ନାବାଳକ ବାଇକ୍‌ ଚଳାଇଲେ ହେବ କାର୍ଯ୍ୟାନୁଷ୍ଠାନ

ରାୟଗଡ଼ା,୨୮।୩(ସ୍ବ.ପ୍ର.): ରାୟଗଡ଼ା କଲେଜ ରୋଡରେ ୨ ନାବାଳକ ବାଇକ୍‌ ଚଳାଇବା ବେଳେ ଧରା ପଡିଛନ୍ତି। ଉକ୍ତ ଦୁଇ ଜଣ ନାବାଳକଙ୍କୁ ୨୫ ହଜାର ଲେଖାଏ ଜରିମାନା କରାଯାଇଛି। ସୂଚନାଯୋଗ୍ୟ, ସ୍କୁଲ ଓ କଲେଜରେ ପଢୁଥିବା ନାବାଳକ ଓ ନାବାଳିକା ବିପଦଜନକ ଭାବେ ସ୍କୁଟି, ବାଇକ୍‌ ଚଳାଉଥିବା ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଛି। ଏଣୁ ଏହି ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଫଳରେ ଆଜି ଠାରୁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଏହି ଯାଞ୍ଚ ଆରମ୍ଭ ହୋଇଥିବା ଜଣାପଡିଛି।