ଆଉ ନାହାନ୍ତି ଅଭିନେତା ଅମିତାଭ ଦୟାଲ…

ବମ୍ବେ: ପରଲୋକରେ ବଲିଉଡ୍‌ ଅଭିନେତା ତଥା ଚଳଚ୍ଚିତ୍ର ନିର୍ମାତା ଅମିତାଭ ଦୟାଲ। ବୁଧବାର ସକାଳେ ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ଘଟିଛି। ସେ ଗତ ୧୩ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁବେଳକୁ ତାଙ୍କୁ ୫୧ ବର୍ଷ ହୋଇଥିଲା। ଅଭିନେତାଙ୍କ ପତ୍ନୀ ମୃଣାଳିନୀ ପାଟିଲ ଏନେଇ ସମସ୍ତଙ୍କୁ ଅବଗତ କରାଇଛନ୍ତି।

ଅମିତାଭ ସକାଳ ୪:୩୦ ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଗତ ୧୩ ଦିନ ଧରି ସେ ଅସୁସ୍ଥ ଥିଲେ। ତାଙ୍କୁ ମଧ୍ୟ କରୋନା ହୋଇଥିଲା। ସେ ଏଥିରୁ ସୁସ୍ଥ ହୋଇ ଥିଲେ ହେଁ ଅସୁସ୍ଥ ଅନୁଭବ କରୁଥିଲେ।

ଅମିତାଭ ଛତିଶଗଡର ବିଲାସପୁରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପରିବାରର କିଛି ସଦସ୍ୟ ବିଲାସପୁରରେ ରୁହନ୍ତି। ମୁମ୍ବାଇରେ ପହଞ୍ଚିବା ପାଇଁ ସେମାନଙ୍କୁ ଅପେକ୍ଷା କରାଯାଇଛି। ସେମାନେ ପହଞ୍ଚିବା ପରେ ବୁଧବାର ସାରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ଜଣାପଡ଼ିଛି।

Share