Categories: ଜାତୀୟ

ସୁଶାନ୍ତଙ୍କ ପରେ ଆତ୍ମହତ୍ୟା କଲେ ବଲିଉଡର ଏହି ପ୍ରସିଦ୍ଧ ଅଭିନେତା

ମୁମ୍ବାଇ,୧୨।୧୧-ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣା ମନରୁ ନ ଯାଉଣୁ ବଲିଉଡର ଆଉ ଜଣେ ଖ୍ୟାତନାମା ଅଭିନେତା ଆତ୍ମହତ୍ୟା କରିଛନ୍ତି। ଗୁରୁବାର ବଲିଉଡ ଅଭିନେତା ଆସିଫ ବସ୍ରା(୫୩) ଆତ୍ମହତ୍ୟା କରିଛନ୍ତି। ସେ ହିମାଚଳ ପ୍ରଦେଶର ଧର୍ମଶାଳାରେ ମ୍ୟାକ୍ଲେଡଗଞ୍ଜର ଜୋଗିଓ୍ବାରା ରୋଡରେ ଥିବା ଏକ କାଫେ ନିକଟରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରି ଛାନଭିନ୍‌ ତଦନ୍ତ ଚଳାଇଛି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ।
ପ୍ରକାଶ ଯେ, ଆସିଫ ବସ୍ରା ଜଣେ ବଲିଉଡର ଖ୍ୟାତନାମା ଅଭିନେତା। ସେ ବଲିଡଡ ଫିଲ୍ମ ବ୍ଲାକ ଫ୍ରାଇ ଡେ, ୱାନ୍ସ ଅପନ ଏ ଟାଇମ ଇନ ମୁମ୍ବାଇ ଭଳି ହିଟ ଫିଲ୍ମରେ ନଜର ଆସିଥିଲେ।

Share