ପରଲୋକରେ କଂସ ଅଭିନେତା ଦେବେନ୍ଦ୍ର ବିଶ୍ବାଳ

ବରଗଡ଼ ଅଫିସ,୧୪।୯: ପ୍ରସିଦ୍ଧ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବରେ ପୂର୍ବରୁ କଂସ ମହାରାଜଙ୍କ ଚରିତ୍ରରେ ଅଭିନୟ କରିଥିବା ଦେବେନ୍ଦ୍ର ବିଶ୍ବାଳଙ୍କ ବୁଧବାର ସକାଳେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୦ ବର୍ଷ ହୋଇଥିଲା।

ବରଗଡ଼ ଜିଲା ଅତାବିରା ବ୍ଳକ ହର୍ଲିପାଲି ନିବାସୀ ସ୍ବର୍ଗତ ବିଶ୍ବାଳ ୧୯୮୧ରେ ବରଗଡ଼ ଧନୁଯାତ୍ରା ମହୋତ୍ସବରେ କଂସ ଅଭିନୟ କରିଥିଲେ। ସେହିପରି ସେ ସମ୍ବଲପୁରୀ ଚଳଚ୍ଚିତ୍ର ‘ଭୁଖା’ରେ ପାଶର୍‌ବ ଅଭିନେତା ଭାବେ ଅଭିନୟ କରିଥିବା ବେଳେ ଅନେକ ନାଟକରେ ମଧ୍ୟ ତାଙ୍କ ଦମ୍‌ଦାର ଚରିତ୍ର ଦର୍ଶକଙ୍କ ମନ ଜିଣିଥିଲା। ସେହିପରି ସେ ନିଜେ ଏକ ନାଟ୍ୟ ଅନୁଷ୍ଠାନ ଗଢିଥିବା ବେଳେ ଅନେକ ନାଟକରେ ନିର୍ଦ୍ଦେଶନା ଦେଇଥିଲେ। ତେବେ ତାଙ୍କ ବିୟୋଗରେ ବରଗଡ଼ ଜିଲାରେ ଶୋକର ଛାୟା ଖେଳିଯାଇଛି।