ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ…

ମୁମ୍ବାଇ,୯।୮: ନିଜର ଉତ୍କୃଷ୍ଟ ଅଭିନୟ ସହିତ ଚଳଚ୍ଚିତ୍ର ଏବଂ ଛୋଟ ପରଦାରେ ଏକ ପରିଚୟ ସୃଷ୍ଟି କରିଥିବା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ପରଲୋକ ଘଟିଛି। ତାଙ୍କୁ ଏକ ସପ୍ତାହ ପୂର୍ବରୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଗୋରଗାଓଁ ଅଞ୍ଚଳର ଲାଇଫଲାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ୬୩ ବର୍ଷୀୟ ଅନୁପମ ଶ୍ୟାମ ଦୀର୍ଘ ସମୟ ଧରି କିଡନୀ ସମସ୍ୟାରେ ପୀଡିତ ଥିଲେ। ୧୯୫୭ ସେପ୍ଟେମ୍ବର ୨୦ରେ ସେ ପ୍ରତାପଗଡ଼ରେ ଜନ୍ମ ଗ୍ରହଣ କରିଥିଲେ।
ଡାକ୍ତରଖାନାରେ ଉପସ୍ଥିତ ଜଣାଶୁଣା ଅଭିନେତା ତଥା ଅନୁପମ ଶ୍ୟାମଙ୍କ ବନ୍ଧୁ ଯଶପାଲ ଶର୍ମା ଅନୁପମ ଶ୍ୟାମଙ୍କ ମୃତ୍ୟୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ବର୍ଷ ମାର୍ଚ୍ଚ ମାସରେ ଅନୁପମ ଶ୍ୟାମ କିଡନୀ ସଂକ୍ରମଣ ହେତୁ ଏହି ଲାଇଫଲାଇନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ କିଛି ଦିନ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ଗତ ୯ ମାସ ଧରି ଡାୟଲିସିସରେ ଥିଲେ। ପାଖରେ ଟଙ୍କା ନଥିବାରୁ ତାଙ୍କୁ ଚିକିତ୍ସା ୬ ମାସ ପୂର୍ବରୁ ବନ୍ଦ କରିବାକୁ ପଡିଥିଲା।
୨୦୦୯ରେ ଅନୁପମ ଶ୍ୟାମ ଷ୍ଟାର ପ୍ଲସରେ ଲୋକପ୍ରିୟ ସିରିଏଲ ‘ମନ କି ଆୱାଜ ପ୍ରତିଜ୍ଞା’ରେ ଠାକୁର ସାଜନ ସିଂଙ୍କ ଭୂମିକାରେ ଅଭିନୟ କରି ବହୁ ଲୋକପ୍ରିୟତା ହାସଲ କରିଥିଲେ। ସମ୍ପ୍ରତି ଏହି ସିରିଏଲର ଦ୍ୱିତୀୟ ସିଜିନର ପ୍ରସାରଣ ମଧ୍ୟ ଆରମ୍ଭ ହୋଇଥିଲା ଯେଉଁଥିରେ ଅନୁପମ ଶ୍ୟାମ ଠାକୁର ପୁଣି ଥରେ ସଜନ ସିଂ ଭୂମିକାରେ ଅଭିନୟ କରିଥିଲେ। ଶେଖର କପୁରଙ୍କ ଫୁଲନ ଦେବୀଙ୍କ ଉପରେ ୧୯୯୪ରେ ନିର୍ମିତ ହୋଇଥିବା ବାଣ୍ଡିଟ୍‌ କୁଇନ୍‌, ସ୍ଲମଡଗ ମିଲେନେୟାର, ହଜାରୋଁ ଖ୍ବାଇସିଆଁ ଏସି, ପରଜାନିଆ, ଲଜ୍ୱା, ନାୟକ, ଦୁବାଇ ରିର୍ଟନ୍ସ, ଶକ୍ତି: ଦି ପାଓ୍ବାର ଆଦି ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କ ବିୟୋଗରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri