Categories: ଫୁରସତ

ନଦୀ ପାର ହେଉଛି ୫୦ ଫୁଟ୍‌ ଲମ୍ବର ଆନାକୋଣ୍ଡା: ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେଉଛି। ବର୍ତ୍ତମାନ ବ୍ରାଜିଲର ଜିଙ୍ଗୁ ନଦୀରେ ଏକ ୫୦ ଫୁଟ୍‌ ଲମ୍ବର ଆନାକୋଣ୍ଡା ନଦୀ ପାର ହେଉଥିବା ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ଦେଖାଯାଇଛି, ବେଶ ଆକର୍ଷଣୀୟ ଶୈଳୀରେ ବିରାଟକାୟ ସାପଟି ନଦୀର ଗୋଟିଏ କୂଳରୁ ଅନ୍ୟପଟକୁ ବୁଲିବୁଲି ଯାଉଥିବାର ଦେଖାଯାଉଛି। ଏହି ଭିଡିଓକୁ The Dark Side of Nature ପକ୍ଷରୁ ଟୁଇଟ୍‌ କରାଯାଇଛି। କ୍ୟାପସନରେ ଲେଖାଯାଇଛି, ୫୦ଫୁଟରୁଅଧିକ ଲମ୍ବର ଏକ ଆନାକୋଣ୍ଡା ବ୍ରାଜିଲର ଜାଙ୍ଗୁ ନଦୀରେ ପହଁରୁଛି। ଏହି ଭିଡିଓକୁ ଅନେକ ଲୋକ ଲାଇକ୍‌ କରିଥିବାବେଳେ ଅନେକ ଭିନ୍ନ ମତ ଦେଇଛନ୍ତି।

Share