ଅଭିନେତା ଅନୁପମ ଶ୍ୟାମଙ୍କ ପରଲୋକ…

ମୁମ୍ବାଇ,୯।୮: ନିଜର ଉତ୍କୃଷ୍ଟ ଅଭିନୟ ସହିତ ଚଳଚ୍ଚିତ୍ର ଏବଂ ଛୋଟ ପରଦାରେ ଏକ ପରିଚୟ ସୃଷ୍ଟି କରିଥିବା ଅଭିନେତା ଅନୁପମ ଶ୍ୟାମ ଓଝାଙ୍କର ପରଲୋକ ଘଟିଛି। ତାଙ୍କୁ ଏକ ସପ୍ତାହ ପୂର୍ବରୁ ଗୁରୁତର ଅବସ୍ଥାରେ ମୁମ୍ବାଇର ଗୋରଗାଓଁ ଅଞ୍ଚଳର ଲାଇଫଲାଇନ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ରବିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। ୬୩ ବର୍ଷୀୟ ଅନୁପମ ଶ୍ୟାମ ଦୀର୍ଘ ସମୟ ଧରି କିଡନୀ ସମସ୍ୟାରେ ପୀଡିତ ଥିଲେ। ୧୯୫୭ ସେପ୍ଟେମ୍ବର ୨୦ରେ ସେ ପ୍ରତାପଗଡ଼ରେ ଜନ୍ମ ଗ୍ରହଣ କରିଥିଲେ।
ଡାକ୍ତରଖାନାରେ ଉପସ୍ଥିତ ଜଣାଶୁଣା ଅଭିନେତା ତଥା ଅନୁପମ ଶ୍ୟାମଙ୍କ ବନ୍ଧୁ ଯଶପାଲ ଶର୍ମା ଅନୁପମ ଶ୍ୟାମଙ୍କ ମୃତ୍ୟୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ ଗତ ବର୍ଷ ମାର୍ଚ୍ଚ ମାସରେ ଅନୁପମ ଶ୍ୟାମ କିଡନୀ ସଂକ୍ରମଣ ହେତୁ ଏହି ଲାଇଫଲାଇନ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ସେଠାରେ କିଛି ଦିନ ଚିକିତ୍ସା ପରେ ସେ ଘରକୁ ଫେରିଥିଲେ। ଗତ ୯ ମାସ ଧରି ଡାୟଲିସିସରେ ଥିଲେ। ପାଖରେ ଟଙ୍କା ନଥିବାରୁ ତାଙ୍କୁ ଚିକିତ୍ସା ୬ ମାସ ପୂର୍ବରୁ ବନ୍ଦ କରିବାକୁ ପଡିଥିଲା।
୨୦୦୯ରେ ଅନୁପମ ଶ୍ୟାମ ଷ୍ଟାର ପ୍ଲସରେ ଲୋକପ୍ରିୟ ସିରିଏଲ ‘ମନ କି ଆୱାଜ ପ୍ରତିଜ୍ଞା’ରେ ଠାକୁର ସାଜନ ସିଂଙ୍କ ଭୂମିକାରେ ଅଭିନୟ କରି ବହୁ ଲୋକପ୍ରିୟତା ହାସଲ କରିଥିଲେ। ସମ୍ପ୍ରତି ଏହି ସିରିଏଲର ଦ୍ୱିତୀୟ ସିଜିନର ପ୍ରସାରଣ ମଧ୍ୟ ଆରମ୍ଭ ହୋଇଥିଲା ଯେଉଁଥିରେ ଅନୁପମ ଶ୍ୟାମ ଠାକୁର ପୁଣି ଥରେ ସଜନ ସିଂ ଭୂମିକାରେ ଅଭିନୟ କରିଥିଲେ। ଶେଖର କପୁରଙ୍କ ଫୁଲନ ଦେବୀଙ୍କ ଉପରେ ୧୯୯୪ରେ ନିର୍ମିତ ହୋଇଥିବା ବାଣ୍ଡିଟ୍‌ କୁଇନ୍‌, ସ୍ଲମଡଗ ମିଲେନେୟାର, ହଜାରୋଁ ଖ୍ବାଇସିଆଁ ଏସି, ପରଜାନିଆ, ଲଜ୍ୱା, ନାୟକ, ଦୁବାଇ ରିର୍ଟନ୍ସ, ଶକ୍ତି: ଦି ପାଓ୍ବାର ଆଦି ଫିଲ୍ମରେ ଅଭିନୟ କରିଥିଲେ। ତାଙ୍କ ବିୟୋଗରେ ବଲିଉଡ୍‌ରେ ଶୋକର ଛାୟା ଖେଳି ଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ, ୨୦୨୬ରେ ମାଲାମାଲ୍‌ ହେବେ ଏହି ୫ ରାଶି

ବାବା ଭେଙ୍ଗା ଅନେକ ଭବିଷ୍ୟବାଣୀ କରିଛନ୍ତି। ନୂଆ ବର୍ଷ ଆରମ୍ଭ ହେବା ପୂର୍ୱରୁ, ଆଗାମୀ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ ଭାଇରାଲ ହେଉଛି। ବାବା ଭାଙ୍ଗା...

କେମିତି ପାଇବେ ପ୍ରଦୂଷଣ ସାର୍ଟିଫିକେଟ? ଜାଣନ୍ତୁ ଷ୍ଟେପ ବାଏ ଷ୍ଟେପ…

ଜୋରଦାର ହେବ ଟ୍ରାଫିକ ଧରପଗଡ଼ । ଗାଡ଼ିରେ ଯଦି ଆପଣ ସବୁଜ ଷ୍ଟିକର ଲଗାଇ ନ ଥିବେ, ତେବେ ମୋଟା ଅଙ୍କର ଫାଇନ ଦେବାକୁ ପଡ଼ିବ...

୬ଦିନରେ ସାରି ଦିଅନ୍ତୁ ଏହି ଜରୁରୀ କାମ, ନ ହେଲେ କଟିଯିବ…

ନୂଆଦିଲ୍ଲୀ,୨୫।୧୨: ବର୍ଷ ଶେଷ ହେବାକୁ ଆଉ ମାତ୍ର ଛଅ ଦିନ ବାକି ଥିବାରୁ, ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମାପ୍ତ କରିବାର ଶେଷ ତାରିଖ ପାଖେଇ ଆସୁଛି।...

ବାଂଲାଦେଶ ପହଞ୍ଚିଲେ ତାରିକ ରହମାନ, ୟୁନୁସଙ୍କୁ ଲାଗିଲା ବଡ଼ ଝଟକା

ଢାକା,୨୫।୧୨: ଭାରତର ପଡ଼ୋଶୀ ଦେଶ ବାଂଲାଦେଶରେ ଚାଲିଥିବା ଅଶାନ୍ତି ମଧ୍ୟରେ, ଅନ୍ତରୀଣ ସରକାରକୁ ଏକ ବଡ଼ ଝଟକା ଲାଗିଛି। ଅନ୍ତରୀଣ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ...

କରଡା ଘାଟିରେ ଗାର୍ଡ ୱାଲ ନାହିଁ, କାମରେ ବିଳମ୍ବ କରୁଛି ଠିକା ସଂସ୍ଥା

ରାଇକିଆ,୨୫।୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକର ଚାରୋଟି ପ୍ରମୁଖ ପଞ୍ଚାୟତ କରଡ଼ା, ଇନ୍ଦ୍ରଗଡ଼, ବଡ଼ ବରବା ଏବଂ ରଣବା ରହିଛି ଘାଟି ତଳ...

କାର୍‌ ନା ବାଇକ୍‌, କେଉଁ ଗାଡିର ଅଧିକ ଚାଲାଣ କାଟେ ଟ୍ରାଫିକ୍‌ ପୋଲିସ?

ନୂଆଦିଲ୍ଲୀ,୨୫।୧୨: ଦିଲ୍ଲୀର ଟ୍ରାଫିକ ପୋଲିସ ପ୍ରଦୂଷଣ ନିୟନ୍ତ୍ରଣ ନିୟମ ପ୍ରତି କ୍ରମଶଃ କଠୋର ହେବାରେ ଲାଗିଛି। ଏହା ସତ୍ତ୍ୱେ, ବହୁ ସଂଖ୍ୟକ ଡ୍ରାଇଭର PUCCକୁ ହାଲୁକା...

ପ୍ରାଥମିକ ସ୍ତରରେ ମାତାପିତାଙ୍କ ଶିକ୍ଷା ପିଲାଙ୍କ ପାଇଁ ଭବିଷ୍ୟତରେ ଉଜ୍ବଳମୟ ହୋଇଥାଏ

କେସିଙ୍ଗା,୨୫।୧୨,( ତୁମେଶ୍ୱର ସାହୁ): ପିଲାଙ୍କ ଜନ୍ମ ଦିନରୁ ମାତାପିତାଙ୍କର ଯେଉଁ ଭଳି ଯତ୍ନ ଓ ଶିକ୍ଷା ମିଳି ଥାଏ, ତଦନୁଯାୟୀ ପିଲା ଭବିଷ୍ୟତରେ ଏକ ସୁନାଗରିକ...

ସରକାରୀ କର୍ମଚାରୀଙ୍କୁ ମିଳିବନି ପେନସନ, ଯଦି କରୁଥିବେ ଏହି ଭୁଲ!

ନୂଆଦିଲ୍ଲୀ,୨୫।୧୨: ସରକାରୀ କର୍ମଚାରୀମାନେ ପ୍ରାୟତଃ ଭାବନ୍ତି ଯେ ଯଦି ସେମାନେ ସମୟ ପୂର୍ୱରୁ ଇସ୍ତଫା ଦିଅନ୍ତି ତେବେ ସେମାନେ ପେନସନ ପାଇବେ କି ନାହିଁ। ସୁପ୍ରିମକୋର୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri