ଅଭିନେତା ବିରାଜ ଦାଶଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ବିରାଜ ଦାଶଙ୍କର ମଙ୍ଗଳବାର ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ହୋଇ ୪ ମାସ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ସମ୍ପର୍କରେ ତାଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି।

୧୯୫୯ ଜୁନ୍‌ ୧୫ରେ ଜନ୍ମ ଗ୍ରହଣ କରିଥିବା ବିରାଜ କଟକ ତୁଳସୀପୁରରେ ପରିବାର ସହ ରହୁଥିଲେ। ତାଙ୍କର ପ୍ରଥମ ସିନେମା ଥିଲା ‘ବଗୁଲା ବଗୁଲୀ’। ଯା ଦେବୀ ସର୍ବ ଭୂତେଷୁ, ମା ପରି କିଏ ହେବ, ଗୋଲାମ୍‌ ଗିରି, ପ୍ରେମ ବନ୍ଧନ ଭଳି ଅନେକ ସିନେମାରେ ସେ ଅଭିନୟ କରିଛନ୍ତି। ଦୂରଦର୍ଶନରେ ପ୍ରସାରିତ ଟେଲି ଫିଲ୍ମ ‘ତମସା ତୀରେ’ ଓ ‘ଡାକ ମୁନ୍‌ସୀ’ ତାଙ୍କୁ ଭିନ୍ନ ସଫଳତା ଦେଇଥିଲା। ସେହିଭଳି ଧାରାବାହିକ ‘ଦୁନିଆ’ ତାଙ୍କୁ ନୂଆ ପରିଚୟ ଦେଇଥିଲା। କେବଳ ସିନେମା ନୁହେଁ, ଦୂରଦର୍ଶନ, ଅଲ୍‌ ଇଣ୍ଡିଆ ରେଡ଼ିଓ, ପାଲା, ନାଟକ ଆଦିରେ ସେ ନିଜର ଛାପ ଛାଡ଼ି ଯାଇଛନ୍ତି। କମେଡ଼ିରୁ ଆରମ୍ଭ କରି ସିନେମାରେ ବିଭିନ୍ନ ଭୂମିକାରେ ସେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ। ପରିବାରରେ ସମସ୍ତେ ଅଭିନୟ ସହ ଜଡ଼ିତ ଥିବାରୁ ତାହା ତାଙ୍କୁ ଛୋଟବେଳୁ ଅଭିନୟ ପ୍ରତି ଆତ୍କୃଷ୍ଟ କରିଥିଲା। ତୃତୀୟ ଶ୍ରେଣୀରୁ ସେ ଅଭିନୟ ଆରମ୍ଭ କରିଥିଲେ। ଅଭିନୟ ବ୍ୟତୀତ ସେ ସ୍କ୍ରିପ୍ଟ ମଧ୍ୟ ଲେଖୁଥିଲେ। ସେ ସବୁ ସମୟରେ ନିଜକୁ ଚରିତ୍ର ସହ ଖାପ ଖୁଆଇ ଅଭିନୟ କରୁଥିଲେ। ଅଭିନୟ ସହ ସେ ବୃତ୍ତିଗତ ଜୀବନରେ ବ୍ୟାଙ୍କ ପିଓ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ। ସେଥିପାଇଁ ସେ କିଛିବର୍ଷ ଅଭିନୟଠାରୁ ଦୂରେଇ ଯାଇ ପରବର୍ତ୍ତୀ ସମୟରେ ପୁଣି ଚଳଚ୍ଚିତ୍ର ଜଗତକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କୁ ନେଇ ଏମିତି କହିଦେଲେ ଆଲିଆ

ବଲିଉଡ୍‌ ଅଭିନେତା ରଣବୀର କପୁର ଆଜିକାଲି ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ରାମାୟଣ’ରେ ଭଗବାନ ରାମଙ୍କ ପ୍ରଥମ ଝଲକ ରିଲିଜ୍‌ ହୋଇଛି। ଦର୍ଶକ ରଣବୀରଙ୍କୁ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

