Categories: ଜାତୀୟ

୧୦୦ ବେଆଇନ ବିଲ୍ଡିଂ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୯।୮: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁପରଟେକ୍‌ କମ୍ପାନୀର ବେଆଇନ ନିର୍ମିତ ଟ୍ବିନ୍‌୍‌ ଟାଓ୍ବାର ରବିବାର ମାଟିରେ ମିଶିବା ପରେ ଏବେ ନୋଏଡା କର୍ତ୍ତୃପକ୍ଷ ଉକ୍ତ ଅଞ୍ଚଳରେ ବେଆଇନ ଭାବେ ଗଢ଼ିଉଠିଥିବା ଶତାଧିକ ବିଲ୍ଡିଂ ଉପରେ ନଜର ପକାଇଛନ୍ତି। ସେଥିରୁ ଅଧିକାଂଶ ବିଲ୍ଡିଂକୁ ୨୦୦୯ରୁ ୨୦୧୪ ମଧ୍ୟରେ ଅନୁମୋଦନ ମିଳିଥିଲା। ଉକ୍ତ ବେଆଇନ ବିଲ୍ଡିଂଗୁଡ଼ିକୁ ଟ୍ବିନ୍‌ ଟାଓ୍ବାର ଦଶା ଭୋଗିବାକୁ ପଡ଼ିପାରେ ବୋଲି କୁହାଯାଉଛି। କେବଳ ନୋଏଡା ନୁହଁ, ମୁମ୍ବାଇ ଓ ଅନ୍ୟ ସହରରେ ରହିଥିବା ବେଆଇନ ବିଲ୍ଡିଂଗୁଡ଼ିକର ଅଡିଟ୍‌ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ଦାବି ହେଉଛି। ଫ୍ଲାଟ୍‌ ମାଲିକମାନଙ୍କ ସ୍ବାର୍ଥର ସୁରକ୍ଷା ଲାଗି ମୁମ୍ବାଇରେ ରହିଥିବା ଉଚ୍ଚ ଅଟ୍ଟାଳିକାଗୁଡ଼ିକର ସ୍ବତନ୍ତ୍ର ଅଡିଟ୍‌ କରାଯିବାକୁ ଭାଜପା ନେତା କିରୀଟ ସେମୈୟା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ନିକଟରେ ଦାବି କରିଛନ୍ତି।

Share