ସକ୍ରିୟ ମାମଲା ୦.୦୧ ପ୍ରତିଶତ, ବିଏଫ୍‌.୭ ଭାରିଆଣ୍ଟ ନେଇ ସରକାର ସତର୍କ…

ନୂଆଦିଲ୍ଲୀ, ୩।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଚାଇନାରେ ଆତଙ୍କ ସୃଷ୍ଟି କରିଥିବା ବିଏଫ୍‌.୭ ଭାରିଆଣ୍ଟ ନେଇ ସତର୍କ ରହିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି। ମାସ୍କ ପିନ୍ଧିବା ଅଧିକରୁ ଅଧିକ ନମୁନା ପରୀକ୍ଷା କରିବା ଏବଂ ଟିକାକରଣକୁ ବଢ଼ାଇବା ପାଇଁ ସରକାରଙ୍କ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସରକାରଙ୍କ ପକ୍ଷରୁ ସ୍ଥିତି ଉପରେ ତୀକ୍ଷ୍‌ଣ ନଜର ରଖାଯାଇଛି। ଦୈନିକ ସଂକ୍ରମଣ-ସକ୍ରିୟ ମାମଲାକୁ ନେଇ ସରକାର ଚିନ୍ତାରେ ରହିଛନ୍ତି।

ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ମଙ୍ଗଳବାର ଦେଶରେ ଖୁବ କମ କରୋନା ମାମଲା ପଞ୍ଜିକୃତ ହୋଇଛି। ଦୈନିକ ପଜିଟିଭ୍‌
ହାର ଏକ ପ୍ରତିଶତରୁ କମ ହୋଇଛି ଏବଂ ସୁସ୍ଥତା ହାରରେ ମଧ୍ୟ ଉନ୍ନତି ହୋଇଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଜାରି ପ୍ରେସ ବିଜ୍ଞପ୍ତି ଅନୁଯାୟ ଦେଶରେ ସୁସ୍ଥତା ହାର ବୃଦ୍ଧି ପାଇ ୯୮.୮୦ ପ୍ରତିଶତ ରହିଛି। ସେହିପରି ସକ୍ରିୟ ମାମଲା ୦.୦୧ ପ୍ରତିଶତ ରହିଛି। ଦୈନିକ ସଂକ୍ରମଣ ୦.୧୭ ପ୍ରତିଶତ ଏବଂ ସାପ୍ତାହିକ ସଂକ୍ରମଣ ୦.୧୫ ପ୍ରତିଶତ ରହିଛି। ଅପରପକ୍ଷରେ ମୃତ୍ୟୁ ହାର କମି ୧.୧୯ ପ୍ରତିଶତରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ବଢ଼ି ଦେଢ଼ଶହ ତଳେ ରହିଛି। ଏହା ୧୩୪ ଛୁଇଁଛି। ଗୋଟିଏ ଦିନ ତଳେ ଏହା ୧୭୩ ଥିଲା। ସେହିପରି ଗତ ୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ଶୂନ ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ଥିଲା। ଏହି ସମୟରେ ସକ୍ରିୟ ମାମଲା କମି ୨ ହଜାର ୫୮୨ରେ ପହଞ୍ଚିଛି। ଗୋଟିଏ ଦିନ ତଳେ ଏହା ୨ ହଜାର ୬୭୦ ଥିଲା। ସେହିପରି ୨୪ ଘଣ୍ଟାରେ ୨୨୨ ଜଣ ସୁସ୍ଥ ହୋଇଛନ୍ତି। ଗୋଟିଏ ଦିନ ତଳେ ଏହା ୧୨୦୯ ଥିଲା। ଇତିମଧ୍ୟରେ ଦେଶରେ କରୋନା ମୃତକଙ୍କ ସଂଖ୍ୟା ୫ ଲକ୍ଷ ୩୦ ହଜାର ୭୦୭ ଛୁଇଁଛି। ସଂକ୍ରମଣ ଆରମ୍ଭଠାରୁ ଇତିମଧ୍ୟରେ ମୋଟ ୪ କୋଟି ୪୬ ଲକ୍ଷ ୭୮ହଜାର ୯୫୬ ଜଣ ଆକ୍ରାନ୍ତ ହୋଇଥିବାବେଳେ ୪ କୋଟି ୪୧ ଲକ୍ଷ ୪୫ ହଜାର ୬୬୭ ଜଣ ସୁସ୍ଥ ହୋଇ ସାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଖିବୁଜା ଗୁଳିମାଡ଼ କଲେ ଦୁର୍ବୃତ୍ତ, ଚାଲିଗଲା ୧୦ ଜଣଙ୍କ ଜୀବନ

କେପଟାଉନ୍‌,୨୧ା୧୨: ଦକ୍ଷିଣ ଆଫ୍ରିକା ଜୋହାନ୍ସବର୍ଗରେ ଆଖିବୁଜା ଗୁଳିମାଡ଼ ହୋଇଛି। ଫଳରେ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଦୁର୍ବୃତ୍ତମାନେ ଗୁଳିମାଡ଼ କରି ଫେରାର ହୋଇଯାଇଥିବାବେଳେ ପୋଲିସ ଛାନ୍‌ଭିନ୍‌...

ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍‌ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...

ନିଜ ଜାଲରେ କେମିତି ପଡ଼ିଲା ପାକିସ୍ତାନ? ଆମେରିକା ସହ ବନ୍ଧୁତା ପରେ ଫସିଗଲା ପାକ୍‌!

ଇସଲାମାବାଦ,୨୧।୧୨: ପାକିସ୍ତାନ ବର୍ତ୍ତମାନ ଆମେରିକା ସହିତ ତା’ର ବନ୍ଧୁତାକୁ ମଜବୁତ କରିବାକୁ ଚେଷ୍ଟା କରୁଛି। ଏହି ସମୟରେ, ଆମେରିକା ଗାଜାକୁ ଶାନ୍ତିସେନା ପଠାଇବା ପାଇଁ ପାକିସ୍ତାନ...

ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ

ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...

ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କ ସହ ଜଡିତ ଅତିକମରେ ୧୬ ଫାଇଲ ଗାଏବ! ଟ୍ରମ୍ପଙ୍କ ଫଟୋ ବି ୨୪ ଘଣ୍ଟାରେ ଡିଲିଟ, ଆମେରିକାରେ ହଇଚଇ

ଓ୍ବାଶଂଟନ,୨୧।୧୨: ଆମେରିକାରେ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ ନେଇ ବିବାଦ ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଆମେରିକାର ନ୍ୟାୟ ବିଭାଗ (DOJ)ର ସରକାରୀ ସାର୍ବଜନୀନ ୱେବସାଇଟରୁ ଏପ୍‌ଷ୍ଟିନ୍‌ ମାମଲା...

ବସ୍‌ଷ୍ଟାଣ୍ଡ ପାଇଁ ଗଛକଟା: ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ…

ବାରିପଦା, ୨୧।୧୧ (ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପାଲବଣୀଠାରେ ଆନ୍ତଃରାଜ୍ୟ ବସ୍‌ଷ୍ଟାଣ୍ଡ ନିର୍ମାଣ ପାଇଁ ଚାଲିଥିବା ଗଛକଟାକୁ ତୀବ୍ର ବିରୋଧ କରାଯାଇଛି। ପରିବେଶବିତ୍‌...

୧୧ ବିମାନବନ୍ଦର ଲିଜ୍‌ରେ ନେବ ଆଦାନୀ

ନୂଆଦିଲ୍ଲୀ,୨୧ା୧୨: କେନ୍ଦ୍ର ସରକାର ଦେଶର କେତେକ ସରକାରୀ ବିମାନବନ୍ଦରକୁ ଘରୋଇ କମ୍ପାନୀକୁ ଲିଜ୍‌ ଦେବା ପାଇଁ ଯୋଜନା କରୁଥିବାବେଳେ ଆଦାନୀ ଏଣ୍ଟରପ୍ରାଇଜେସ୍‌ ୧୧ଟି ଏୟାରପୋର୍ଟ ପାଇଁ...

ବିଜେଡିରେ ବଡ଼ ହଲଚଲ: ୪୦ ପରେ ୩ ନେତାଙ୍କୁ ନେଇ ଚର୍ଚ୍ଚା

ଭୁବନେଶ୍ୱର,୨୧ା୧୨(ସୁନିତ୍‌ ମିଶ୍ର): ବିଜେଡିର ପ୍ରାୟ ୪୦ ଜଣ ପୂର୍ୱତନ ବିଧାୟକ ଏବଂ ୨୦୨୪ରେ ବିଧାୟକ ପ୍ରାର୍ଥୀ ହୋଇଥିବା ନେତା ଭୁବନେଶ୍ୱର ଉପକଣ୍ଠରେ ଶୁକ୍ରବାର ଏକ ଭୋଜି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri