Categories: ଜାତୀୟ

କାର୍‌କୁ ଘେରିଗଲେ ଭାଜପା କର୍ମୀ, ପ୍ରଚାର ବାତିଲ କରି ଫେରିଆସିଲେ ୟେଦୁରପ୍ପା

ବେଙ୍ଗାଲୁରୁ,୧୬।୩: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ବିଏସ ୟେଦୁରପ୍ପା ଆଜି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି। ଗୁରୁବାର ଚିକମାଗାଲୁର ଜିଲାରେ ପ୍ରଚାର କରିବାକୁ ଯାଉଥିବା ବେଳେ ଭାଜପା କର୍ମୀମାନେ ତାଙ୍କ କାର୍‌କୁ ଘେରାଉ କରି ନିର୍ବାଚନ ପ୍ରଚାର ବାତିଲ କରିବାକୁ ବାଧ୍ୟ କରିଥିଲେ। ପରେ ନିର୍ବାଚନ ପ୍ରଚାର ନ କରି ଫେରି ଆସିଥିଲେ ୟେଦୁରପ୍ପା ।

ୟେଦୁରପ୍ପାଙ୍କ ପୁଅ ବିଓ୍ବାଇ ବିଜୟେନ୍ଦ୍ର ବିଧାନସଭା ନିର୍ବାଚନରେ ଶିକରିପୁରାରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ନିଜେ ୟେଦୁରପ୍ପା ଘୋଷଣା କରିଥିଲେ। ହେଲେ ଭାଜପା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସିଟି ରବି ୟେଦୁରପ୍ପାଙ୍କ ଘୋଷଣାକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ। ହେଲେ ୟେଦୁରପ୍ପା ଏଥିରେ ଅଟଳ ରହିଥିଲେ। ଯାହାପରେ ଏହି ବିରୋଧ ଆରମ୍ଭ ହୋଇଥିଲା।

Share