ଠକ କମ୍ପ୍ୟୁଟର ସଂସ୍ଥା ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୮।୫: ସାରା ରାଜ୍ୟରେ ଛତୁ ଫୁଟିଲା ପରି କମ୍ପ୍ୟୁଟର ପାଠ୍ୟକ୍ରମ ପ୍ରଦାନ କରୁଥିବା ସଂସ୍ଥା ଖୋଲିଛି। ଏହିସବୁ ସଂସ୍ଥା କେତେକ ଏନ୍‌ଜିଓ ଓ ଅଣ ଅନୁମୋଦିତ ଶିକ୍ଷାନୁଷ୍ଠାନ କେବଳ ସୋସାଇଟି ରେଜିଷ୍ଟ୍ରେଶନ ଆକ୍ଟ ୧୮୬୦ରେ ପଞ୍ଜୀକୃତ ହୋଇ ବେଆଇନ ଭାବେ କମ୍ପ୍ୟୁଟର ପାଠ୍ୟକ୍ରମ ଶିକ୍ଷା ପ୍ରଦାନ ସହ ସାର୍ଟିଫିକେଟ ମଧ୍ୟ ପ୍ରଦାନ କରୁଛନ୍ତି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ଓ ବେଆଇନ କାର୍ଯ୍ୟକଳାପ ସରକାରଙ୍କ ନଜରକୁ ଆସିଛି। ଉକ୍ତ ସଂସ୍ଥାଗୁଡ଼ିକ ଏଆଇସିଟିଇ,ଏନ୍‌ସିଭିଟି କିମ୍ବା କୌଣସି ବିଶ୍ୱବିଦ୍ୟାଳୟଠାରୁ ଅନୁମୋଦନ ନ ଆଣି ବେଆଇନ ଭାବେ ପାଠ୍ୟକ୍ରମ ଅନୁସାରେ ସାର୍ଟିଫିକେଟ ପ୍ରଦାନ କରି ପିଲାଙ୍କୁ ଠକୁଥିବା ଘଟଣା ସରକାରଙ୍କ ଦୃଷ୍ଟିଗୋଚର ହୋଇଛି।
ଏଭଳି ଏକ ସଙ୍ଗିନ ଘଟଣା ଉପରେ ବିଭାଗ ନଜର ରଖିବା ସହ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସରକାର କଡ଼ା ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ସରକାର ବର୍ତ୍ତମାନ ସମୟରେ କମ୍ପ୍ୟୁଟର ଶିକ୍ଷା ଓ ବ୍ୟବହାରକୁ ବିଭିନ୍ନ କ୍ଷେତ୍ରରେ ବାଧ୍ୟତାମୂଳକ କରିଥିବାରୁ ପିଲାମାନଙ୍କୁ କମ୍ପ୍ୟୁଟର ଶିକ୍ଷା ଓ ସାର୍ଟିଫିକେଟର ଆବଶ୍ୟକତା ସବୁ କ୍ଷେତ୍ରରେ ପଡୁଛି। ସେହିଭଳି ନିଯୁକ୍ତି କ୍ଷେତ୍ରରେ କମ୍ପ୍ୟୁଟର ଶିକ୍ଷାକୁ ଗୁରୁତ୍ୱ ଦିଆଯାଇଥିବାରୁ ଏଭଳି ଘଟଣା ଓ ଜାଲ୍‌ ସାର୍ଟିଫିକେଟ ନଜରକୁ ଆସିଛି। ସରକାର ନିଯୁକ୍ତି ପାଇଁ ସ୍ବୀକୃତିପ୍ରାପ୍ତ ସଂସ୍ଥା ଓ ଶିକ୍ଷାନୁଷ୍ଠାନର ସାର୍ଟିଫିକେଟର ଆବଶ୍ୟକତା କରୁଛନ୍ତି।
ସେହିପରି ନିଯୁକ୍ତି ସମୟରେ କମ୍ପ୍ୟୁଟର ସାର୍ଟିଫିକେଟ ସରକାରୀ ପ୍ରଦତ୍ତ ସଂସ୍ଥାର ଗ୍ରହଣ ପାଇଁ ବିଭିନ୍ନ ସଂସ୍ଥା ଓ ବିଭାଗ ଏପରିକି ଜିଲାପାଳମାନଙ୍କୁ ମଧ୍ୟ ନିକଟରେ ସରକାରଙ୍କ ଚିଠି ନଂ. ୪୩୫- ଓଡ଼ିଶା ଗେଜେଟ ନମ୍ବର ୪୬୫ ଜରିଆରେ ଅବଗତ କରାଯାଇଛି। ରାଜ୍ୟରେ ବର୍ତ୍ତମାନ ୧୦ ହଜାରରୁ ଊର୍ଦ୍ଧ୍ୱ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ଚାଲୁଥିବା ବେଳେ ସେଥି ମଧ୍ୟରୁ ଅନେକ ସରକାରୀ ସ୍ବୀକୃତି ପାଇ ନ ଥିବା ସୂଚନା ମିଳିଛି। ଏ ନେଇ ରାଜସ୍ବ ପଷର୍ଦ ପକ୍ଷରୁ ସମସ୍ତ ଜିଲାର ଅତିରିକ୍ତ ଜିଲାପାଳ ତଥା ଅତିରିକ୍ତ ପଞ୍ଜୀକରଣ ଅଧିକାରୀମାନଙ୍କୁ ୧୯୭୯ ଚିଠି ଜରିଆରେ ଅବଗତ କରାଯାଇଛି। ବେଆଇନ ତାଲିମ କେନ୍ଦ୍ର ଓ ଅଣ ସ୍ବୀକୃତିପ୍ରାପ୍ତ ସଂସ୍ଥାଗୁଡ଼ିକ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଛାତ୍ରୀଛାତ୍ରଙ୍କୁ ଠକାମିରୁ ସୁରକ୍ଷିତ ରଖିବା ପାଇଁ ଚିଠିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

