ସହରରେ କୃତ୍ରିମ ବନ୍ୟା, ଜଳବନ୍ଦୀ ନେଇ ଆକ୍ସନପ୍ଲାନ

ଭୁବନେଶ୍ୱର,୧୨।୫(ବ୍ୟୁରୋ): ଜୁନ ମାସରେ ସାଧାରଣତଃ ଓଡ଼ିଶାକୁ ଦକ୍ଷିଣ ପଶ୍ଚିମ ମୌସୁମୀ ଆଗମନ ହୋଇଥାଏ। ମେ’ ମାସ ଚାଲିଥିବାବେଳେ ମୌସୁମୀ ପୂର୍ବରୁ ସହରାଞ୍ଚଳରେ କିପରି ଜଳବନ୍ଦୀ ଓ କୃତ୍ରିମ ବନ୍ୟା ସ୍ଥିତିକୁ ଏଡାଯିବ, ସେନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ଆକ୍ସନପ୍ଲାନ ପ୍ରସ୍ତୁତ କରିଛି। ରାଜ୍ୟ ପୌର ପ୍ରଶାସନ ନିର୍ଦ୍ଦେଶକ ସଂଗ୍ରାମଜିତ ନାୟକ ଏ ନେଇ ଗୁରୁବାର ସମସ୍ତ ମ୍ୟୁନିସିପାଲ କମିଶନର, ମ୍ୟୁନିସିପାଲ କର୍ପୋରେଶନ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ସମସ୍ତ ମ୍ୟୁନିସିପାଲିଟି ଓ ଏନ୍‌ଏସିକୁ ଚିଠି ଲେଖିଛନ୍ତି। ମୌସୁମୀ ପୂର୍ବରୁ ଜଳବନ୍ଦୀ ଓ କୃତ୍ରିମ ବନ୍ୟା ସ୍ଥତି ଏଡାଇବା ଲାଗି ଆଗୁଆ ପଦକ୍ଷେପ ନେବାକୁ ନାୟକ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟତଃ ସହରାଞ୍ଚଳରେ ଥିବା ସମସ୍ତ ଡ୍ରେନ ସ୍ଥିତି ଯାଞ୍ଚ କରିବା ସହ ଚୋକ୍‌ ଥିବା ଡ୍ରେନର ପୁନଃ ସଂଯୋଗ ଓ ସଫେଇକୁ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ରାସ୍ତାକଡ଼ରେ ଥିବା ମ୍ୟାନହୋଲ ଓ ମୁକୁଳା ଡ୍ରେନ ସ୍ଥଳ ଚିହ୍ନଟ କରି ଏହାକୁ ତୁରନ୍ତ ବନ୍ଦ କରିବାକୁ କୁହାଯାଇଛି। ଯେଉଁ ସ୍ଥାନରେ ମରାମତି ନ ହୋଇପାରୁଛି, ସେଠାରେ ଲୋକଙ୍କ ସଚେତନତା ଲାଗି ବ୍ୟବସ୍ଥା କରିବା, ସେହିପରି ଡ୍ରେନରେ ପଡୁଥିବା ନିର୍ମାଣାଧୀନ ବର୍ଜ୍ୟ ଲାଗି ଡ୍ରେନ ଜାମ ହେଉଥିବାରୁ ନିୟମିତ ରାସ୍ତାକଡରେ ଥିବା ଡ୍ରେନର ସଫେଇକୁ ଗୁରୁତ୍ୱ ଦେବା, ସଫେଇ ପରେ ଯେପରି ପୁନଃ ଉକ୍ତ ସାମଗ୍ରୀ ଡ୍ରେନ୍‌କୁ ନ ଆସେ ସେଥିପ୍ରତି ବିଶେଷ ଧ୍ୟାନ ଦେବା, ଜଳବନ୍ଦୀ ଓ ତଳି ଅଞ୍ଚଳ ଚିହ୍ନଟ କରି ଆପାତକାଳୀନ ସ୍ଥତିରେ ଜଳ ନିଷ୍କାସନ ବ୍ୟବସ୍ଥା କରିବାକୁ ପମ୍ପ ସେଟ ଲଗାଇବା, ଡ୍ରେନ ଉପରେ ଥିବା ଜବରଦଖଲ ହଟାଇବା ସହ ଜବରଦଖଲକାରୀଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମୌସୁମୀ ସମୟରେ ଜଳବନ୍ଦୀ ଲାଗି ପାଣି ଜମିବା ଫଳରେ ମ୍ୟାଲେରିଆ, ଡେଙ୍ଗୁ ଏବଂ ଜାପାନିଜ ଏନ୍‌ସେଫାଲାଇଟିସ ଏବଂ ଜଳ ଦ୍ୱାରା ବ୍ୟାପୁଥିବା ଅନ୍ୟ ରୋଗ ହେବା ଆଶଙ୍କା ରହିଛି। ତେଣୁ ଏଥିପ୍ରତି ଧ୍ୟାନ ଦେବା ସହ ଜଳବନ୍ଦୀ ଅଞ୍ଚଳରେ ପରିମଳ ବ୍ୟବସ୍ଥାକୁ ସ୍ବତନ୍ତ୍ର ଭାବେ ଗୁରୁତ୍ୱ ଦେବାକୁ କୁହାଯାଇଛି।
ମୌସୁମୀ ସମୟରେ ସହାୟତା ଲାଗି ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ କାର୍ଯ୍ୟକାରୀ କରାଇବା, କମିଶନର ତଥା ଜିଲାପାଳଙ୍କ ନେତୃତ୍ୱରେ ଜଳବନ୍ଦୀ ସମୟରେ ନିୟମିତ ବୈଠକ କରିବା, ଜଳବନ୍ଦୀ ସମୟରେ ସମସ୍ତ ଲାଇନ ବିଭାଗ ସହ ସମନ୍ବୟ ରଖି ସ୍ଥିତିର ମୁକାବିଲା କରିବା ଲାଗି କୁହାଯାଇଛି। ପ୍ରଥମଥର ୱାର୍ଡର ଲୋକପ୍ରତିନିଧି (କର୍ପୋରେଟର) ଓ ୱାର୍ଡ କମିଟିକୁ ଜଳବନ୍ଦୀ ସ୍ଥିତି ପରିଚାଳନା କରିବାରେ ସାମିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri