ଘରୋଇ ହସ୍ପିଟାଲ, କ୍ଲିନିକ୍‌କୁ ଚେତାବନୀ: ଚିକିତ୍ସା ନ କଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, ୧୮।୭(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତେବେ ଅଧିକାଂଶ ସ୍ଥାନରେ ସାଧାରଣ ରୋଗୀଙ୍କୁ କରୋନା ରୋଗୀଭାବି ଚିକିତ୍ସା କରାଯାଉ ନାହିଁ। ଏହି ପରିପ୍ରେକ୍ଷୀରେ ଶନିବାର ରାଜ୍ୟର ଘରୋଇ ହସ୍ପିଟାଲ ଓ କ୍ଲିନିକଗୁଡ଼ିକୁ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କଡ଼ା ଚେତାବନୀ ଦେଇଛନ୍ତି । ରାଜ୍ୟର ହଟ୍‌ସ୍ପଟ ଜିଲାର ରୋଗୀଙ୍କୁ ଚିକିତ୍ସା ନ କଲେ ସମ୍ପୃକ୍ତ ଘରୋଇ ହସ୍ପିଟାଲ ଓ କ୍ଲିନିକଗୁଡ଼ିକ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଚେତାବନୀ ଦେଇଛନ୍ତି । ଚିକିତ୍ସା ନ କରିବା ଏକ ନୀତିଗତ ଭୁଲ ଓ ବେଆଇନ। ଚିିକିତ୍ସା ନ କଲେ ସମ୍ପୃକ୍ତ ଘରୋଇ ହସ୍ପିଟାଲ ଓ କ୍ଲିନିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି ।