏହି ଫଟୋ ଶେୟାର କରି ଜନ୍‌ ଲେଖିଛନ୍ତି, ମୁଁ ଆଲମାରୀକୁ ଅପେକ୍ଷା କରିଛି। ଜନ୍‌ଙ୍କ ଏହି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି।

Share