ଲିଙ୍ଗରାଜଙ୍କୁ ଉଠାଇ ନେଲା ପୋଲିସ, ବିରୋଧ କରି ଏକାଠି ହେଲେ ଡଙ୍ଗରିଆ

କଲ୍ୟାଣସିଂହପୁର,୫ା୪(ଦୀପକ କୁମାର ପରିଡ଼ା): ଲିଙ୍ଗରାଜ ଆଜାଦଙ୍କୁ ପୋଲିସ ଉଠାଇ ନେଇ ଥିବାରୁ ଏହାକୁ ବିରୋଧ କରି ପୁଣି ଏକାଠି ହୋଇଛନ୍ତି ନିୟମଗିରିରେ ବସବାସ କରୁଥିବା ଦଙ୍ଗରିଆ। ରାୟଗଡ଼ା…

ତାରାତାରିଣୀଙ୍କ ଦର୍ଶନ କଲେ ପ୍ରଧାନମନ୍ତ୍ରଙ୍କ ସଚିବ: ପୂଜାର୍ଚ୍ଚନା କରି ନେଲେ ଆଶୀର୍ବାଦ

ପୁରୁଷୋତ୍ତମପୁର,୫ା୪(ସବିତା ମିଶ୍ର): ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦିତୀୟ ପ୍ରମୁଖ ସଚିବ ତଥା ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ଶକ୍ତିକାନ୍ତ ଦାଶ ଓ ତାଙ୍କ ସ୍ତ୍ରୀ ରବିବାର ଗଞ୍ଜାମ…

ଦିନରେ ନିଆଁ ବର୍ଷା, ଅପରାହ୍ନରେ ମାଡ଼ି ଆସୁଛି କାଳବୈଶାଖୀ, ଆଜି ୩ ଜିଲାରେ ହେବ…

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେବ ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡୁଛି। ଏପରିକି ଦିନରେ ନିଆଁ ବର୍ଷା ହେଉଥିବାବେଳେ ଅପରାହ୍ନରେ ମାଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri