ଅବେଳରେ ଝଡି ପଡିଲେ ଏହି ଅଭିନେତ୍ରୀ

‘ଛିଛୋରେ’ ସମେତ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ ଅଭିନୟ କରିଥିବା ଅଭିନେତ୍ରୀ ଅଭିଲାଷା ପାଟିଲ କରୋନା ଯୁଦ୍ଧରେ ହାରି ଯାଇଛନ୍ତି। ଅଭିଳାଷା ଏକ ଏକ ଶୁଟିଂରେ ବନାରସ ଯାଇଥିଲେ। ଏହା ପରେ ସେ ମୁମ୍ବାଇ ଫେରିଥିଲେ, ପରେ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ମୃତ୍ୟୁ ଘଟିଛି। ଅଭିଳାଷା ପାଟିଲ ମରାଠୀ ସିନେମାର ଏକ ଜଣାଶୁଣା ନାମ ଥିଲେ। ସେ ‘ତେ ଅଠ ଦିଭସ’, ‘ବାୟକୋ ଦେବା କା ବାୟକୋ’, ‘ପରବାସ’ ଏବଂ ‘ତୁଝା ମାଝା ଅରେଞ୍ଜ ମ୍ୟାରେଜ୍‌’ ଭଳି ଅନେକ ମରାଠୀ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ହିନ୍ଦୀ ଚଳଚ୍ଚିତ୍ର ବିଷୟରେ କହିବାକୁ ଗଲେ ଅଭିଳା ‘ଛିଛୋରେ’ ବ୍ୟତୀତ  ‘ବଦ୍ରିନାଥ କି ଦୁଲହାନିଆ’, ‘ଗୁଡ ନ୍ୟୁଜ’ ଏବଂ ‘ମଲାଲ’ ଭଳି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି।

Share