କର୍ମ ଓ ସ୍ବାଧୀନ ଇଚ୍ଛା

ଆମକୁ କ’ଣ କରିବାକୁ ହେବ ତାହା ଆମେ ସ୍ବାଧୀନ ଭାବରେ ଚୟନ କରୁ ନା ଆମ କର୍ମଗୁଡ଼ିକ ଆମ ନିୟନ୍ତ୍ରଣ ବାହାରେ ଥିବା ଶକ୍ତି ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ ସେ ସମ୍ପର୍କରେ ବୁଦ୍ଧିଜୀବୀମାନେ ପ୍ରାଚୀନ କାଳରୁ ପ୍ରଶ୍ନ କରି ଆସିଛନ୍ତି। ଆମ ବ୍ୟବହାରର କାରଣ ସମ୍ପର୍କିତ ବିଚାରକୁ ଆଗକୁ ନେଇଥିବା ବୈଜ୍ଞାନିକ ଉଦ୍ଭାବନ ଏହି ବତର୍କକୁ ନୂଆ ଗତିଶୀଳତା ପ୍ରଦାନ କରିଛି। ଷ୍ଟାନ୍‌ଫୋର୍ଡ ବିଶ୍ୱବିଦ୍ୟାଳୟର ନ୍ୟୁରୋଲୋଜିଷ୍ଟ ତଥା ନିକଟରେ ‘ଲାଇଭସ୍‌ ଓ୍ବେଲ୍‌ ଲାଇଭ୍‌ଡ’ ପୋଡ୍‌କାଷ୍ଟର ଅତିଥି ରବର୍ଟ ସାପୋଲସ୍କି ହେଉଛନ୍ତି ଏହିସବୁ ବିଜ୍ଞାନଭିତ୍ତିକ ତର୍କ ସମ୍ବଳିତ ତଥ୍ୟର ଜଣେ ସିଦ୍ଧାନ୍ତବାଦୀ। ଏହି ପୋଡ୍‌କାଷ୍ଟରେ ପୋଲାଣ୍ଡର ଫିଲୋସଫର କାଟର୍‌ଜିନା ଡି ଲାଜାରି-ରାଡିକ୍‌ଙ୍କ ସହିତ ମୁଁ ସହ ପ୍ରାୟୋଜକ ରହିଥିଲି।
ସାପୋଲସ୍କି ହେଉଛନ୍ତି ‘ ଡିଟର୍‌ମିଣ୍ଡ:ଏ ସାଇନ୍ସ ଅଫ୍‌ ଲାଇଫ୍‌ ଓ୍ବିଦ୍ୟାଉଟ୍‌ ଫ୍ରି ଓ୍ବିଲ୍‌’ର ଲେଖକ। ସେ ଏଥିରେ ଯୁକ୍ତି ଉପସ୍ଥାପନ କରିଛନ୍ତି ଯେ, ନିଜ ଜୀବନରେ ସ୍ବାଧୀନ ଭାବେ ନିଷ୍ପତ୍ତି ନେବାର କ୍ଷମତା ବା ଇଚ୍ଛା ହେଉଛି ଏକ ଭ୍ରମ ବା ନିରାଧାର ବିଚାର। ଜୋ ନାମକ ଜଣେ ବ୍ୟକ୍ତିଙ୍କ କଥା ବିଚାରକୁ ନିଆଯାଉ। ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ ବୋଲି ନିଷ୍ପତ୍ତି ନେଇ ସେ ଏକ କାଫେକୁ ଗଲେ ଓ ସେଠାରେ ତାଙ୍କର ଜଣେ ସାଙ୍ଗଙ୍କ ସହ ଭେଟ ହେଲା। ସେହି ସାଙ୍ଗ ନିର୍ଦ୍ଦିଷ୍ଟ ପ୍ରକାର କେକ୍‌ର ଏକ ଅଂଶ ମଗାଇଲେ ଓ ଜୋ’ଙ୍କୁ ମଧ୍ୟ ସେଥିରୁ ଖଣ୍ଡେ ମଗାଇବାକୁ କହିଲେ। କିନ୍ତୁ ଜୋ ଏଥିରେ ରାଜି ହେଲେ ନାହିଁ। କାରଣ ସେ ଚିନ୍ତା କରିଥାଇପାରିଥାନ୍ତି ଯେ ସ୍ବାଧୀନ ଭାବେ ଇଚ୍ଛାକୁ କାର୍ଯ୍ୟକାରୀ କରି ତାଙ୍କ କାର୍ଯ୍ୟର ଗୁରୁତ୍ୱକୁ ପ୍ରତିପାଦିତ କରିବେ। କିନ୍ତୁ ତାହା ନୁହେଁ। ସାପୋଲସ୍କି କହନ୍ତି ଯେ, ସେହି ସାଙ୍ଗ ଜଣକ ତାଙ୍କ ଜିନ୍‌ଗତ କାରଣରୁ କେକ୍‌ ମଗାଇବାକୁ ଇଚ୍ଛାକଲେ ନାହିଁ କିମ୍ବା ଯେଉଁଭଳି ଭାବେ ସେ ପିଲାବେଳୁ ବଢ଼ି ଆସିଛନ୍ତି ସମ୍ଭବତଃ ସେହି ଗୁଣଗତ କାରଣ ଯୋଗୁ ମଧ୍ୟ ତାହା କରିଥାଇପାରିଥାନ୍ତି। ସେ ଯାହା ବି ହେଉ, ତାଙ୍କ ନିୟନ୍ତ୍ରଣରେ ନ ଥିବା କିଛି କାରଣ ଯୋଗୁ ବି ଏହା ଘଟିଥାଇପାରେ। ସାପୋଲସ୍କି କହନ୍ତି, ଆମ କର୍ମଗୁଡ଼ିକ ନିର୍ଦ୍ଧାରିତ ହୋଇ ରହିଛି ଓ ଏଥିପାଇଁ ଆମେ ସେଗୁଡ଼ିକ ଲାଗି ଉତ୍ତରଦାୟୀ ନୋହଁୁ। ସେ ଆଉ ମଧ୍ୟ ଦର୍ଶାଇଛନ୍ତି ଯେ, ଆମେ ଯାହା କରୁ ତାହାକୁ ପ୍ରଶଂସା କରିବା କିମ୍ବା ଦୋଷ ଦେବା ଦରକାର ନାହିଁ। ସେ ମଧ୍ୟ ଦୁଃଖର ସହ କହିଛନ୍ତି ଯେ, ସାରା ବିଶ୍ୱରେ, ଦୈନନ୍ଦିନ ଜୀବନରେ, କୋର୍ଟରୁମ୍‌ରୁ ଆରମ୍ଭ କରି କ୍ଲାସରୁମ୍‌; ପୁରସ୍କାର ବିତରଣ ଉତ୍ସବ ବା ପ୍ରଶଂସାଗନରେ ଆମେ ଆମ ସ୍ବତନ୍ତ୍ର ଇଚ୍ଛା ଉପରେ ଦୃଢ଼ ବିଶ୍ୱାସ ରଖି କର୍ମରେ ଜଡ଼ିତ ହେଉଛୁ।
ପ୍ରତ୍ୟେକ ବିଷୟ ପଛରେ ଏକ କାରଣ ରହିଛି; ଆମ ବ୍ୟବହାର ତଥା କାର୍ଯ୍ୟକଳାପ ସମେତ ବିଶ୍ୱର ପ୍ରତ୍ୟେକ ବିଷୟ ପୂର୍ବ ନିର୍ଦ୍ଧାରିତ, ଏଭଳି ଦାବିକୁ ସ୍ପଷ୍ଟ ନ କରିବା ସାପୋଲସ୍କିଙ୍କ ଯୁକ୍ତିର ଏକ ତ୍ରୁଟି। ଆମେ ସ୍ବୀକାର କରିପାରିବା ଯେ, ଜଣେ ଯଦି ଆମ ଜିନ୍‌ ଓ ପରିବେଶ ସମ୍ପର୍କରେ ସବୁ କିଛି ଜାଣନ୍ତି, ତେବେ ସେ ଆମ ବ୍ୟବହାର ସମ୍ପର୍କରେ ପୂର୍ବାନୁମାନ କରିପାରିବେ। ସାପୋଲସ୍କି ଓ ତାଙ୍କ ପୂର୍ବରୁ ଅନେକେ ଉପସ୍ଥାପନ କରିଥିବା ଯୁକ୍ତିରେ ଥିବା ତ୍ରୁଟି ହେଉଛି, ଆମ ଇଚ୍ଛାରୁ ସୃଷ୍ଟି ହେଉଥିବା ଏବଂ ସୃଷ୍ଟି ହେଉ ନ ଥିବା ବ୍ୟବହାର କିମ୍ବା କାର୍ଯ୍ୟକଳାପ ମଧ୍ୟରେ ପ୍ରଭେଦକୁ ସୂଚିତ କରିବାରେ ସେମାନେ ବିଫଳ ହୋଇଛନ୍ତି। ଦୁଇ ବ୍ୟକ୍ତି ଜର୍ଜ ଏବଂ ମ୍ୟାରିଙ୍କ କଥା ଦେଖାଯାଉ। ସେମାନଙ୍କ ବ୍ୟବହାର ଓ କର୍ମକୁ ମଧ୍ୟ ନିରୀକ୍ଷଣ କରାଯାଉ। ଜର୍ଜଙ୍କର ତାଙ୍କ ପଡ଼ୋଶୀଙ୍କ ଉପରେ ଘୃଣା ଭାବ ରହିଥିଲା। ଏପରି କି ରାସ୍ତାରେ ଦେଖାହେଲେ ଜର୍ଜ ତାଙ୍କୁ ଅଣଦେଖା କରୁଥିଲେ। ତାଙ୍କ ପଡ଼ୋଶୀ ପ୍ରତିଦିନ ନିକଟସ୍ଥ ଷ୍ଟେଶନକୁ ଯାଇ ଟ୍ରେନ୍‌ରେ କର୍ମକ୍ଷେତ୍ରକୁ ଯିବା ବିଷୟ ଜର୍ଜ ଜାଣିଥିଲେ। ଏଣୁ ପଡ଼ୋଶୀଙ୍କୁ ରାସ୍ତାରୁ ହଟାଇ ଦେବା ସକାଶେ ଏକ ସୁଯୋଗ ରହିଛି ବୋଲି ସେ ଚିନ୍ତା କଲେ । ଜର୍ଜ ପ୍ରତିଦିନ ପଡ଼ୋଶୀଙ୍କ ପଛେ ପଛେ ଷ୍ଟେଶନକୁ ଯାଆନ୍ତି ଓ ଟ୍ରେନ ଆସିବା ସମୟରେ ତାଙ୍କୁ ତା’ଆଗକୁ ଠେଲିି ଦେବା ପାଇଁ ସୁଯୋଗକୁ ଅପେକ୍ଷା କରନ୍ତି। ଅନେକ ଦିନ ଧରି ପଡ଼ୋଶୀ ଜଣକ ରେଳ ଧାରଣାର ବହୁ ପଛରେ ଠିଆ ହୋଇ ରହିବା ଯୋଗୁ ଜର୍ଜ ତାଙ୍କ ଯୋଜନାକୁ କାର୍ଯ୍ୟକାରୀ କରିପାରିଲେ ନାହିଁ। କିନ୍ତୁ ପଡ଼ୋଶୀ ରେଲ ଧାରଣାର ଅତି ନିକଟରେ ଠିଆ ନ ହେବା ପର୍ଯ୍ୟନ୍ତ ସେ ତାଙ୍କ ପ୍ରୟାସ ଜାରି ରଖିଥାନ୍ତି। ଦିନେ ସୁଯୋଗ ଆସିଲା ଓ ଜର୍ଜ ତାଙ୍କୁ ଏକ ଶକ୍ତ ଧକ୍କା ଦେଲେ ଓ ପଡ଼ୋଶୀ ଟ୍ରେନ ସମ୍ମୁଖରେ ପଡ଼ିଗଲେ ଏବଂ ତାଙ୍କର ମୃତ୍ୟୁ ଘଟିଲା।
ମ୍ୟାରି ସେହି ଟ୍ରେନରେ କାମ କରିବାକୁ ଯାଆନ୍ତି। ତାଙ୍କର ଜଣେ ପଡ଼ୋଶୀ ମଧ୍ୟ ଟ୍ରେନରେ ଯାଉଥିଲେ। ଦିନେ ସକାଳେ ଷ୍ଟେଶନରେ ଟ୍ରେନ୍‌ ଧରିବାକୁ ତରବରିଆ ଭାବେ ଯାଉଥିବା ସମୟରେ ପ୍ଲାଟଫର୍ମରେ କେହି ଜଣେ ଛାଡ଼ିଯାଇଥିବା ବ୍ୟାଗ୍‌ଟିକୁ ଦେଖିପାରି ନ ଥିଲେ। ଫଳରେ ତାହାକୁ ଝୁଣ୍ଟିଲେ ଓ ସେ ତାଙ୍କ ପଡ଼ୋଶୀଙ୍କ ପିଠି ଉପରେ ପଡ଼ିଲେ। ସେ ଜଣଙ୍କ ଲାଇନ ନିକଟରେ ଠିଆ ହୋଇଥିବାରୁ ଟ୍ରେନ୍‌ ସମ୍ମୁଖରେ ପଡ଼ିଗଲେ ଏବଂ ତାଙ୍କର ମଧ୍ୟ ମୃତ୍ୟୁ ଘଟିଲା। ଏହା କହିବା ଯୁକ୍ତିଯୁକ୍ତ ଯେ, ଜର୍ଜ ତାଙ୍କ ପଡ଼ୋଶୀଙ୍କୁ ହତ୍ୟା କରିବା ଲାଗି ନିଜେ ସ୍ବାଧୀନ ଭାବେ ଇଚ୍ଛା କରିଥିତ୍ଲେ ଏବଂ ନୈତିକତା ଦୃଷ୍ଟିରୁ ସେହି ବ୍ୟକ୍ତିଙ୍କ ମୃତ୍ୟୁ ପାଇଁ ସେ ଦାୟୀ। କିନ୍ତୁ ମ୍ୟାରିଙ୍କ କ୍ଷେତ୍ରରେ ଏଭଳି କହିବା ଯୁକ୍ତିଯୁକ୍ତ ନୁହେଁ। ଜର୍ଜ ତାଙ୍କ ପଡ଼ୋଶୀଙ୍କ ମୃତ୍ୟୁ ପାଇଁ ଦାୟୀ ହେବା ଏବଂ ଦୋଷୀ ଭାବେ ଦଣ୍ଡିତ ହେବା ଉଚିତ ବୋଲି ଯଦି ଆମେ ନ ଭାବିବା ତେବେ ଏହା ଭଲ ହେବ କି? କିମ୍ବା ଯଦି କୌଣସି ପ୍ରକାରେ ଭାବିବା ଯେ, ଜର୍ଜ ଓ ମ୍ୟାରି ଉଭୟ ସେମାନଙ୍କ ପଡ଼ୋଶୀଙ୍କ ମୃତ୍ୟୁ ପାଇଁ ସମାନ ଭାବେ ଦାୟୀ, ତେବେ ତାହା ଭଲ ହୋଇଥାଆନ୍ତା କି? କେବେ ବି ନୁହେଁ। ତେବେ କର୍ମଗୁଡ଼ିକ ପୂର୍ବ ନିର୍ଦ୍ଧାରିତ ଓ ସେଗୁଡ଼ିକ ପାଇଁ ଆମେ ଉତ୍ତରଦାୟୀ ନୋହଁୁ ବୋଲି ସାପୋଲସ୍କି ଯାହା କହନ୍ତି ତାହାର ସତ୍ୟତା କେତେ? ସବୁଠି ଲୋକେ ଏଭଳି ଘଟଣାକୁ ଭିନ୍ନ ଭାବେ ଦେଖନ୍ତି। ଏପରି କି ସାପୋଲସ୍କି ନିଜେ ଉଲ୍ଲେଖ କରିଛନ୍ତି ଯେ, କିଛି ପ୍ରାଣୀ ଏଭଳି କରିଥାନ୍ତି। ସେ ଏକ ଗବେଷଣା ସମ୍ପର୍କରେ ବର୍ଣ୍ଣନା କରି ଦର୍ଶାଇଛନ୍ତି ଯେ, ମାଙ୍କଡ଼ ଓ ସିମ୍ପାଞ୍ଜି ଏଭଳି କରନ୍ତି। ସେମାନଙ୍କୁ ଖାଦ୍ୟ ଦେବାକୁ ଅକ୍ଷମ ଜଣେ ବ୍ୟକ୍ତିଙ୍କ ତୁଳନାରେ ଖାଦ୍ୟ ଦେଇପାରିବା ଭଳି କ୍ଷମତା ଥାଇ ତାହା ସେମାନଙ୍କୁ ଦେଉ ନ ଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ସେମାନେ ଭିନ୍ନ ପ୍ରତିକ୍ରିୟା ପ୍ରକାଶ କରିଥାନ୍ତି। ସେମାନେ ସମ୍ପୂର୍ଣ୍ଣ ଭାବେ ଖାଦ୍ୟ ଦେବାକୁ ସକ୍ଷମ ନ ଥିବା ପ୍ରଥମ ବର୍ଗର ଲୋକଟିର ନିକଟତର ହେବାକୁ ଚାହାନ୍ତି। ଏହା ଉପରେ ସାପୋଲସ୍କି ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ,”ଆଶ୍ଚର୍ଯ୍ୟଜନକ ଯେ, ସିମ୍ପାଞ୍ଜିମାନେ ମଧ୍ୟ ସେମାନଙ୍କ ସ୍ବାଧୀନ ଇଚ୍ଛା ଉପରେ ବିଶ୍ୱାସ ରଖନ୍ତି“। କିନ୍ତୁ ସ୍ବାଧୀନ ଇଚ୍ଛା ଉପରେ ସିମ୍ପାଞ୍ଜିମାନେ ବିଶ୍ୱାସ କରନ୍ତି ବୋଲି ଗବେଷଣାରୁ ଜଣାପଡ଼ିନାହିଁ । ଯଦି ସେମାନେ ସ୍ବତନ୍ତ୍ର ଇଚ୍ଛା କରିବେ ତେବେ ସେହି ପ୍ରକାର ଇଚ୍ଛା ଆମ ନିର୍ଦ୍ଧାରିତ କର୍ମଗୁଡ଼ିକ ସହ ସଙ୍ଗତ ହେବ।
ଅପରାଧ ଦିଗକୁ ଦେଖିଲେ ସାପୋଲସ୍କି ଦଣ୍ଡବିଧାନ ସିଦ୍ଧାନ୍ତକୁ ଅସ୍ବୀକାର କରିଛନ୍ତି। ସେ ବିଶ୍ୱାସ କରନ୍ତି ଯେ, ସାମାଜିକ ଅସମାନତା ସମାଜରେ ଅସାମାଜିକ କାର୍ଯ୍ୟକଳାପରେ କେତେକ ଲୋକଙ୍କୁ ଜଡ଼ିତ କରିବାର ସମ୍ଭାବନା ସୃଷ୍ଟି କରେ। ଏହାକୁ ହ୍ରାସ କରିବାକୁ ଆମେ ଚାହଁିବା ଉଚିତ। ମୋ ଦୃଷ୍ଟିରେ ଲୋକଙ୍କ ଦୁଷ୍ଟତା ପାଇଁ ଦଣ୍ଡ ବିଧାନ ହେବା ବଦଳରେ ଏହା ଅପରାଧ ରୋକିବା ଲକ୍ଷ୍ୟରେ ହେବା ଉଚିତ। ବିଭିନ୍ନ କାରଣ ଦ୍ୱାରା ନିର୍ଦ୍ଧାରିତ କର୍ମ ବା ଘଟଣାଗୁଡ଼ିକର ସିଦ୍ଧାନ୍ତ ସତ ହୋଇପାରେ, କିନ୍ତୁ ଲୋକେ କରୁଥିବା ସ୍ବତନ୍ତ୍ର ଇଚ୍ଛାର ବିଷୟକୁ ତାହା ବଦଳାଇ ପାରିବ ନାହିଁ ଏବଂ ସେମାନେ କରୁଥିବା ଇଚ୍ଛା କିମ୍ବା ନେଉଥିବା ନିଷ୍ପତ୍ତି ପାଇଁ ଦାୟୀ ହେବା ଦରକାର।
ଏମରିଟସ ପ୍ରଫେସର, ବାୟୋଏଥିକ୍ସ,
ପ୍ରିନ୍ସଟନ ୟୁନିଭର୍ସିଟି


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

ଚାମ୍ପିୟନ ସ୍ପେନ୍‌ ଦଳକୁ ଭବ୍ୟ ସ୍ବାଗତ

ମାଡ୍ରିଡ୍‌,୨୧ା୭: ସ୍ପେନ୍‌ର ବିଶ୍ୱ ଚାମ୍ପିୟନ ଫୁଟବଲ ଦଳ ମଙ୍ଗଳବାର ସ୍ବଦେଶ ଫେରିଛି। ଦଳକୁ ସ୍ବାଗତ କରିବା ପାଇଁ ପାଖାପାଖି ୨୦ ଲକ୍ଷ ପ୍ରଶଂସକ ମାଡ୍ରିଡ୍‌ ରାସ୍ତାରେ ଏକତ୍ରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri