ଅଭିନେତା ବିରାଜ ଦାଶଙ୍କ ପରଲୋକ

ଭୁବନେଶ୍ୱର: ଓଡ଼ିଆ ଅଭିନେତା ବିରାଜ ଦାଶଙ୍କର ମଙ୍ଗଳବାର ପରଲୋକ ଘଟିଛି। ତାଙ୍କୁ ୬୩ ବର୍ଷ ବୟସ ହୋଇଥିଲା। ସେ କର୍କଟ ରୋଗରେ ପୀଡିତ ହୋଇ ୪ ମାସ ହେବ ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ମୃତ୍ୟୁ ସମ୍ପର୍କରେ ତାଙ୍କ ସାନ ପୁଅ ଅର୍ଣ୍ଣବ ଦାସ ସୂଚନା ଦେଇଛନ୍ତି।

୧୯୫୯ ଜୁନ୍‌ ୧୫ରେ ଜନ୍ମ ଗ୍ରହଣ କରିଥିବା ବିରାଜ କଟକ ତୁଳସୀପୁରରେ ପରିବାର ସହ ରହୁଥିଲେ। ତାଙ୍କର ପ୍ରଥମ ସିନେମା ଥିଲା ‘ବଗୁଲା ବଗୁଲୀ’। ଯା ଦେବୀ ସର୍ବ ଭୂତେଷୁ, ମା ପରି କିଏ ହେବ, ଗୋଲାମ୍‌ ଗିରି, ପ୍ରେମ ବନ୍ଧନ ଭଳି ଅନେକ ସିନେମାରେ ସେ ଅଭିନୟ କରିଛନ୍ତି। ଦୂରଦର୍ଶନରେ ପ୍ରସାରିତ ଟେଲି ଫିଲ୍ମ ‘ତମସା ତୀରେ’ ଓ ‘ଡାକ ମୁନ୍‌ସୀ’ ତାଙ୍କୁ ଭିନ୍ନ ସଫଳତା ଦେଇଥିଲା। ସେହିଭଳି ଧାରାବାହିକ ‘ଦୁନିଆ’ ତାଙ୍କୁ ନୂଆ ପରିଚୟ ଦେଇଥିଲା। କେବଳ ସିନେମା ନୁହେଁ, ଦୂରଦର୍ଶନ, ଅଲ୍‌ ଇଣ୍ଡିଆ ରେଡ଼ିଓ, ପାଲା, ନାଟକ ଆଦିରେ ସେ ନିଜର ଛାପ ଛାଡ଼ି ଯାଇଛନ୍ତି। କମେଡ଼ିରୁ ଆରମ୍ଭ କରି ସିନେମାରେ ବିଭିନ୍ନ ଭୂମିକାରେ ସେ ଦର୍ଶକଙ୍କୁ ବାନ୍ଧି ରଖି ପାରିଥିଲେ। ପରିବାରରେ ସମସ୍ତେ ଅଭିନୟ ସହ ଜଡ଼ିତ ଥିବାରୁ ତାହା ତାଙ୍କୁ ଛୋଟବେଳୁ ଅଭିନୟ ପ୍ରତି ଆତ୍କୃଷ୍ଟ କରିଥିଲା। ତୃତୀୟ ଶ୍ରେଣୀରୁ ସେ ଅଭିନୟ ଆରମ୍ଭ କରିଥିଲେ। ଅଭିନୟ ବ୍ୟତୀତ ସେ ସ୍କ୍ରିପ୍ଟ ମଧ୍ୟ ଲେଖୁଥିଲେ। ସେ ସବୁ ସମୟରେ ନିଜକୁ ଚରିତ୍ର ସହ ଖାପ ଖୁଆଇ ଅଭିନୟ କରୁଥିଲେ। ଅଭିନୟ ସହ ସେ ବୃତ୍ତିଗତ ଜୀବନରେ ବ୍ୟାଙ୍କ ପିଓ ଭାବେ ଦୀର୍ଘ ବର୍ଷ କାର୍ଯ୍ୟ କରିଥିଲେ। ସେଥିପାଇଁ ସେ କିଛିବର୍ଷ ଅଭିନୟଠାରୁ ଦୂରେଇ ଯାଇ ପରବର୍ତ୍ତୀ ସମୟରେ ପୁଣି ଚଳଚ୍ଚିତ୍ର ଜଗତକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନୂଆବର୍ଷରେ ଫିଟିବ ପୂଜାଙ୍କ ଭାଗ୍ୟ