କ୍ରିକେଟର୍‌ଙ୍କ ଅଭିଯୋଗରେ ଏହି ଅଭିନେତ୍ରୀଙ୍କୁ ବାନ୍ଧିଲା ପୋଲିସ: ପଛରେ ରହିଛି ଏମିତି କାରଣ

କଲମ୍ବୋ,୨।୪: ଶ୍ରୀଲଙ୍କାର କ୍ରିକେଟର ଭାନୁକା ରାଜପକ୍ଷେ ଅଭିନେତ୍ରୀ ହର୍ଷି ରସାଙ୍ଗାଙ୍କୁ ଏକ ଆଇନଗତ ନୋଟିସ ପଠାଇଛନ୍ତି। ଏହା ପରେ ପୋଲିସ ତାଙ୍କୁ ଗିରଫ କରିଛି। ଏହି ମାମଲା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଯୁଦ୍ଧ ମଧ୍ୟରେ ବଡ଼ ନିଷ୍ପତ୍ତି ନେଲେ ଶାହରୁଖ ଖାନ୍‌: ସିନେ ଇଣ୍ଡଷ୍ଟ୍ରିରେ ପଡ଼ିଗଲା ଚହଳ

ମଧ୍ୟପ୍ରାଚରେ ଚାଲିଥିବା ଯୁଦ୍ଧ ସାରା ବିଶ୍ୱରେ ପ୍ରଭାବ ପକାଇଛି। କେବଳ ଘରୋଇ ବଜାରରେ ନୁହେଁ ବରଂ ସିନେ ଇଣ୍ଡଷ୍ଟ୍ରିରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବଲିଉଡ…

କପୁର ପରିବାରରେ ଖୁସିର ଲହରୀ, ଅଜା ହେଲେ ଅନିଲ କପୁର

ମୁମ୍ବାଇ: ଅଭିନେତ୍ରୀ ସୋନମ କପୁର ତାଙ୍କ ସ୍ବାମୀ ଆନନ୍ଦ ଆହୁଜାଙ୍କ ସହ ତାଙ୍କର ଦ୍ୱିତୀୟ ସନ୍ତାନ, ଏକ ଶିଶୁପୁତ୍ରକୁ ସ୍ବାଗତ କରିଛନ୍ତି। ଇନଷ୍ଟାଗ୍ରାମରେ ଏହି ଖୁସି ଖବର…

ଦୁଃଖ ବଖାଣିଲେ ବରୁଣ ଧାୱନ: ଝିଅ ଲାରାଙ୍କୁ ହୋଇଛି…

ଅଭିନେତା ବରୁଣ ଧାୱନ ଇଣ୍ଡଷ୍ଟ୍ରିର ସବୁଠାରୁ ନିର୍ଭରଯୋଗ୍ୟ ଅଭିନେତା ଭାବରେ ଉଭା ହୋଇଛନ୍ତି। ଆଜିକାଲି ସେ ତାଙ୍କର ବ୍ଲକବଷ୍ଟର ଓ୍ବାର୍‌ ଡ୍ରାମା ଫିଲ୍ମ ‘ବର୍ଡର ୨’ର ସଫଳତାରେ…

୧୪ ଦିନରେ ୪ କିଲୋ ଓଜନ ହ୍ରାସ, ହସ୍ପିଟାଲ୍‌ରେ ହ୍ରିତିକ୍‌ ରୋଶନଙ୍କ ଗର୍ଲଫ୍ରେଣ୍ଡ

ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ଗର୍ଲଫ୍ରେଣ୍ଡ ସବା ଆଜାଦ ଆଜିକାଲି କଷ୍ଟକର ପରିସ୍ଥିତି ଦେଇ ଗତି କରୁଛନ୍ତି। ସବା ସାଇକ୍ଲୋସ୍ପୋରା କାଏଟାନେନ୍ସିସ ନାମକ ଏକ ରୋଗର ଶିକାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri