ଅଭିନେତା, ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁଙ୍କ ପରଲୋକ

ବଲାଙ୍ଗୀର ଅଫିସ, ୨୨ା୭: ଜଣାଶୁଣା ଚଳଚ୍ଚିତ୍ର ଓ ମଞ୍ଚ ଅଭିନେତା ତଥା ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ସାହୁ (୫୫)ଙ୍କ ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ସକାଳେ ସେ ଅସୁସ୍ଥତା ଅନୁଭବ କରି ହଠାତ୍‌ ପଡି ଯାଇଥିଲେ। ତାଙ୍କୁ ତୁରନ୍ତ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ୧୯୬୪ ଡିସେମ୍ବର ୨ରେ ଜନ୍ମଗ୍ରହଣ କରିଥିବା ସୁରେଶ ଯୁବାବସ୍ଥାରୁ ମଞ୍ଚ ନାଟକ ଓ କଳା କ୍ଷେତ୍ରକୁ ପ୍ରବେଶ କରିଥିଲେ। କେତେକ ଓଡିଆ, ହିନ୍ଦୀ ଓ କୋଶଲୀ ଚଳଚ୍ଚିତ୍ର, ଶର୍ଟଫିଲ୍ମ, ଡକ୍ୟୁମେଣ୍ଟାରୀରେ ଅଭିନୟ କରି ଦର୍ଶକଙ୍କ ପ୍ରିୟଭାଜନ ହୋଇଥିଲେ। ହିନ୍ଦୀ ଶର୍ଟ ଫିଲ୍ମ ଏକ୍‌ ସୋଚ୍‌-ଫେଥ୍‌ ଇନ୍‌ ଗଡ୍‌ରେ ତାଙ୍କର ଅଭିନୟକୁ ଲୋକେ ପସନ୍ଦ କରିଥିଲେ। ତାଙ୍କ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ମେରି ଆଖେଁା ମୈ ତୁମ୍‌ ମୁକ୍ତିଲାଭ ଅପେକ୍ଷାରେ ରହିଛି।