ଅଭିନେତ୍ରୀ ପୂଜା ହେଗଡେ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଶିଳ୍ପରେ ମଧ୍ୟ ବହୁତ ପ୍ରସିଦ୍ଧ। ୨୦୧୬ରେ ସେ ମୋହେଞ୍ଜୋଦାରୋ ସହିତ ଡେବ୍ୟୁ କରିଥିଲେ। ଏହା ବକ୍ସ ଅଫିସରେ...

ବିବାଦରେ କରନ୍‌ଙ୍କ ଫିଲ୍ମ

ମୁମ୍ବାଇ: ବଲିଉଡର ଖ୍ୟାତନାମା ଫିଲ୍ମ ନିର୍ମାତା ଭାବେ ପରିଚିତ କରନ୍‌ ଜୋହର। ତାଙ୍କ କମ୍ପାନୀ ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଅନେକ ଫିଲ୍ମ ରେକର୍ଡ କରିଛି। ଏପରିକି...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

ପ୍ରଶଂସକଙ୍କୁ ଖୁସି ଖବର ଦେଲେ ପ୍ରିୟଙ୍କା

ବଲିଉଡ୍‌ ପରେ ଆଜିକାଲି ହଲିଉଡ୍‌ରେ ରାଜ୍‌ କରୁଛନ୍ତି ପିସି ଓରଫ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା। ହଲିଉଡ୍‌ରେ ସେ ଯେତେ ପ୍ରୋଜେକ୍ଟ କାମ କରନ୍ତୁ ନା...

ସୁଟିଂ ସେଟରେ ଆହତ ହେଲେ ଇମ୍ରାନ, ହସ୍ପିଟାଲରୁ ଭାଇରାଲ ହେଉଛି ଫଟୋ

ମୁମ୍ବାଇ,୨୧ା।୧୨:  ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତା ଇମ୍ରାନ ହାସମୀ । ଆବାରାପନ 2 ଫିଲ୍ମର ଏକ ହାଇ-ଅକ୍ଟେନ୍ ଆକ୍ସନ୍ ସିକ୍ୱେନ୍ସ ସୁଟିଂ ସମୟରେ ତାଙ୍କ ପେଟରେ ଗମ୍ଭୀର...

ଥାନାରେ ଏତଲା ଦେଲେ ହ୍ୟୁମାନ ସାଗରଙ୍କ ମା, ମୋ’ ପୁଅକୁ…

କଟକ,୨୧ା୧୨: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦିଆଯାଇଛି। ତେବେ କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ...

ନୋରା ଫତେହିଙ୍କ କାର ଦୁର୍ଘଟଣା: ମଦ୍ୟପ ଚାଳକଙ୍କ ଧକ୍କାରେ…

ମୁମ୍ବାଇ,୨୦।୧୨: ଲୋକପ୍ରିୟ ବଲିଉଡ ଅଭିନେତ୍ରୀ ତଥା ନୃତ୍ୟଶିଳ୍ପୀ ନୋରା ଫତେହି ଶନିବାର ମୁମ୍ବାଇରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ବିଶ୍ୱପ୍ରସିଦ୍ଧ ମ୍ୟୁଜିକ୍ ପ୍ରୋଗ୍ରାମ ‘ସୁନବର୍ଣ୍ଣ...

ଦୁଇ ପୁଅଙ୍କ ପାଇଁ ଏତିକି ଟଙ୍କାର ସମ୍ପତ୍ତି ରଖିଛନ୍ତି ଭାରତୀ ସିଂ, ସ୍ବାମୀଙ୍କ ହର୍ଷଙ୍କ ପାଖରେ ଅଛି…

ମୁମ୍ବାଇ,୨୦ା୧୨: କମେଡି କୁଇନ୍‌ ଭାରତୀ ସିଂଙ୍କ ଘରେ ପୁଣି ଥରେ ହସ ଫୁଟିଛି। ଏହି କମେଡି କୁଇନ୍‌ ଜଣେ ଛୋଟ ରାଜକୁମାରଙ୍କ ମା’ ହୋଇଛନ୍ତି। ଭାରତୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri