ଜନ୍ମଦିନ ପୂର୍ବରୁ ନିଜପାଇଁ ସ୍ୱତନ୍ତ୍ର ଉପହାର କିଣିଲେ ନେହାଙ୍କ ପୂର୍ବତନ ପ୍ରେମିକ

ମୁମ୍ବାଇ: ବଲିଉଡ୍‌ର ବେଶ୍ ଲୋକପ୍ରିୟ ଅଭିନେତା ତଥା ବଲିଉଡ୍ ଗାୟିକା ନେହା କକ୍କରଙ୍କ ପୂର୍ବତନ ପ୍ରେମିକ ହିଂମାଶ କୋହଲି ପୁଣିଥରେ ଆସିଛନ୍ତି ଚର୍ଚ୍ଚାକୁ । ସୋସିଆଲ ମିଡିଆରେ ଆକ୍ଟିଭ ଥିବା ହିଂମାଶଙ୍କ ରହିଛନ୍ତି ବେଶ କେତେଜଣ ପ୍ରଶଂସକ । ଆଉ ଏମାନେ ସବୁବେଳେ ହିମାଂଶଙ୍କ ପୋଷ୍ଟକୁ ଅପେକ୍ଷା ରଖିଥାଆନ୍ତି । ଏମିତି ଏକ ପୋଷ୍ଟକୁ ନେଇ ଏବେ ସେ ଆସିଛନ୍ତି ଚର୍ଚ୍ଚାକୁ । ନିଜର ଜନ୍ମଦିନ ପୂର୍ବରୁ ସେ ନିଜକୁ ଏକ ବଡ ଉପହାର ଦେଇଥିବା ପ୍ରକାଶ କରିଛନ୍ତି । ନଭେମ୍ବର ୩ରେ ତାଙ୍କର ଜନ୍ମଦିନ । ହେଲେ ଏହା ପୂର୍ବରୁ ସେ ନିଜପାଇଁ ଏକ କାର୍ କିଣିଛନ୍ତି । ଏହାକୁ ନେଇ ସେ ଲେଖିଛନ୍ତି ୨୦୨୦ ଏପର୍ଯ୍ୟନ୍ତ ଅଧିକାଂଶଙ୍କ ପାଇଁ ଖୁବ୍ ଖରାପ ସମୟ ଚାଲିଛି । ସେଥିପାଇଁ ମୁଁ ନିଜକୁ ଖୁସି କରିବାକୁ ନିଜ ପାଇଁ ଏକ ଉପହାର କିଣି ଦେଇଛି । ସ୍ପୋର୍ଟସ୍ କାର୍ ଆରମ୍ଭରୁ ମୋର ଭ୍ୟାକାଣ୍ଟ ଲିଷ୍ଟରେ ଥିଲା । ହେଲେ ଏବେ ଖୁସିଲାଗୁଛି ଯେ ଶେଷରେ ଏହା ମୋ ଲିଷ୍ଟରେ ସାମିଲ ହୋଇଗଲା । ସେ କହିଛନ୍ତି ଦିଲ୍ଲୀରେ ମୋ ଘର ବାହରୁ ୨ଟି ଏସ୍‌ୟୁଭି କାର୍ ଚୋରୀ ହୋଇଯାଇଛି । ଗୋଟିଏ ୨୦୧୫ରେ ଓ ଅନ୍ୟଟି ୨୦୧୯ରେ । କାର୍ କିଣିବାର ମାତ୍ର ୩-୪ ମାସ ଭିତରେ ଏହା ଚୋରି ହୋଇ ଯାଇଥିଲା । ଯାହା ମୋତେ ଲାଗେ ଭଲ ସମୟ ପରେ ଏହା ମୋ ପାଇଁ ଖରାପ ସମୟ ଥିଲା । ହେଲେ ଏବେ ମୁଁ ନିଜ ପାଇଁ କାର୍ କିଣି ଖୁବ୍ ଖୁସି ବୋଲି ସେ ଲେଖିଛନ୍ତି ।

Share