ନିର୍ଦ୍ଦେଶ କାର୍ଯ୍ୟକାରୀ ନ ହେଲେ ନିଆଯିବ ଆକ୍ସନ: ମନ୍ତ୍ରୀ

ଝରିଗାଁ,୬ା୭(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକକୁ ଶନିବାର ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଝରିଗାଁ ବିଧାୟକ ନରସିଂହ ଭତ୍ରା ଗସ୍ତ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଏବଂ ବିଧାୟକଙ୍କୁ କରସାହାଣ୍ଡି ଛକଠାରୁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରାରେ ଦଳୀୟ କର୍ମୀଗହଣରେ ପହଞ୍ଚିଥିଲେ। ଏଥିରେ ଭାଜପା ସମ୍ପାଦକ ରମେଶ ଚନ୍ଦ୍ର ସାହୁ, ରାୟଗଡ଼ା ଜିଲା ପ୍ରଭାରୀ ଗୋବିନ୍ଦ ଜୈନ, ଆଇନଜୀବୀ ଚନ୍ଦ୍ରଭାନୁ ନାୟକ, ଦଳର ବରିଷ୍ଠ ନେତା ପ୍ରଫୁଲ୍ଲ ପ୍ରଧନୀ, ମହେଶ୍ୱର ତିଓ୍ବାରୀ, କୁନୁ ତିଓ୍ବାରୀ, ବୁଲୁ ଷଡ଼ଙ୍ଗୀ, ଭିକି ରଥ, ଗିରି ପାଣ୍ଡେ ପ୍ରମୁଖ ଉପସ୍ଥିତ ରହିଥିଲେ। ଏହାପରେ ପଞ୍ଚାୟତ ସମିତି ସଭାଗୃହଠାରେ ଆୟୋଜିତ ସମୀକ୍ଷା ତଥା ଜନଶୁଣାଣି ବୈଠକରେ ସାମିଲ ହୋଇ ଝରିଗାଁ ବ୍ଲକର ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ। କୁଟୁରିଛାପର ପଞ୍ଚାୟତ ସମିତି ସଭ୍ୟ ପ୍ରସନ୍ନ ମାଝି ଅଭିଯୋଗ ଅନୁସାରେ ଝରିଗାଁ ପଞ୍ଚାୟତ ସମିତିରେ ଦୀର୍ଘ ୧୪ ମାସ ହେଲା କୌଣସି ସମିତି ବୈଠକ ହୋଇନାହିଁ, ଯାହାଫଳରେ ନିଜ ନିଜ ପଞ୍ଚାୟତରେ ରହିଥିବା ସମସ୍ୟା ବଢ଼ିବାରେ ଲାଗିରହିଛି। ସେହିପରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପୂର୍ବତନ ବିଧାୟକଙ୍କ ପାଣ୍ଠିରୁ ଖର୍ଚ୍ଚ ହୋଇ ଆସିଥିବା ନୂତନ ଆମ୍ବୁଲାନ୍ସ କାହିଁକି ବ୍ୟବହାର ହୋଇପାରୁନାହିଁ। ଝରିଗାଁ ବ୍ଲକରେ ହେଇଥିବା ଉନ୍ନୟନମୂଳକ କାର୍ଯ୍ୟରେ କୌଣସି ପ୍ରକାରର ସାଇନ ବୋର୍ଡ ଲଗାଯାଉଥିବା ନ ଥିବା କୁଟୁରିଛାପର ସମିତି ସଭ୍ୟ ପ୍ରକାଶ କରିଥଲେ। ଇଚ୍ଛାପୁର ପଞ୍ଚାୟତ ସକାଶେ ନିର୍ମାଣ ହୋଇଥିବା ପଞ୍ଚାୟତ ଗୃହ କିପରି ଶୀଘ୍ର କାର୍ଯ୍ୟକାରୀ ହୋଇପାରିବ ସେଥିନେଇ ଚିତ୍ରସେନ ତିଓ୍ବାରୀ ଅଭିଯୋଗ ଜଣାଇଥିଲେ। ସେହିପରି ଝରିଗାଁ ସଦର ମହକୁମା ନିକଟସ୍ଥ ୨୦୧୪ରୁ ବିବାଦରେ ରହିଥିବା ଉଦଲିଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପାଇଁ କିପରି ଶୀଘ୍ର ସ୍କୁଲ ଗୃହ ନିର୍ମାଣ ହେବ ସେଥିନେଇ ଅଭିଯୋଗ ହୋଇଥିଲା। ଇଚ୍ଛାପୁର ପଞ୍ଚାୟତ ମୁଣ୍ଡିମାଳ ଗ୍ରାମରେ ଏକ ହଜାରରୁ ଉଦ୍ଧର୍‌ବ ଲୋକ ରହୁଥିଲେ ମଧ୍ୟ ସେଠାରେ ଆଜି ପର୍ଯ୍ୟନ୍ତ ପ୍ରତ୍ୟେକ ଘରକୁ ପାନୀୟ ଜଳ ଯୋଗାଣ ହୋଇପାରିଲା ନାହିଁ। ବଡ଼ଟେମାର ଆଶ୍ରମ ବିଦ୍ୟାଳୟରେ ପାନୀୟ ବିଶୁଦ୍ଧ ଜଳଯୋଗାଣ ଯୋଗାଇଦେବା ନେଇ ଗ୍ରାମବାସୀ ଅଭିଯୋଗ ଜଣାଇଥିଲେ। କରମରୀ ଗ୍ରାମଠାରେ ଛାତ୍ରୀ ପିଲାଙ୍କ ପାଠ ପଢ଼ିବା ଏବଂ ରହିବା ପାଇଁ କୋଠା ତିଆରି ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇପାରୁନାହିଁ। ସେହିପରି ଝରିଗାଁ ବସ୍‌ଷ୍ଟାଣ୍ଡଠାରେ ମାଗଣା ପରିସ୍ରାଗାର ତିଆରି ହୋଇ ପୂର୍ବତନ ଏମ୍‌ପି ଏବଂ ପୂର୍ବତନ ବିଧାୟକଙ୍କ ଦ୍ୱାରା ଶୁଭ ଦିଆଯାଇଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରୁନାହିଁ। ଲୋକଙ୍କ ଅଭିଯୋଗ କିପରି ଶୀଘ୍ର ସମାଧାନ ହୋଇପାରିବ ସେଥିପ୍ରତି ଗୁରୁତ୍ୱ ଦେବା ନେଇ ମନ୍ତ୍ରୀ ଉପସ୍ଥିତ ଅଧିକାରୀଙ୍କୁ ତାଗିଦ କରିଥିଲେ। ଏପରିକି କାର୍ଯ୍ୟକାରୀ ନ ହେଲେ ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri